Jump to content

ମସ୍ତିଷ୍କ-ମେରୁଦଣ୍ଡ ତରଳ ପଦାର୍ଥ କ୍ଷରଣ

ଉଇକିପିଡ଼ିଆ‌ରୁ
Cerebrospinal fluid leak
Spontaneous intracranial hypotension
ବିଭାଗNeurology
ଲକ୍ଷଣClear fluid from the nose or ear, headache that is worse with standing, neck stiffness, nausea, ringing in the ear, sensitivity to light[][]
କାରଣInjury (80%), medical interventions (16%), spontaneous (4%)[]
ବିପଦ କାରକConnective tissue disorders[]
ସଠିକ ରୋଗ ନିର୍ଣ୍ଣୟIdiopathic intracranial hypotension, posttraumatic headache[]
ଚିକିତ୍ସାBed rest, epidural blood patch, fibrin glue injection, surgery[][]
PrognosisGenerally good[]

ମସ୍ତିଷ୍କ-ମେରୁଦଣ୍ଡ ତରଳ ପଦାର୍ଥ କ୍ଷରଣ ବା ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଲିକ୍ (Cerebrospinal fluid leak/ CSF ଲିକ୍, CSFL) କୁହାଯାଏ ଯେତେବେଳେ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ଘେରି ରହିଥିବା ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ (CSF) ଡୁରା ମ୍ୟାଟରର ଏକ ଛିଦ୍ରରୁ ବାହାରିଯାଏ ।[] [] ଆଘାତ ଯୋଗୁ ହୋଇଥିଲେ ଲକ୍ଷଣଗୁଡ଼ିକରେ ନାକ କିମ୍ବା କାନରୁ ସ୍ୱଚ୍ଛ ତରଳ ପଦାର୍ଥ ବାହାରେ ।[] ସ୍ୱତଃସ୍ଫୁର୍ତ୍ତ ଭାବରେ ଏହା ହୋଇଥିଲେ ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା ହୁଏ ଯାହା ଠିଆ ହେବା ସମୟରେ ଅଧିକ ହୁଏ ଓ ଏବଂ ଶୋଇବା ସମୟରେ କମ ହୋଇଯାଏ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ବେକ କଠିନତା, ବାନ୍ତି, କାନ‌ନାଦ ଏବଂ ଆଲୋକ ପ୍ରତି ସମ୍ବେଦନଶୀଳତା ହୋଇପାରେ ।[] [] ରୋଗ ଜଟିଳ ହେଲେ ମେନିଞ୍ଜାଇଟିସ୍ ହୋଇପାରେ ।[]

କାରଣଗୁଡ଼ିକ ମଧ୍ୟରେ ଆଘାତ (୮୦%), ଡାକ୍ତରୀ ହସ୍ତକ୍ଷେପ (୧୬%) ଏବଂ ସ୍ୱତଃପ୍ରବୃତ୍ତ (୪%) ହୋଇଥାଏ ।[] କମ୍ୱର ପଙ୍କଚର ଏବଂ ମେରୁଦଣ୍ଡ ଅସ୍ତ୍ରୋପଚାର ଭଳି ଚିକିତ୍ସା ଜନିତ ହସ୍ତକ୍ଷେପରେ ଯାହାଏହି ଅବସ୍ଥା ସୃଷ୍ଟି ହୋଇପାରେ ।[] ସଂଯୋଗକାରୀ ତନ୍ତୁ ରୋଗ ଥିଲେ ସ୍ୱତଃପ୍ରବୃତ୍ତ କ୍ଷରଣ ହୋଇଥାଏ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ସ୍ୱଳ୍ପ ଇଣ୍ଟାକ୍ରାନିଆଲ୍ ଚାପ କିମ୍ବା କମ୍ ସିଏସଏଫ ଥିଲେ ଏହା ହୋଇପାରେ ।[] ମସ୍ତିଷ୍କ କିମ୍ବା ମେରୁଦଣ୍ଡର ଚାରିପାଖରେ କ୍ଷରଣ ହୋଇପାରେ ।[] ଏକ ସିଟି ମାୟେଲୋଗ୍ରାମ କିମ୍ବା ଏମଆରଆଇ କଲେ ରୋଗ ନିର୍ଣ୍ଣୟ ନିଶ୍ଚିତ ହୋଇପାରେ ।[]

ଶଯ୍ୟା ବିଶ୍ରାମ ଏବଂ ପାଟିରେ ତରଳ ପଦାର୍ଥ ଦେଲେ କ୍ଷରଣ ଆପେ ଭଲ ହୋଇପାରେ ।[] ଅନ୍ୟାନ୍ୟ ଚିକିତ୍ସାରେ ଏପିଡୁରାଲ୍ ବ୍ଲଡ୍ ପ୍ୟାଚ୍ ଦ୍ୱାରା ମରାମତି, ଲିକ୍ ସ୍ଥାନରେ ବ୍ୟକ୍ତିର ନିଜ ରକ୍ତର ଇଞ୍ଜେକସନ, ଫିବ୍ରିନ ଗ୍ଲୁ (fibrin glue) ଇଞ୍ଜେକସନ କିମ୍ବା ଅସ୍ତ୍ରୋପଚାର କରାଯାଇପାରେ ।[] ପ୍ରାୟ ୯୮% ଲୋକ ଭଲ ହୋଇଯାଆନ୍ତି ।[] ଏକ ବାସିଲାର ଖପୁରୀ ଅସ୍ଥିଭଗ୍ନ ପରେ ପ୍ରାୟ ୨୦% ଲୋକଙ୍କର ଏହି କ୍ଷରଣ ହୁଏ ।[] ସ୍ୱତଃ କ୍ଷରଣ ଘଟଣା କମ ସାଧାରଣ ହୋଇଥାଏ ଯାହା ଏହା ବର୍ଷକୁ ପ୍ରାୟ ୨୦,୦୦୦ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ ।[] ସ୍ୱତଃ କ୍ଷରଣ ମାମଲା ସାଧାରଣତଃ ୪୦ ଦଶକରେ ମହିଳାମାନଙ୍କଠାରେ ଦେଖାଯାଏ ।[] ଏହି ରୋଗ ଅବସ୍ଥା ପ୍ରଥମେ ୧୮୯୯ ମସିହାରେ ଅଗଷ୍ଟ ବାଇର୍ (August Bier) ଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[] [] ପ୍ରଥମେ ୧୯୩୦ ଦଶକରେ ବିନା କାରଣର ସ୍ୱତଃସ୍ପୁର୍ତ୍ତ ମାମଲା ବର୍ଣ୍ଣନା କରାଯାଇଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Jones, MR; Shlobin, NA; Dahdaleh, NS (June 2021). "Spontaneous Spinal Cerebrospinal Fluid Leak: Review and Management Algorithm". World neurosurgery. 150: 133–139. doi:10.1016/j.wneu.2021.03.115. PMID 33798778.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Severson, Michael; Schaurich, Cristina G.; Strecker-McGraw, Margaret K. (2023). "Cerebrospinal Fluid Leak". StatPearls. StatPearls Publishing. Archived from the original on 17 January 2023. Retrieved 9 August 2023.
  3. Wulf, Hinnerk F. W. (1 August 1998). "The Centennial of Spinal Anesthesia". Anesthesiology. 89 (2): 500–506. doi:10.1097/00000542-199808000-00028.