ରାସ୍ନା
ଦେଖଣା
| Vanda tessellata | |
|---|---|
| Vanda tessellata illustration | |
| Scientific classification | |
| Kingdom: | |
| (unranked): | |
| (unranked): | |
| Order: | |
| Family: | |
| Subfamily: | |
| Tribe: | |
| Subtribe: | |
| Genus: | |
| Species: | V. tessellata
|
| Binomial name | |
| Vanda tessellata | |
| Synonyms | |
ରାସ୍ନା ଏକ ସ୍ୱତନ୍ତ୍ର ଉଦ୍ଭିଦ ନୁହେଁ। ଲତାପ୍ରାୟ ଅନ୍ୟ ଗଛରେ ଥାଏ। ଏହାର କୌଣସି ମୂଳ ନ ଥାଏ। କୌଣସି କାରଣରୁ ସେହି ଗଛର ପତ୍ରାଦି ବିକୃତ ହୋଇ ରାସ୍ନା ବୋଲାଏ। ଏଥିରେ ଅଳ୍ପ ସୁଗନ୍ଧ ରହିଥାଏ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ରାସ୍ନା |
| ସଂସ୍କୃତ | ନାକୁଳୀ, ସୁରସା, ସୁଗନ୍ଧା, ଗନ୍ଧସାକୁଳୀ, ଶ୍ରେୟସୀ, ସୁବହା, ସର୍ପଗନ୍ଧା ଓ ଏକାପର୍ଣି |
| ହିନ୍ଦୀ | ରସ୍ନା ରସନ୍ ଓ ରହସନୀ |
| ତେଲୁଗୁ | ରସନାଗୁଡ୍କା, ଅନ୍ତର ଦାମର ଓ କିରସ୍ୱିତକ |
| ବଙ୍ଗଳା | ରାସ୍ନା |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଏହା ତିକ୍ତ ରସ, ପାଚକ, ଦୀପକ, ଉଷ୍ଣବୀର୍ଯ୍ୟ, ଗୁରୁପାକ ଓ ବଳକର।
ବ୍ୟବହାର
[ସମ୍ପାଦନା]କାସ, ଶ୍ୱାସ, ଜ୍ୱର, କଫ, ଶୂଳ, ବାୟୁ, ଆମବାତ, ବିଷଦୃଷ୍ଟି, ରକ୍ତଦୃଷ୍ଟି, ଶୋଥ ଓ ସମସ୍ତପ୍ରକାର ବାତ ନାଶକ ଅଟେ। ଦେହ ଦରଜ, ଘୋଳାବିନ୍ଧା, ଶୂଳ ଆଦିରେ ଏହାକୁ ପାଣିରେ ସିଝାଇ ମହୁସହିତ ଖିଆଯାଏ। ତେଲରେ ସିଝାଇ ଦେହରେ ଲଗାଇଲେ ଦେହ ହାତର ପୀଡ଼ା ଦୂର ହୁଏ। ହାତ ପାଦର ଜ୍ୱାଳା ନିବାରଣ ପାଇଁ ଗୁଳୁଚି ସହିତ ଏହାର ପ୍ରୟୋଗ କରାଯାଏ।
ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ରାସ୍ନା
ବାବଦରେ ମାଧ୍ୟମ ରହିଛି ।
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ