ମେରୋପେନେମ/ଭାବୋରବାକ୍ଟମ
| Combination of | |
|---|---|
| Meropenem | β-lactam antibiotic |
| Vaborbactam | β-lactamase inhibitor |
| Clinical data | |
| Trade names | Vabomere, Vaborem, others |
| AHFS/Drugs.com | monograph |
| data | |
| Routes of administration | Intravenous |
| ATC code | |
| Legal status | |
| Legal status |
|
| Identifiers | |
| CAS Number | |
| KEGG | |
ମେରୋପେନେମ/ ଭାବୋରବାକ୍ଟମ, ବାଣିଜ୍ୟ ନାମ ଭାବୋମିଅର, ଏକ ଔଷଧ ସମଷ୍ଟି ଯାହା ମୂତ୍ରାଙ୍ଗ ସଂକ୍ରମଣ, ଜଟିଳ ଉଦର ସଂକ୍ରମଣ, ଏବଂ ଡାକ୍ତରଖାନା ଅକ୍ତିଆର ନିମୋନିଆ ରୋଗମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ । [୧] [୨] ଏଥିରେ ମେରୋପେନେମ ଯାହା ଏକ β- ଲାକ୍ଟାମ ଆଣ୍ଟିବାୟୋଟିକ୍ ଏବଂ ଭାବୋରବାକ୍ଟମ ଯାହା ଏକ β- ଲାକ୍ଟାମେଜ ଇନହିବିଟର ଥାଏ | [୩] ଏହା ଇଞ୍ଜେକସନ ଆକାରରେ ଶିରାରେ ଦିଆଯାଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଇଞ୍ଜେକ୍ସନ୍ ସ୍ଥାନରେ ପ୍ରଦାହ, ଅଇ, ତରଳ ଝାଡ଼ା, ଯକୃତ ପ୍ରଦାହ ଏବଂ ହାଇପୋକାଲିମିଆ ବା ନିମ୍ନ ରକ୍ତ ପୋଟାସିୟମ୍ ଅନ୍ତର୍ଭୁକ୍ତ ଥାଏ | [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, ବାତ ଏବଂ କ୍ଲୋଷ୍ଟ୍ରିଡିୟମ ଡିଫିସିଲ୍ ତରଳ ଝାଡ଼ା ଅନ୍ତର୍ଭୁକ୍ତ ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [୪] ମେରୋପେନେମ ବ୍ୟାକ୍ଟେରିଆ କୋଷ ପ୍ରାଚୀର ନିର୍ମାଣକୁ ଅବରୋଧ କରି କାର୍ଯ୍ୟ କରିଥାଏ ଏବଂ β- ଲାକ୍ଟାମେଜଦ୍ୱାରା ମେରୋପେନେମ ଭାଙ୍ଗିବାକୁ ଭାବୋରବାକ୍ଟମ ଅବରୋଧ କରିଥାଏ | [୩]
୨୦୧୭ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା | [୧] [୨] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହି ନାମ ଲିପିବଦ୍ଧ ଅଛି । [୫] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୧,୧୨୬ ଆମେରିକୀୟ ଡଲାର ଥିଲା । [୬]
ଆଧାର
[ସମ୍ପାଦନା]- 1 2 3 "Vabomere (combination) Monograph for Professionals". Drugs.com (in ଇଂରାଜୀ). Retrieved 6 November 2019.
- 1 2 "Vaborem". European Medicines Agency (in ଇଂରାଜୀ). 24 September 2018. Retrieved 6 November 2019.
- 1 2 3 4 "Vabomere (combination) Monograph for Professionals". Drugs.com (in ଇଂରାଜୀ). Retrieved 6 November 2019.
- ↑ "Meropenem / vaborbactam (Vabomere) Use During Pregnancy". Drugs.com (in ଇଂରାଜୀ). Retrieved 6 November 2019.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ "Vabomere Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 6 November 2019.