ମାନସ ରଞ୍ଜନ ମଲ୍ଲିକ

ଉଇକିପିଡ଼ିଆ‌ରୁ
ମାନସ ରଞ୍ଜନ ମଲ୍ଲିକ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଜଗନ୍ନାଥ ରାଉତ
ପର ଅଧିକାରୀମନମୋହନ ସାମଲ
ନିର୍ବାଚନ ମଣ୍ଡଳୀଧାମନଗର
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା (ଉପ-ନିର୍ବାଚନ)
କାର୍ଯ୍ୟକାଳ
୨୯ ଅପ୍ରେଲ ୧୯୯୦ – ୧୯୯୫
ପୂର୍ବ ଅଧିକାରୀହୃଦାନନ୍ଦ ମଲ୍ଲିକ
ପର ଅଧିକାରୀଜଗନ୍ନାଥ ରାଉତ
ନିର୍ବାଚନ ମଣ୍ଡଳୀଧାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1955-04-18)୧୮ ଅପ୍ରେଲ ୧୯୫୫
ମୃତ୍ୟୁ୯ ଅକ୍ଟୋବର ୨୦୧୨(2012-10-09) (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀନିରୂପମା ମଲ୍ଲିକ
ସମ୍ପର୍କସଞ୍ଜୀବ କୁମାର ମଲ୍ଲିକ (ଭାଇ)
ସନ୍ତାନ୨ ପୁଅ, ୧ ଝିଅ
ବାପା/ବୋଉହୃଦାନନ୍ଦ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ମାନସ ରଞ୍ଜନ ମଲ୍ଲିକ (୧୮ ଅପ୍ରେଲ ୧୯୫୫ - ୯ ଅକ୍ଟୋବର ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ଉପ-ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପାର୍ଥୀ ଭାବରେ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ମାନସ ରଞ୍ଜନ ମଲ୍ଲିକ ୧୯୫୫ ମସିହାର ଅପ୍ରେଲ ମାସ ୧୮ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଥିଲା ହୃଦାନନ୍ଦ ମଲ୍ଲିକ । ମାନସଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ନିରୂପମା ମଲ୍ଲିକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।[୪] ମାନସଙ୍କର ବାପା ହୃଦାନନ୍ଦ ମଲ୍ଲିକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ, ୬ଷ୍ଠ, ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ଭାଇ ସଞ୍ଜୀବ ମଲ୍ଲିକ ମଧ୍ୟ ଜଣେ ରାଜନୀତିଜ୍ଞ, ଯିଏକି ୧୬ଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ମାନସ ରଞ୍ଜନ ସକାଳ ନାମକ ଏକ ଓଡ଼ିଆ ଦୈନିକ ଓଡ଼ିଆ ଖବରକାଗଜ ଏବଂ ମାସିକ ପତ୍ରିକାର ପ୍ରକାଶନ କରୁଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ମାନସ ରଞ୍ଜନ ତାଙ୍କ ପିତା ହୃଦାନନ୍ଦ ମଲ୍ଲିକଙ୍କର ମୃତ୍ୟୁ ପରେ ୧୯୯୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୯ ଅପ୍ରେଲ ୧୯୯୦ରୁ ୧୯୯୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।[୬]

ଏହାପରେ ସେ ୨୦୦୦ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପୁଣିଥରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ[ସମ୍ପାଦନା]

ମାନସ ରଞ୍ଜନ ୨୦୧୨ ମସିହାର ଅକ୍ଟୋବର ୯ ତାରିଖରେ ବୃକ୍‌କ ବିଫଳତା ଯୋଗୁଁ ମୃତ୍ୟୁବରଣ କରିଥିଲେ ।[୭] ମୃତ୍ୟୁବେଳକୁ ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା । ୨୭ ନଭେମ୍ବର ୨୦୧୨ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. "Late Manas Ranjan Mallik". odishaassembly.nic.in. Odisha Assembly. Retrieved 22 April 2019.
  2. "ଧାମନଗର ନିର୍ବାଚନ ମଣ୍ଡଳୀ ବିଜେପି-ବିଜେଡି ମଧ୍ୟରେ ଲଢ଼େଇ | Sambad". ସମ୍ବାଦ. sambad.in. 15 April 2019. Retrieved 26 January 2021.
  3. "MLA Manas Ranjan Mallik Profile | DHAMNAGAR Constituency". naveenpatnaik.com. Archived from the original on 2017-10-27. Retrieved 2019-04-22.
  4. "Former Odisha MLA dies". Business Standard India. 10 October 2012. Retrieved 26 January 2021.
  5. "Former Odisha MLA dies". Zee News (in ଇଂରାଜୀ). 10 October 2012. Retrieved 26 January 2021.
  6. "MLA Manas Ranjan Mallik Profile | DHAMNAGAR Constituency". www.odishahelpline.com. Retrieved 2019-04-22.
  7. "Ex-MLA Mallik dead". The New Indian Express. 10 October 2012. Retrieved 26 January 2021.