ଲଳିତା ପ୍ରସିଦା ଶ୍ରୀପଦା ଶ୍ରୀସାଇ

ଉଇକିପିଡ଼ିଆ‌ରୁ
ଲଳିତା ପ୍ରସିଦା ଶ୍ରୀପଦା ଶ୍ରୀସାଇ
"ଗୁଗୁଲ ସାଇନ୍ସ ଫେଆର ୨୦୧୫" ପୁରସ୍କାର ବିତରଣ ଅବସରରେ ଲଳିତା
Born(2001-08-05)ଅଗଷ୍ଟ ୫, ୨୦୦୧
Nationalityଭାରତୀୟ
Citizenshipଭାରତୀୟ
Alma materଦିଲ୍ଲୀ ପବ୍ଲିକ ସ୍କୁଲ, ଦାମନ ଯୋଡ଼ି
Parent(s)କଲ୍ୟାଣୀ ଏସ (ମାତା)
ସୁବ୍ରମଣ୍ୟ କେ ଏସ (ପିତା)
Awards"କମୁନିଟି ଇମ୍ପାକ୍ଟ ଆୱାର୍ଡ଼" ୨୦୧୫[୧]

ଲଳିତା ପ୍ରସିଦା ଶ୍ରୀପଦା ଶ୍ରୀସାଇ (ଇଂରାଜୀ: Lalita Prasida Sripada Srisai) ଜଣେ ଭାରତୀୟ ସ୍କୁଲ ଛାତ୍ରୀ । ସେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ ସ୍କୁଲର ଜଣେ ଛାତ୍ରୀ ।[୨] ମକାରେ ତିଆରି ଏକ ନିଆରା ଜଳ ବିଶୋଧନ ପ୍ରକ୍ରିୟା ନିର୍ମାଣ କରି ୨୦୧୫ ମସିହାରେ ଗୁଗୁଲ ପରିଚାଳିତ "ଗୁଗୁଲ ସାଇନ୍ସ ଫେଆର"ରେ ସାଇଣ୍ଟିଫିକ ଆମେରିକାନ ତରଫରୁ "କମୁନିଟି ଇମ୍ପାକ୍ଟ ଆୱାର୍ଡ଼" ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧][୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପରିବାର ଓ ଶିକ୍ଷିକାଙ୍କ ସହ ଲଳିତା

ଲଳିତା ମାତା କଲ୍ୟାଣୀ ଏସ ଓ ପିତା ସୁବ୍ରମଣ୍ୟ କେ ଏସଙ୍କ ଔରସ୍ୟରୁ ଆନ୍ଧ୍ର ପ୍ରଦେଶର ପାଲକୋଲଠାରେ ଜନ୍ମଗ୍ରହଣ କରିଥିଲେ ।[୪] ପରେ ସେ ପରିବାର ସହ ଦାମନଯୋଡ଼ିରେ ଆସି ବସବାସ କରୁଥିଲେ ।

ଗବେଷଣା[ସମ୍ପାଦନା]

ଲଳିତାଙ୍କ ଗବେଷଣା ଫୋପଡ଼ା ଯାଉଥିବା ମକା ଭଳି ପ୍ରାକୃତିକ ଉପାଦାନ ବ୍ୟବହାର କରି ଜଳ ବିଶୋଧନ ଉପରେ । ସେ ଏଥି ପାଇଁ ଓଡ଼ିଶା, ପଶ୍ଚିମ ବଙ୍ଗଳାନାଗାଲାଣ୍ଡର ଚାଷୀମାନଙ୍କ ସଙ୍ଗେ ମିଶି ମକାର ଜଳ ବିଶୋଧନ କ୍ଷମତା ଉପରେ ଗବେଷଣା କରିଥିଲେ ।[୫] ସେ ଦାମନଯୋଡ଼ିର ସ୍ଥାନୀୟ ଚାଷୀମାନଙ୍କ ପାଖରୁ ଖିଆଯାଇଥିବା ମକାଖଣ୍ଡ ସଂଗ୍ରହ କରି ସେସବୁକୁ ସଫା କରି ଖରାରେ ଶୁଖାଇବା ପରେ ସେହି ମକାଖଣ୍ଡଗୁଡ଼ିକ ନିଜେ ତିଆରି କରିଥିବା ଏକ ବିଶୋଧନ ଯନ୍ତ୍ରରେ ଲଗାଉଥିଲେ । ପରେ ଏଥିରେ ଅନ୍ୟାନ୍ୟ ଉପକରଣ ଖଞ୍ଜି ଅଧିକ ଜଟିଳ ପଦ୍ଧତିରେ ଜଳ ବିଶୋଧନ କରିବା ଆରମ୍ଭ କଲେ ।[୧][୨][୪] ତାଙ୍କର ଏହି ଗବେଷଣା ପ୍ରକଳ୍ପର ଗାଇଡ଼ ଥିଲେ ପଲ୍ଲବୀ ମହାପାତ୍ର ।[୪]

ମାନସମ୍ମାନ[ସମ୍ପାଦନା]

ତାଙ୍କ ମକାର ଜଳବିଶୋଧନ ଉପରେ ପର୍ଯ୍ୟବସିତ ଗବେଷଣା ପାଇଁ ତାଙ୍କୁ ଗୁଗୁଲଦ୍ୱାରା ପରିଚାଳିତ ୨୦୧୫ ସାଇଣ୍ଟିଫିକ ଆମେରିକାନର କମୁନିଟି ଇମ୍ପାକ୍ଟ ଆୱାର୍ଡ଼ରେ ସମ୍ମାନୀତ କରାଯାଇଥିଲା ।[୬] ଏଥିରେ ତାଙ୍କୁ $୧୦୦୦୦ (ଆମେରିକୀୟ ଡଲାର) ସହିତ ସାଇଣ୍ଟିଫିକ ଆମେରିକାନର ବର୍ଷକ ପାଇଁ ସଭ୍ୟପଦ ମିଳିଥିଲା ।[୧][୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Robinson, Melia (23 September 2015). "This 14-year-old won $10,000 at the Google Science Fair for her ingenious water filtration system". Techinsider.io. Retrieved 24 September 2015.
  2. ୨.୦ ୨.୧ ୨.୨ Hebbar, Prajakta (24 September 2015). "Odisha Girl's Waste Water Purifier That Works On Corn Cobs Won At Google Science Fair". Huffington Post. Retrieved 24 September 2015.
  3. Kuchment, Anna (23 September 2015). "Teens Who Won Google Science Fair Took a Leap of Imagination". Scientific American. Retrieved 24 September 2015.
  4. ୪.୦ ୪.୧ ୪.୨ Sripada Srisai, Lalita Prasida. "Low cost bio-adsorbent". Google Science Fair. Retrieved 24 September 2015.
  5. Das, Sib Kumar (23 September 2015). "Odisha girl wins award at Google Science Fair". ହିନ୍ଦୁ. Retrieved 24 September 2015.
  6. "Odisha school girl wins $10,000 award at Google Science Fair". Sify News. 24 September 2015. Retrieved 24 September 2015.

ବାହାର ଆଧାର[ସମ୍ପାଦନା]