ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡ

ଉଇକିପିଡ଼ିଆ‌ରୁ
ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡ
Combination of
LisinoprilACE inhibitor
HydrochlorothiazideThiazide diuretic
Clinical data
Trade namesZestoretic, Prinzide, others
AHFS/Drugs.com
MedlinePlusa601070
Pregnancy
category
  • US: D (Evidence of risk)
Routes of
administration
By mouth
Legal status
Legal status
  • ℞ (Prescription only)
  (verify)

ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡ (ଇଂରାଜୀ ଭାଷାରେ Lisinopril/hydrochlorothiazide), ଜେଷ୍ଟୋରେଟିକ ଏକ ବାଣିଜ୍ୟ ନାମ, ହେଉଛି ଲିସିନୋପ୍ରିଲ ଏବଂ ହାଇଡ୍ରୋକ୍ଲୋରୋଥିଆଜାଇଡ ନାମକ ଦୁଇ ଔଷଧର ମିଶ୍ରଣ ।[୧] ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ ।[୧] ସାଧାରଣତଃ ଜଣେ ବ୍ୟକ୍ତି ସ୍ୱତନ୍ତ୍ର ଭାବରେ ଏହାର ଉପାଦାନଗୁଡ଼ିକ ସେବନରେ ଉପଶମ ହେବା ପରେ ଏହା ଏକ ବିକଳ୍ପ ହୋଇଯାଏ ।[୨] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, କାଶ ଏବଂ ଥକ୍କା ଅନୁଭବ ହୁଏ ।[୩] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩]

୧୯୮୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୪] ଏହା ଏକ ସ୍ୱତନ୍ତ୍ର ନାମ ବିହୀନ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ଏକ ମାତ୍ରା ପ୍ରତି ହୋଲସେଲ ମୂଲ୍ୟ ୨୦୧୮ରେ ୫ ଡଲାରରୁ ରୁ କମ୍ ଥିଲା ।[୫] ଯୁକ୍ତରାଜ୍ୟରେ ୨୦୧୭ରେ ଏକ ମାତ୍ରା ପିଛା ପ୍ରାୟ ୦.୪୦ ଡକାର ଖର୍ଚ୍ଚ ହୁଏ ।[୨] ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରର ୪୪ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ୧୬ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।[୬] [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Hydrochlorothiazide and lisinopril Uses, Side Effects & Warnings". Drugs.com. Cerner Multum. Archived from the original on 28 June 2019. Retrieved 26 December 2018.
  2. ୨.୦ ୨.୧ ୨.୨ British national formulary : BNF 74 (74 ed.). British Medical Association. 2017. p. 166. ISBN 978-0857112989.
  3. ୩.୦ ୩.୧ ୩.୨ "Lisinopril and Hydrochlorothiazide - FDA prescribing information, side effects and uses". Drugs.com. Solco Healthcare LLC. Archived from the original on 18 April 2019. Retrieved 26 December 2018.
  4. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  5. "NADAC as of 2018-12-19". Centers for Medicare and Medicaid Services. Archived from the original on 19 December 2018. Retrieved 22 December 2018.
  6. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
  7. "Hydrochlorothiazide; Lisinopril - Drug Usage Statistics". ClinCalc. Archived from the original on 11 April 2020. Retrieved 11 April 2020.