ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡ

ଉଇକିପିଡ଼ିଆ‌ରୁ
ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡ
Combination of
LisinoprilACE inhibitor
HydrochlorothiazideThiazide diuretic
Clinical data
Trade namesZestoretic, Prinzide, others
AHFS/Drugs.com
MedlinePlusa601070
Pregnancy
category
  • US: D (Evidence of risk)
Routes of
administration
By mouth
ATC code
Legal status
Legal status
  • ℞ (Prescription only)
  (verify)

ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡ (ଇଂରାଜୀ ଭାଷାରେ Lisinopril/hydrochlorothiazide, ଏକ ବିକ୍ରୟ ନାମ ଜେସ୍ଟୋରେଟିକ/ Zestoretic) ଏକ ପ୍ରକାର ମିଶ୍ରିତ ଔଷଧ ଯେଉଁଥିରେ ଏସିଇ ଇନହିବିଟର (ACE inhibitor) ଶ୍ରେଣୀର ଲିସିନୋପ୍ରିଲ ଓ ମୂତ୍ରଳ (diuretic) ଶ୍ରେଣୀର ହାଇଡ୍ରୋକ୍ଲୋରୋଥିଆଜାଇଡ ଔଷଧ ଅଛି । [୧] ଏହା ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ ।[୧] ଏଥିରେ ରୋଗୀ ଉପକୃତ ହେଲେ କୌଣସି ଗୋଟିଏ ଔଷଧ ବ୍ୟବ‌ହାର କରାଯାଇପାରେ ।[୨] ଏହା ପାଟିରେ ଦିଆଯାଏ ।[୧]

ଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥାୟାଜାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ (dizziness), ମୁଣ୍ଡ ବିନ୍ଧା, କାଶ, ଥକ୍କା ଅନୁଭବ ହୋଇପାରେ ।[୩] ସାଂଘାତିକ ପ୍ରତିକ୍ରିୟା ହେଲେ ଆଞ୍ଜିଓଇଡିମାକମ ରକ୍ତଚାପ (low blood pressure) ହୋଇପାରେ । [୩] ଗର୍ଭାବସ୍ଥାରେ ଦେଲେ ଏହି ଔଷଧ କ୍ଷତି କରିପାରେ ।[୩]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୯ରେ ଏହି ଔଷଧ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୦୫ ଆମେରିକୀୟ ଡଲାରରୁ କମ୍ ଥିଲା ।[୪] ସନ ୨୦୧୭ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୦.୪୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୪ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୫୩ତମ ସ୍ଥାନ ଅଧିକାର କରିଥିଲା । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Hydrochlorothiazide and lisinopril Uses, Side Effects & Warnings". Drugs.com (in ଇଂରାଜୀ). Cerner Multum. Retrieved 26 December 2018.
  2. ୨.୦ ୨.୧ ୨.୨ British national formulary : BNF 74 (74 ed.). British Medical Association. 2017. p. 166. ISBN 978-0857112989.
  3. ୩.୦ ୩.୧ ୩.୨ "Lisinopril and Hydrochlorothiazide - FDA prescribing information, side effects and uses". Drugs.com (in ଇଂରାଜୀ). Solco Healthcare LLC.
  4. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  5. "The Top 300 of 2019". clincalc.com. Retrieved 22 December 2018.

ଅଧିକ ପଢ଼ନ୍ତୁ[ସମ୍ପାଦନା]