ଲଳିତା ପ୍ରସିଦା ଶ୍ରୀପଦା ଶ୍ରୀସାଇ
ଲଳିତା ପ୍ରସିଦା ଶ୍ରୀପଦା ଶ୍ରୀସାଇ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ପବ୍ଲିକ ସ୍କୁଲ, ଦାମନ ଯୋଡ଼ି |
ପିତାମାତା(s) | କଲ୍ୟାଣୀ ଏସ (ମାତା) ସୁବ୍ରମଣ୍ୟ କେ ଏସ (ପିତା) |
ପୁରସ୍କାର | "କମୁନିଟି ଇମ୍ପାକ୍ଟ ଆୱାର୍ଡ଼" ୨୦୧୫[୧] |
ଲଳିତା ପ୍ରସିଦା ଶ୍ରୀପଦା ଶ୍ରୀସାଇ (ଇଂରାଜୀ: Lalita Prasida Sripada Srisai) ଜଣେ ଭାରତୀୟ ସ୍କୁଲ ଛାତ୍ରୀ । ସେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ ସ୍କୁଲର ଜଣେ ଛାତ୍ରୀ ।[୨] ମକାରେ ତିଆରି ଏକ ନିଆରା ଜଳ ବିଶୋଧନ ପ୍ରକ୍ରିୟା ନିର୍ମାଣ କରି ୨୦୧୫ ମସିହାରେ ଗୁଗୁଲ ପରିଚାଳିତ "ଗୁଗୁଲ ସାଇନ୍ସ ଫେଆର"ରେ ସାଇଣ୍ଟିଫିକ ଆମେରିକାନ ତରଫରୁ "କମୁନିଟି ଇମ୍ପାକ୍ଟ ଆୱାର୍ଡ଼" ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧][୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଲଳିତା ମାତା କଲ୍ୟାଣୀ ଏସ ଓ ପିତା ସୁବ୍ରମଣ୍ୟ କେ ଏସଙ୍କ ଔରସ୍ୟରୁ ଆନ୍ଧ୍ର ପ୍ରଦେଶର ପାଲକୋଲଠାରେ ଜନ୍ମଗ୍ରହଣ କରିଥିଲେ ।[୪] ପରେ ସେ ପରିବାର ସହ ଦାମନଯୋଡ଼ିରେ ଆସି ବସବାସ କରୁଥିଲେ ।
ଗବେଷଣା
[ସମ୍ପାଦନା]ଲଳିତାଙ୍କ ଗବେଷଣା ଫୋପଡ଼ା ଯାଉଥିବା ମକା ଭଳି ପ୍ରାକୃତିକ ଉପାଦାନ ବ୍ୟବହାର କରି ଜଳ ବିଶୋଧନ ଉପରେ । ସେ ଏଥି ପାଇଁ ଓଡ଼ିଶା, ପଶ୍ଚିମ ବଙ୍ଗଳା ଓ ନାଗାଲାଣ୍ଡର ଚାଷୀମାନଙ୍କ ସଙ୍ଗେ ମିଶି ମକାର ଜଳ ବିଶୋଧନ କ୍ଷମତା ଉପରେ ଗବେଷଣା କରିଥିଲେ ।[୫] ସେ ଦାମନଯୋଡ଼ିର ସ୍ଥାନୀୟ ଚାଷୀମାନଙ୍କ ପାଖରୁ ଖିଆଯାଇଥିବା ମକାଖଣ୍ଡ ସଂଗ୍ରହ କରି ସେସବୁକୁ ସଫା କରି ଖରାରେ ଶୁଖାଇବା ପରେ ସେହି ମକାଖଣ୍ଡଗୁଡ଼ିକ ନିଜେ ତିଆରି କରିଥିବା ଏକ ବିଶୋଧନ ଯନ୍ତ୍ରରେ ଲଗାଉଥିଲେ । ପରେ ଏଥିରେ ଅନ୍ୟାନ୍ୟ ଉପକରଣ ଖଞ୍ଜି ଅଧିକ ଜଟିଳ ପଦ୍ଧତିରେ ଜଳ ବିଶୋଧନ କରିବା ଆରମ୍ଭ କଲେ ।[୧][୨][୪] ତାଙ୍କର ଏହି ଗବେଷଣା ପ୍ରକଳ୍ପର ଗାଇଡ଼ ଥିଲେ ପଲ୍ଲବୀ ମହାପାତ୍ର ।[୪]
ମାନସମ୍ମାନ
[ସମ୍ପାଦନା]ତାଙ୍କ ମକାର ଜଳବିଶୋଧନ ଉପରେ ପର୍ଯ୍ୟବସିତ ଗବେଷଣା ପାଇଁ ତାଙ୍କୁ ଗୁଗୁଲଦ୍ୱାରା ପରିଚାଳିତ ୨୦୧୫ ସାଇଣ୍ଟିଫିକ ଆମେରିକାନର କମୁନିଟି ଇମ୍ପାକ୍ଟ ଆୱାର୍ଡ଼ରେ ସମ୍ମାନୀତ କରାଯାଇଥିଲା ।[୬] ଏଥିରେ ତାଙ୍କୁ $୧୦୦୦୦ (ଆମେରିକୀୟ ଡଲାର) ସହିତ ସାଇଣ୍ଟିଫିକ ଆମେରିକାନର ବର୍ଷକ ପାଇଁ ସଭ୍ୟପଦ ମିଳିଥିଲା ।[୧][୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Robinson, Melia (23 September 2015). "This 14-year-old won $10,000 at the Google Science Fair for her ingenious water filtration system". Techinsider.io. Retrieved 24 September 2015.
- ↑ ୨.୦ ୨.୧ ୨.୨ Hebbar, Prajakta (24 September 2015). "Odisha Girl's Waste Water Purifier That Works On Corn Cobs Won At Google Science Fair". Huffington Post. Retrieved 24 September 2015.
- ↑ Kuchment, Anna (23 September 2015). "Teens Who Won Google Science Fair Took a Leap of Imagination". Scientific American. Retrieved 24 September 2015.
- ↑ ୪.୦ ୪.୧ ୪.୨ Sripada Srisai, Lalita Prasida. "Low cost bio-adsorbent". Google Science Fair. Archived from the original on 20 September 2015. Retrieved 24 September 2015.
- ↑ Das, Sib Kumar (23 September 2015). "Odisha girl wins award at Google Science Fair". ହିନ୍ଦୁ. Retrieved 24 September 2015.
- ↑ "Odisha school girl wins $10,000 award at Google Science Fair". Sify News. 24 September 2015. Retrieved 24 September 2015.
ବାହାର ଆଧାର
[ସମ୍ପାଦନା]- Low cost bio-adsorbent Archived 2015-09-20 at the Wayback Machine.. (Google Science Fair)