ଭୈରବ

ଉଇକିପିଡ଼ିଆ‌ରୁ
ତ୍ରିକାଳ ଭୈରବ, ଗଙ୍ଗବଂଶ କାଳୀନ ପଥର ବିଗ୍ରହ, ୧୧-୧୨ଶ ଶତାବ୍ଦୀ

ଭୈରବ ହେଉଛନ୍ତି ଶିବଙ୍କର ଅନ୍ୟ ଏକ ଅବତାର । ଶ୍ୟାମଳ ବର୍ଣ୍ଣ ଭୈରବ ଚାରି ଭୁଜାରେ ତ୍ରିଶୂଳ, ଖଡ୍‌ଗ, ଖପ୍ପର ଧାରଣ କରିଥାନ୍ତି । ସେ କୁକୁର ବାହାନରେ ହିଁ ଭୂପୃଷ୍ଠକୁ ଓହ୍ଲାଇ ଆସିଥାନ୍ତି । ସେ ଶ୍ମଶାନରେ ବାସ କରିଥାନ୍ତି । ସେ ହେଉଛନ୍ତି, ଭୂତ,ପ୍ରେତ ଓ ଯୋଗିନୀଙ୍କ ସ୍ୱାମୀ । ସେ ଭକ୍ତଙ୍କ ପୂଜାର୍ଚ୍ଚନାରେ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଦୁଷ୍ଟ ତଥା ଆସୁରିଶକ୍ତିକୁ ସଂହାର କରିବାରେ ସେ ସର୍ବଦା ତତ୍ପର ହୋଇଉଠିଥାନ୍ତି । ଭଗବାନ ଭୈରବ ଭକ୍ତଙ୍କ କଷ୍ଟକୁ ଦୂର କରିବା ସହ ସେମାନଙ୍କୁ ବୁଦ୍ଧି, ଜ୍ଞାନ, ଶକ୍ତି, ଯଶ, ଧନ ତଥା ମୁକ୍ତି ମଧ୍ୟ ପ୍ରଦାନ କରିଥାନ୍ତି । ଯେଉଁ ବ୍ୟକ୍ତି କୌଣସି ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭୈରବ ବ୍ରତ ବା ପୂଜାପାଠ କରିଥାନ୍ତି ସେ ତା’ର ସମସ୍ତ କଷ୍ଟରୁ ମୁକ୍ତି ପାଇଥାଏ । ଶ୍ରୀଭୈରବ ନିଜ ଉପାସକଙ୍କୁ ଦଶଦିଗରୁ ହିଁ ରକ୍ଷା କରିଥାନ୍ତି । [୧]

ଆଧାର[ସମ୍ପାଦନା]

  1. ସମୟ,ପୃଷ୍ଠା-୨, ୨୪.୮.୧୪, ରବିବାର