ରେଟ୍ରୋଫାରିଞ୍ଜିଆଲ ଆବସେସ

ଉଇକିପିଡ଼ିଆ‌ରୁ
Retropharyngeal abscess
A lateral neck X-ray demonstrating soft tissue swelling in front of the vertebrae (marked by the arrow) as seen in a person with a retropharyngeal abscess.
ବିଭାଗENT surgery
ଲକ୍ଷଣDifficulty swallowing, neck pain, fever, stiff neck, change in voice, large lymph nodes[୧]
ବିପଦ କାରକInjury to the back of the throat, preceeding upper respiratory tract infection, diabetes, poor oral hygiene[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, confirmed by medical imaging[୨]
ସଠିକ ରୋଗ ନିର୍ଣ୍ଣୟPharyngitis, epiglottitis, mediastinitis, peritonsillar abscess[୧]
ଚିକିତ୍ସାAntibiotics, endotracheal intubation, incision and drainage[୧][୨]
ପୁନଃପୌନିକUncommon[୧]

ରେଟ୍ରୋଫାରିଞ୍ଜିଆଲ ଆବସେସ ( ଆରପିଏ) ରୋଗରେ ତଣ୍ଟି ପଛ ପାଖରେ ପୂଯ ଜମା ହୋଇଯାଏ । [୨] ଏହାର ଲକ୍ଷଣ ମଧ୍ୟରେ ଗିଳିବାରେ ଅସୁବିଧା, ବେକ ଯନ୍ତ୍ରଣା, ଜ୍ୱର, କଠିନ ବେକ, ସ୍ୱର ପରିବର୍ତ୍ତନ ଏବଂ ବଡ଼ ଲସିକା ଗ୍ରନ୍ଥି ହୋଇପାରେ ।[୧] ବେକ ପଛକୁ ବୁଲେଇଲେ ଲକ୍ଷଣଗୁଡ଼ିକ ଆହୁରି ଖରାପ ହୋଇପାରେ ।[୧] ଆରମ୍ଭ ହେବା ନିମନ୍ତେ କିଛି ଦିନରୁ ଅଧିକ ଲାଗିଥାଏ ।[୧] ରୋଗ ଜଟିଳ ହେଲେ ଶ୍ୱାସନଳୀରେ ବାୟୁ ଚଳାଚଳରେ ବାଧା ହୁଏ ବା ମିଡିଆଷ୍ଟାଇନାଇଟିସ୍ ହୋଇପାରେ ।[୧]

ଏହା ପ୍ରାୟ ଗଳା ପଛପଟୁ ଆଘାତ କିମ୍ବା ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ଯୋଗୁ ଏହି ରୋଗ ହୁଏ ।[୧] ମଧୁମେହ ଏବଂ ପାଟି ତ‌ଥା ଗଳା ଅସୁସ୍ଥତା ଯୋଗୁ ଏହା ହୋଇପାରେ ।[୧] ସାଧାରଣତଃ ଜୀବାଣୁ ଗ୍ରୁପ୍ ଏ ସ୍ଟ୍ରପ୍ଟୋକୋକସ, ଷ୍ଟାଫିଲୋକୋକସ ଆରିଅସ୍, ଫୁସୋବ୍ୟାକ୍ଟେରିୟମ୍, ହେମୋଫିଲସ ଯୋଗୁ ଏହା ହୁଏ । [୧] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ରଞ୍ଜନରଶ୍ମି କିମ୍ବା ସିଟି ସ୍କାନଦ୍ୱାରା ନିଶ୍ଚିତ କରାଯାଏ ।[୨]

ଏହାର ଚିକିତ୍ସାରେ ଆଣ୍ଟିବାୟୋଟିକ୍, ଏବଂ ସମ୍ଭବତଃ ଏଣ୍ଡୋଟ୍ରାକିଆଲ୍ ଇଣ୍ଟ୍ୟୁବେସନ୍ ଏବଂ ଛେଦନ ଏବଂ ନିଷ୍କାସନ କରାଯାଏ ।[୧] [୨] ସାଧାରଣତଃ ସେଫ୍ଟ୍ରିଆକ୍ସନ୍ କିମ୍ବା କ୍ଲିଣ୍ଡାମାଇସିନ ଭଳି ଆଣ୍ଟିବାୟୋଟିକ୍ ବ୍ୟବହୃତ ହୁଏ ।[୨] ଠିକ୍ ସମୟରେ ଚିକିତ୍ସା କଲେ ଫଳାଫଳ ସାଧାରଣତଃ ଭଲ ହୁଏ ।[୨] ଏହି ରୋଗ କ୍ୱଚିତ ହୁଏ । [୧] ଯଦିଓ ଏହା ଯେ କୌଣସି ବୟସରେ ହୋଇପାରିଲେ ମଧ୍ୟ ୫ ବର୍ଷରୁ କମ୍ ପିଲାମାନଙ୍କଠାରେ ଅଧିକ ଦେଖାଯାଏ ।[୩] [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Jain, H; Knorr, TL; Sinha, V (January 2022). "Retropharyngeal Abscess". PMID 28722903. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Retropharyngeal Abscess - Ear, Nose, and Throat Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 29 April 2022.
  3. "Retropharyngeal abscess - Symptoms, diagnosis and treatment | BMJ Best Practice US". bestpractice.bmj.com. Archived from the original on 6 May 2021. Retrieved 29 April 2022.