ମିଥାଇଲଏର୍ଗୋମେଟ୍ରିନ

ଉଇକିପିଡ଼ିଆ‌ରୁ
ମିଥାଇଲଏର୍ଗୋମେଟ୍ରିନ
Clinical data
Trade namesMethergine, Ergotrate, others
SynonymsMethylergometrine maleate, methylergonovine,[୨] methylergobasin,[୨] d-lysergic acid 1-butanolamide
AHFS/Drugs.commonograph
MedlinePlusa601077
Pregnancy
category
  • Contraindicated
Routes of
administration
Injection into a muscle or vein, by mouth[୧]
Legal status
Legal status
  • ℞ (Prescription only)
Pharmacokinetic data
MetabolismLiver
Elimination half-life30–120 min
ExcretionMostly bile
Identifiers
  • N-[(2S)-1-Hydroxybutan-2-yl]-6-methyl-9,10-didehydroergoline-8β-carboxamide
ECHA InfoCard100.003.661 Edit this at Wikidata
Chemical and physical data
FormulaC20H25N3O2
Molar mass୩୩୯.୪୪ g·mol−1
3D model (JSmol)
Melting point172 °C (342 °F)
Solubility in waterinsoluble mg/mL (20 °C)
  • CC[C@@H](CO)NC(=O)[C@@H]2/C=C1/c3cccc4N\C=C(\C[C@H]1N(C)C2)c34
  • InChI=1S/C20H25N3O2/c1-3-14(11-24)22-20(25)13-7-16-15-5-4-6-17-19(15)12(9-21-17)8-18(16)23(2)10-13/h4-7,9,13-14,18,21,24H,3,8,10-11H2,1-2H3,(H,22,25)/t13-,14+,18-/m1/s1 ☒N
  • Key:UNBRKDKAWYKMIV-QWQRMKEZSA-N ☒N
  (verify)

ମିଥାଇଲଏର୍ଗୋମେଟ୍ରିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ମିଥେରଗାଇନ, ହେଉଛି ଏକ ଔଷଧ ଯାହା ନିମ୍ନ ଧରଣର ଗର୍ଭାଶୟ ସଙ୍କୋଚନ କାରଣରୁ ପ୍ରସବପର ରକ୍ତସ୍ରାବର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଅକ୍ସିଟୋସିନ୍ ଅପେକ୍ଷା ଏହି ଧରଣର ବ୍ୟବହାର ପାଇଁ କମ୍ ପସନ୍ଦ କରାଯାଏ ।[୨] କରୋନାରୀ ଭାସୋସ୍ପାଜ୍ମ କାରଣରୁ ଆଞ୍ଜିନା ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇଛି ।[୧] ଏହା ମାଂସପେଶୀରେ ଇଞ୍ଜେକସନ ଦ୍ୱାରା, ପାଟିରେ କିମ୍ବା ବେଳେବେଳେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ବାତ, ମୁଣ୍ଡବିନ୍ଧା, ଅଇ, ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କାନରେ ଝିଁ ଝିଁ ଶୁଣାଯିବା, କାଲୁଆ, ଦ୍ୱନ୍ଦ୍ୱ ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୨] ଯେଉଁମାନଙ୍କର ଯକୃତ ସମସ୍ୟା, ବୃକ୍‌କ ଜନିତ ସମସ୍ୟା କିମ୍ବା ରକ୍ତ ପ୍ରବାହ ଖରାପ ଥାଏ, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଏ ।[୨] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନରେ ନିରାପତ୍ତା ଅସ୍ପଷ୍ଟ ଏବଂ ଏହି ପରିସ୍ଥିତିରେ ବ୍ୟବହାରକୁ ପରାମର୍ଶ ଦିଆଯାଇନଥାଏ ।[୨][୧] ଏହାଅକ୍ସିଟୋକିକ୍ସ ଏବଂ ଏର୍ଗଟ ଆଲକାଲଏଡ ଶ୍ରେଣୀର ଔଷଧ ଭାବରେ ଜଣାଶୁଣା ।[୧][୩]

ଏର୍ଗୋମେଟ୍ରିନରୁ ମିଥାଇଲଏର୍ଗୋମେଟ୍ରିନ ଉତ୍ପନ୍ନ ହୋଇଥିଲା ଯାହା ପ୍ରଥମେ ୧୯୩୫ ମସିହାରେ କ୍ଲାଭିସେପ୍ସ ପରପ୍ୟୁରିଆ ନାମକ ଏକ କବକରୁ ଉତ୍ପନ୍ନ ହୋଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ୨୦୨୦ ମସିହା ସୁଦ୍ଧା ଏହାର ୦.୨ ମିଗ୍ରା ବିଶିଷ୍ଟ ୬ଟି ବଟିକାର ମୂଲ୍ୟ ପ୍ରାୟ ୬୮ଡଲାର୍ ଖର୍ଚ୍ଚ ହୁଏ ।[୫] ବିକାଶଶୀଳ ଦେଶରେ ୨୦୧୫ ମସିହା ସୁଦ୍ଧା ଏହି ପରିମାଣର ମୂଲ୍ୟ ପ୍ରାୟ ୦.୧୨ ଡଲାର ଥିବାବେଳେ ପ୍ରତି ଇଞ୍ଜେକ୍ସନର ମୂଲ୍ୟ ପ୍ରାୟ ୦.୧୮ ଡଲାର ଥିଲା।[୬][୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Methylergonovine Maleate Monograph for Professionals". Drugs.com (in ଇଂରାଜୀ). Archived from the original on 20 September 2016. Retrieved 2 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "METHYLERGOMETRINE injectable - Essential drugs". medicalguidelines.msf.org. Archived from the original on 29 August 2021. Retrieved 2 September 2020.
  3. Clinical Pharmacology During Pregnancy (in ଇଂରାଜୀ). Academic Press. 2012. p. 310. ISBN 978-0-12-386008-8. Archived from the original on 2021-08-29. Retrieved 2020-09-02.
  4. Briggs, Gerald G.; Nageotte, Michael (2009). Diseases, Complications, and Drug Therapy in Obstetrics: A Guide for Clinicians (in ଇଂରାଜୀ). ASHP. p. 264. ISBN 978-1-58528-337-8. Archived from the original on 2021-08-29. Retrieved 2020-09-02.
  5. "Methergine Prices and Methergine Coupons". GoodRx (in ଆମେରିକୀୟ ଇଂରାଜୀ). Archived from the original on 16 August 2016. Retrieved 30 October 2020.
  6. "Single Drug Information – International Medical Products Price Guide". Archived from the original on 28 August 2021. Retrieved 30 October 2020.
  7. "Single Drug Information – International Medical Products Price Guide". Archived from the original on 28 August 2021. Retrieved 30 October 2020.