ଲାରିଙ୍ଗୋସ୍ପାଜ୍ମ

ଉଇକିପିଡ଼ିଆ‌ରୁ
Laryngospasm
Munchausen stridor, spastic vocal cord adduction, episodic laryngeal dyskinesia[୧]
A drawing of closed vocal cords such as would be seen in laryngospasm
ବିଭାଗENT surgery, anesthesia
ଲକ୍ଷଣStridor, increased effort to breath, tracheal tug[୨][୩]
ବିପଦ କାରକAirway irritation, history of asthma, certain medications, smoking[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୩]
ସଠିକ ରୋଗ ନିର୍ଣ୍ଣୟApnea, breath holding, bronchospasm, pulmonary aspiration[୨]
ଔଷଧPropofol, succinylcholine[୩]
ଚିକିତ୍ସାJaw thrust, positive pressure ventilation, laryngospasm notch pressure[୩]
ପୁନଃପୌନିକ1% of general anesthesia[୨]

ଲାରିଙ୍ଗୋସ୍ପାଜ୍ମ ହେଲେ ଭୋକାଲ କର୍ଡ଼ ବା ସ୍ୱରତନ୍ତୁ ଆଂଶିକ କିମ୍ବା ସଂପୂର୍ଣ୍ଣ ବନ୍ଦ ହୋଇଯାଏ ଏବଂ ନିଶ୍ୱାସ ପ୍ରଶ୍ୱାସ କ୍ଷମତା ହ୍ରାସ କରିଥାଏ ।[୨] [୩] ଏହାର ଲକ୍ଷଣଗୁଡ଼ିକରେ ସ୍ଟ୍ରାଇଡର, ଶ୍ୱାସକ୍ରିୟା ପାଇଁ ବର୍ଦ୍ଧିତ ପ୍ରୟାସ ହୋଇପାରେ ।[୨] [୩] ଯଦିଓ ଏହା ସାଧାରଣତ ୨ ମିନିଟରୁ କମ ସମୟ ପାଇଁ ରହିଥାଏ, ଏହା ଅଧିକ ଦୀର୍ଘ ହୋଇପାରେ ।[୪] ଏହା ଜଟିଳ ହେଲେ କମ୍ ଅମ୍ଳଜାନ, ସ୍ୱଳ୍ପ ହୃଦ୍‌ଗତି ହାର, ଫୁସଫୁସ ଇଡିମା ଏବଂ ହୃଦ୍‌ରୋଧ ହୋଇପାରେ ।[୩]

ଏହା ଏକ ସାଧାରଣ ବାୟୁପଥ ରିଫ୍ଲେକ୍ସ ଯାହା ବାହାର ପଦାର୍ଥକୁ ଫୁସଫୁସରେ ପ୍ରବେଶ କରିବାରେ ରୋକିଥାଏ ।[୨] ସାଧାରଣତ ଏହା ଲାରିଙ୍ଗୋଫାର୍ଜିଙ୍ଗ୍ ରିଫ୍ଲକ୍ସ କାରଣରୁ ଦେଖାଯାଏ,[୫] ନିଶ୍ଚେତକ ଜଟିଳ ଯୋଗୁ ମଧ୍ୟ ହୋଇପାରେ ।[୨] ବିପଦ ସଂକେତ ମଧ୍ୟରେ ବାୟୁପଥରେ ଉତ୍ତେଜନା, ଆଜ୍‌ମା ଇତିହାସ, କିଛି ଔଷଧ ଏବଂ ଧୂମପାନ ହୋଇଥାଏ ।[୨] ଲକ୍ଷଣ ଦେଖି ଏହି ଅବସ୍ଥା ନିର୍ଣ୍ଣୟ କରାଯାଏ । [୩]

କିଛି ବିଶେଷ ପ୍ରୟୋଗଦ୍ୱାରା (ଜ ଥ୍ରଷ୍ଟ, ପଜିଟିଭ ପ୍ରେସର ଭେଣ୍ଟିଲେସନ ଓ ସକସନ) ଏହାର ଚିକିତ୍ସା କରାଯାଏ ।[୩] ଲାରିଙ୍ଗୋସ୍ପାସ୍ ନଚ୍ ( ଇର୍ଲୋବ୍ ପଛରେ) ଚାପ ପ୍ରୟୋଗ କରିବା ମଧ୍ୟ ଉପଯୋଗୀ ହୋଇପାରେ ।[୩] [୨] ଯଦି ଏହା ପ୍ରଭାବଶାଳୀ ନ ହେଲେ ପ୍ରୋଫୋଫଲ୍ କିମ୍ବା ସକ୍ସାମେଥୋନିୟମ କ୍ଲୋରାଇଡ ବ୍ୟବହାର କରାଯାଇପାରେ ।[୩]

ସାଧାରଣତଃ ନିଶ୍ଚେତକ ଦିଆଯିବା ସମୟରେ ପ୍ରାୟ ୧% ଲୋକଙ୍କଠାରେ ଏହା ଘଟିଥାଏ, ଯଦିଓ ପିଲାମାନଙ୍କଠାରେ ବାରମ୍ବାର ଦେଖାଯାଏ ଏବଂ କେତେକ କ୍ଷେତ୍ରରେ ୨୫% ପର୍ଯ୍ୟନ୍ତ ଲୋକଙ୍କର ହୋଇପାରେ ।[୨] କିଛି ଲୋକଙ୍କର ବାରମ୍ବାର ଏହିଭଳି ହୁଏ ।[୩] ବୁଡ଼ିଯିବା ସମୟରେ ଲାରିଙ୍ଗୋସ୍ପାସମ୍ ଫୁସଫୁସରେ ପ୍ରବେଶ କରୁଥିବା ଜଳର ପରିମାଣକୁ ହ୍ରାସ କରିପାରେ; ଏହା ୯୦% କ୍ଷେତ୍ରରେ ଅସ୍ଥାୟୀ ଅଟେ ।[୬][୭][୮]

ଆଧାର[ସମ୍ପାଦନା]

  1. Jones, Harrison N.; Rosenbek, John C. (15 November 2009). Dysphagia in Rare Conditions: An Encyclopedia (in ଇଂରାଜୀ). Plural Publishing. p. 341. ISBN 978-1-59756-747-3. Archived from the original on 30 September 2021. Retrieved 30 September 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Gavel, Gil; Walker, Robert WM (April 2014). "Laryngospasm in anaesthesia". Continuing Education in Anaesthesia Critical Care & Pain. 14 (2): 47–51. doi:10.1093/bjaceaccp/mkt031.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ Orliaguet, GA; Gall, O; Savoldelli, GL; Couloigner, V (February 2012). "Case scenario: perianesthetic management of laryngospasm in children". Anesthesiology. 116 (2): 458–71. doi:10.1097/ALN.0b013e318242aae9. PMID 22222477.
  4. Margolis, Gregg S.; Surgeons, American Academy of Orthopaedic (2004). Paramedic, Airway Management (in ଇଂରାଜୀ). Jones & Bartlett Learning. p. 179. ISBN 978-0-7637-1327-0. Archived from the original on 2021-10-01. Retrieved 2021-09-30.
  5. Holley, D; Mendez, A; Donald, C (February 2019). "Paroxysmal laryngospasm: Episodic closure of the upper airway". JAAPA : official journal of the American Academy of Physician Assistants. 32 (2): 31–34. doi:10.1097/01.JAA.0000552724.72939.4c. PMID 30694949.
  6. Bierens, Joost J. L. M. (29 July 2009). Drowning: Prevention, Rescue, Treatment (in ଇଂରାଜୀ). Springer. p. 552. ISBN 978-3-642-04253-9. Archived from the original on 1 October 2021. Retrieved 30 September 2021.
  7. Rusoke-Dierich, Olaf (27 August 2018). Diving Medicine (in ଇଂରାଜୀ). Springer. p. 315. ISBN 978-3-319-73836-9. Archived from the original on 1 October 2021. Retrieved 30 September 2021.
  8. Fulde, Gordian W. O. (30 July 2009). Emergency Medicine: The Principles of Practice (in ଇଂରାଜୀ). Elsevier Health Sciences. p. 454. ISBN 978-0-7295-7876-9. Archived from the original on 1 October 2021. Retrieved 30 September 2021.