ମହାଦେବ ମନ୍ଦିର, ଦେଓବାଲୋଦା
| ମହାଦେବ ମନ୍ଦିର, ଦେଓବାଲୋଦା | |
|---|---|
ମହାଦେବ ମନ୍ଦିର | |
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | en:Durg district |
| ଦେବାଦେବୀ | ଶିବ |
| Location | |
| ସ୍ଥାନ | ଦେଓବାଲୋଦା, Bhilai Charoda ଟାଉନ |
| State | ଛତିଶଗଡ଼ |
| Country | ଭାରତ |
| ଭୌଗଳିକ ଅବସ୍ଥିତି | 21°13′07″N 81°28′43″E / 21.21861°N 81.47861°E |
| Architecture | |
| Type | ନାଗରା |
ମହାଦେବ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ହୋଇଥିବା ଏକ ମନ୍ଦିର ଯାହା ଭାରତର ଛତିଶଗଡ଼ ପ୍ରଦେଶରେ ଥିବା ଦେଓବାଲୋଦାରେ ଅବସ୍ଥିତ । କାଳଚୁରି କାଳରେ ଏହି ମନ୍ଦିର ତିଆରି ହୋଇଥିଲା ।[୧] ଭାରତର ଆର୍କିଓଲୋଜିକାଲ ସଂସ୍ଥା (Archaeological Survey of India) ଏହି ମନ୍ଦିରକୁ ସୁରକ୍ଷିତ ସ୍ମାରକୀ ଭାବରେ ଘୋଷଣା କରିଛନ୍ତି । ମହାଶିବରାତ୍ରି ଦିନ ଶିବଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ବହୁତ ଭକ୍ତ ଆସି ଜମା ହୁଅନ୍ତି । ସେହି ଦିନ ଏଠାରେ ଗୋଟିଏ ମେଳା ମଧ୍ୟ ହୁଏ ।[୨][୩]
ସାରାଂଶ
[ସମ୍ପାଦନା]ତ୍ରୟୋଦଶ ଶତାବ୍ଦୀରେ ଏହି ମନ୍ଦିର ‘କାଲଚୁରି’ ସମୟରେ ତିଆରି ହୋଇଥିଲା ।[୪][୩] କଥିତ ଅଛି, ଏହି ମନ୍ଦିର ମାତ୍ର ଛଅ ମାସ ମଧ୍ୟରେ ତିଆରି ହୋଇଥିବାରୁ ଏହାକୁ ୬ ମାସି ମନ୍ଦିର ମଧ୍ୟ କୁହାଯାଏ ।[୫] ଏହି ମନ୍ଦିର ପରିସରରେ ଏକ ଜଳ କୁଣ୍ଡ ଅଛି ଯାହା ଛତିଶଗଡ଼ର ଅରଙ୍ଗ (Arang) ନାମକ ଏକ ଟାଉନ ସହ ଏକ ଟନେଲ ମାଧ୍ୟମରେ ସଂଯୁକ୍ତ ହୋଇଥିବା କୁହାଯାଏ ।[୧]
ସ୍ଥାପତ୍ୟ
[ସମ୍ପାଦନା]ପୂର୍ବ ଦିଗକୁ ମୁଖ ଥିବା ଏହି ମନ୍ଦିର ବାଲି ପଥରରେ ତିଆରି ହୋଇଛି । ଏହାର ଏକ ଗର୍ଭ ଗୃହ ଓ ଏକ ମଣ୍ଡପ ଅଛି ଯେଉଁଥିରେ ଅନେକ ସ୍ତମ୍ଭ ଲାଗିଛି । ନଗର ସ୍ଥାପତ୍ୟ ଶୈଳୀରେ ତିଆରି ଏହାର ଏକ ଗମ୍ବୁଜ ଅଛି । ଗର୍ଭ ଗୃହରେ ଥିବା ଶିବ ବିଗ୍ରହର ଉଚ୍ଚତା ୧.୫ ଫୁଟ[୪] ଓ ଏହା ଭିତରକୁ ଯିବା ଦ୍ୱାର ପାଖରେ ଶୈବ ଦ୍ୱାରପାଳ ରହିଛନ୍ତି ।[୪] ଗର୍ଭଗୃହରେ ଦେବୀ ପାର୍ବତୀ, ଗଣେଶ, ଓ ହନୁମାନଙ୍କ ବିଗ୍ରହ ଅଛି । ମଣ୍ଡପର ସ୍ତମ୍ଭରେ ଭୈରବ, ବିଷ୍ଣୁ, ଶିବ, ନର୍ତ୍ତକୀ, ସଂଗୀତଜ୍ଞ, ମହିଷାସୁରକୁ ବଧ କରିଥିବା ଦେବୀ ଦୂର୍ଗାଙ୍କର ମହିଷାସୁରମର୍ଦ୍ଦିନୀ[୪] ଓ କୀର୍ତ୍ତିମୁଖ ପ୍ରତିମୂର୍ତ୍ତି ଅଙ୍କିତ ହୋଇଛି ।[୨] ମନ୍ଦିର ବାହାର ପାଖ ପ୍ରବେଶ ଦ୍ୱାର ପାଖରେ ଗଜ, ଅଶ୍ୱ ଓ ନରମାନଙ୍କ ଚିତ୍ର ଅଙ୍କିତ ହୋଇଛି । ମନ୍ଦିର କାନ୍ଥରେ ଶିବ, ଗଜନ୍ତକ ଶିବ, ନୃସିଂହ, ରାଧା କୃଷ୍ଣ, ଗଣେଶ, ବରାହ, ଲକ୍ଷ୍ମୀ ଓ ଅନ୍ୟାନ୍ୟ ଦେବ ଦେବୀଙ୍କର ଛବି ଅଙ୍କିତ ହୋଇଛି । ଏହା ସହିତ ଶିକାର, ଶିକାରୀ ଓ ଷଣ୍ଢ ଯୁଦ୍ଧ ଚିତ୍ର ମଧ୍ୟ ଅଛି ।[୬]
ମନ୍ଦିର ସମ୍ମୁଖର ନନ୍ଦୀ ପ୍ରତିମୂର୍ତ୍ତି ଅଛି ଯାହା ମନ୍ଦିରକୁ ଜଗିଥିବା ଭଳି ଲାଗେ ।[୨][୪]
ମନ୍ଦିର ପରିସରରେ ଥିବା ଏକ ସ୍ଥାନରେ ପୂରାତନ ମୂର୍ତ୍ତି ସବୁ ରଖାଯାଇଛି ଯାହା ଖୋଳିବା ସମୟରେ ମିଳିଥିଲା ।[୪]
କିମ୍ବଦନ୍ତୀ
[ସମ୍ପାଦନା]ଏହି ମନ୍ଦିର ତିଆରି କରୁଥିବା ସ୍ଥପତି ନିଜ କାମରେ ଏତେ ମଗ୍ନ ରହୁଥିଲା ଯେ ନିଜ ଲୁଗାପଟା ପ୍ରତି ଧ୍ୟାନ ରହୁନଥିଲା । ମନ୍ଦିର କାମ ସାରିବା ପାଇଁ ଦିନ ରାତି କାମ କଲାବେଳେ ସେ ଉଲଗ୍ନ ହୋଇଯାଉଥିଲା । ତାଙ୍କର ପତ୍ନୀ ଖାଦ୍ୟ ନେଇ ଆସୁଥିଲେ । ଦିନେ ତାଙ୍କର ଭଗିନୀ ଖାଦ୍ଯ ନେଇ ଆସିଥିଲେ । ଭଉଣୀକୁ ଦେଖି ଲଜ୍ଜାରେ ନିଜ ଉଲଗ୍ନତା ଲୁଚେଇବା ପାଇଁ ଭାଇ ଛାତ ଉପରୁ କୁଣ୍ଡକୁ ଡିଆଁ ମାରିଦେଲେ । ଏହା ଦେଖି ଭଗିନୀ ମଧ୍ୟ ପାଖରେ ଥିବା ଏକ ପୋଖରୀକୁ ଡେଇଁପଡ଼ିଥିଲେ । ଉଭୟ କୁଣ୍ଡ ଓ ପୋଖରୀ ଅଦ୍ୟାପି ଅଛି । ପୋଖରୀକୁ ଅଧୁନା କଶର ତାଲାବ[୧][୪][୬] କୁହାଯାଉଛି କାରଣ ସେ ଏକ କଳଶ ଧରି ଆସୁଥିଲେ । ସେଠାରେ ଏକ କଳଶ ଭଳି ମୂର୍ତ୍ତି ଅଦ୍ୟାପି ଅଛି ।[୧]
ଅରଙ୍ଗ ସ୍ଥାନରେ ଥିବା ଏକ ମନ୍ଦିରର କୁଣ୍ଡ ସହିତ ଏହି ଲିକକାୟିତ ଲୁକ୍କାୟିତ ସୁଡଙ୍ଗ ମାଧ୍ୟମରେ ଏଠାକାର କୁଣ୍ଡ ସଂଯୁକ୍ତ ହୋଇଥିବା ବିଶ୍ୱାସ କରାଯାଏ । ସୁଡଙ୍ଗ ମଧ୍ୟରେ ସେହି ସ୍ଥପତି ଯାଇ ଅରଙ୍ଗରେ ପହଞ୍ଚିଲେ ଓ ସେଠାରେ ସେ ପଥର ପାଲଟିଗଲେ । ସେଠାରେ ବନଦେବ ମନ୍ଦିର ତିଆରି ହୋଇଛି ।[୫]
ସେହି କୁଣ୍ଡ ଭିତରକୁ ଯିବା ପାଇଁ ୨୩ଟି ପାହାଚ ଅଛି ଓ ପାଖରେ ଦୁଇଟି କୂଅ ଅଛି । ଗୋଟିଏ କୂଅରେ ଜଳ ସ୍ରୋତ କେବେ ହେଲେ ଶୁଖିଯାଏନି ।[୩]
ଗମନାଗମନ
[ସମ୍ପାଦନା]ଭିଲାଇ ଚାରକୋଡର ଦେଓବାଲଦା ନାମକ ଏକ ଛୋଟ ଟାଉନରେ ଏହି ମହାଦେବ ମନ୍ଦିର ନିର୍ମିତ ହୋଇଛି ।[୬] ବିଭିନ୍ନ ସ୍ଥାନ ସହିତ ଏହି ସ୍ଥାନ ରେଲ ଓ ରାସ୍ତା ଜରିଆରେ ସଂଯୁକ୍ତ ହୋଇଛି । [୨]
ରାସ୍ତା: ରାଜଧାନୀ ରାୟପୁରଠାରୁ ଏହି ମନ୍ଦିର ୨୦ କିମି ଦୂର ଓ ଭିଲାଇ ନଗରଠାରୁ ୧୫ କିମି ଦୂର ।
ରେଲ: ଏହି ମନ୍ଦିର ପାଖରେ ଦେଓବାଲଦା ଚାରକୋଦା ରେଲ ଷ୍ଟେସନ ଅଛି ଯେଉଁଠାକୁ ଲୋକାଲ ଓ ପାସେଞ୍ଜର ଟ୍ରେନ ଯିବା ଆସିବା କରେ ।
ଉଡ଼ାଜାହାଜ: ରାୟପୁରର ସ୍ୱାମୀ ବିବେକାନନ୍ଦ ଏୟାରପୋର୍ଟରୁ ଏଠାକୁ ଯିବା ଆସିବା କରିହୁଏ ।
ଗ୍ୟାଲେରି
[ସମ୍ପାଦନା]- ଚିତ୍ରିତ ମନ୍ଦିର କାନ୍ଥ
- ମନ୍ଦିର କୁଣ୍ଡ
- ଗର୍ଭଗୃହ ପ୍ରବେଶ ଦ୍ୱାର
- ମନ୍ଦିର ପ୍ରବେଶ ଦ୍ୱାର
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]
ଆଧାର
[ସମ୍ପାଦନା]- 1 2 3 4 "dev-baloda-shiv-temple". www.patrika.com (in hindi).
{{cite web}}: CS1 maint: unrecognized language (link) - 1 2 3 4 "Mahadev Temple in Devbaloda is 13th Century Shrine by Kalchuris". welcome236.com. Archived from the original on 2022-10-19. Retrieved 2022-10-15.
- 1 2 3 "देवबलोदा शिव मंदिर - Deobalod Shiv Temple". www.chhattisgarhgyan.in (in hindi).
{{cite web}}: CS1 maint: unrecognized language (link) - 1 2 3 4 5 6 7 "Mahadev Temple Dev Baloda". questchhattisgarh.blogspot.com (in ଇଂରାଜୀ).
{{cite web}}: line feed character in|title=at position 20 (help) - 1 2 "#temple 6 महीने में बना था देवबलोदा चरोदा का 6-मासी शिव मंदिर". www.gondwanaexpress.com (in hindi). Gondwana Express. 2018-10-03. Archived from the original on 2022-01-18. Retrieved 2022-10-15.
{{cite web}}: CS1 maint: unrecognized language (link) - 1 2 3 "#temple 6 महीने में बना था देवबलोदा चरोदा का 6-मासी शिव मंदिर". chhattisgarhrojgar.com. CGRojgar Desk. 2018-10-03. Archived from the original on 2020-08-06. Retrieved 2022-10-15.