ମନ୍ନାରା ଚୋପ୍ରା

ଉଇକିପିଡ଼ିଆ‌ରୁ
ମନ୍ନାର ଚୋପ୍ରା
ମନ୍ନାରା ଚୋପ୍ରା
Born
ବାର୍ବି ହଣ୍ଡା

(1991-03-29) ୨୯ ମାର୍ଚ୍ଚ ୧୯୯୧ (ବୟସ ୩୨)
ଅମ୍ବଲା, ହରିୟାଣା, ଭାରତ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୧୪–ଏବେଯାଏଁ
Relatives[୧]

‌ମନ୍ନାରା ଚୋପ୍ରା‌ (ଜନ୍ମ: ୨୯ ମାର୍ଚ୍ଚ ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ମନ୍ନାରା ହିନ୍ଦୀ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ମନ୍ନାରା ହିନ୍ଦୀ ଚଳଚ୍ଚିତ୍ର ‌ଜିଦ୍‌ ଜରିଆରେ ୨୦୧୪ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହା ପୂର୍ବରୁ ସେ ୨୦୧୪ରେ ତେଲୁଗୁ ଚଳଚ୍ଚିତ୍ର ‌ପ୍ରେମା ଜୀମା ଜାନ୍‌ତା ନାଇ‌ ଜରିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୩]

ପ୍ରାରମ୍ଭିକ ଜୀବନ ଏବଂ ପରିବାର[ସମ୍ପାଦନା]

ମନ୍ନାରା ହରିୟାଣାର ଅମ୍ବଲାଠାରେ ୧୯୧୧ ମସିହା ମାର୍ଚ୍ଚ ୨୯ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ‌ବେଳେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ତାଙ୍କୁ ଦେଖି ବାର୍ବୀ କଣ୍ଢେଇ ଅନୁସାରେ ‌ବାର୍ବି‌ ବୋଲି କ‌ହିଥିଲେ ଯାହାକି ତାଙ୍କ ମାଆଙ୍କୁ ପସନ୍ଦ ହୋଇଯାଇଥିଲା ଏବଂ ସେ ତାଙ୍କର ନାମ ମଧ୍ୟ ବାର୍ବି ବୋଲି ରଖିଦେଇଥିଲେ ।[୪] ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ସେହି ନାମକୁ ବଦଳାଇଦିଆଯାଇ ‌ମନ୍ନାରା‌ ରଖାଯାଇଥିଲା । ତାଙ୍କର ମାଆ ଜଣେ ଗ‌ହଣା ସଜ୍ଜକ ଏବଂ ବାପା ଜଣେ ଓକିଲ ।[୪][୫] ମନ୍ନାରା ଦିଲ୍ଲୀର ଏକ କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି ।[୪]

ମନ୍ନାରାଙ୍କର ଭଉଣୀମାନେ ହେଲେ: ପ୍ରିୟଙ୍କା ଚୋପ୍ରା, [୬][୭] ପରିଣୀତି ଚୋପ୍ରା,[୮] ଏବଂ ମୀରା ଚୋପ୍ରା[୯]

୨୦୧୪ ମସିହାରେ ମନାରା ତାଙ୍କ ଭଉଣୀ ପ୍ରିୟଙ୍କା ସହ

ଅଭିନୟ ଜୀବନ[ସମ୍ପାଦନା]

ପାଠପଢ଼ା ସରିବା ପରେ ମନ୍ନାରା ମୁମ୍ବାଇରେ ମଡେଲିଂ ଆରମ୍ଭ କରିଥିଲେ ଏବଂ ସେଠାରେ ସେ କିଛି ବିଜ୍ଞାପନରେ ଅଭିନୟ କରିଥିଲେ । ମନ୍ନାରା ତାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ସ‌ହ ମଧ୍ୟ ୩ଟି ବିଜ୍ଞାପନରେ ଅଭିନୟ କରିଛନ୍ତି ।[୧୦][୩] ସେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଜଣେ ନୃତ୍ୟ ଶିକ୍ଷକଙ୍କ ପାଖରେ କାର୍ଯ୍ୟ କରୁଥିଲେ ଏବଂ ସେ ହିପ୍ ହପ୍ ଏବଂ ବେଲି ଡ୍ୟାନ୍ସ ଶିଖିଥିଲେ ।[୧୧][୧୨]

୨୦୧୪ରେ ମନ୍ନାରା ତେଲୁଗୁ ଚଳଚ୍ଚିତ୍ର ‌ପ୍ରେମା ଜୀମା ଜାନ୍‌ତା ନାଇ‌ରେ ପ୍ରଥମ ଅଭିନୟର ସୁଯୋଗ ପାଇଥିଲେ ।[୩] ଏବଂ ସେହି ବର୍ଷ ସେ ହିନ୍ଦୀ ଚଳଚ୍ଚିତ୍ର ‌ଜିଦ୍‌ରେ ମଧ୍ୟ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟର ଅୟମାରମ୍ଭ କରିଥିଲେ ।[୨][୧୩] ଏହା ପରେ ସେ ତିନୋଟି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୪: ପ୍ରେମା ଜୀମା ଜାନ୍‌ତା ନାଇ (ତେଲୁଗୁ)
  • ୨୦୧୪: ଜିଦ୍ (ହିନ୍ଦୀ)
  • ୨୦୧୬: ଜକ୍କାନ୍ନା (ତେଲୁଗୁ)
  • ୨୦୧୬: ଥିକ୍କା (ତେଲୁଗୁ)
  • ୨୦୧୭: ରୋଗ୍ (ତେଲୁଗୁ/କନ୍ନଡ଼)

ଆଧାର[ସମ୍ପାଦନା]

  1. Coutinho, Natasha (2 September 2013). "Chopra family thrilled". Deccan Chronicle. Retrieved 11 April 2017.
  2. ୨.୦ ୨.୧ "Zid Movie Review | Mannara, Karanvir Bohra". ‌Koimoi‌.
  3. ୩.୦ ୩.୧ ୩.୨ There’s a new Barbie in town – Bangalore. The Hindu (5 March 2013). Retrieved on 2017-04-11
  4. ୪.୦ ୪.୧ ୪.୨ Priyanka Chopra is my guardian angel – Times of India. Timesofindia.indiatimes.com (21 January 2013). Retrieved on 2017-04-11
  5. 'I was unsure of going topless' – Rediff.com Movies. Rediff.com (10 November 2014). Retrieved on 2017-04-11
  6. "Priyanka Chopra's cousin, Mannara is riding high on success". Timesofindia.indiatimes.com (11 January 2016). Retrieved on 2017-04-11
  7. Dibyojyoti Baksi (8 November 2014). "Mannara: The latest Chopra sister to enter B'wood". Hindustan Times. Archived from the original on 10 November 2014. Retrieved 11 April 2017.
  8. "Here's Priyanka Chopra's another cousin on the block!". India Today. 5 June 2012. Retrieved 11 April 2017.
  9. "Priyanka's family thrilled". The Tribune (Chandigarh). 1 December 2000. Archived from the original on 21 November 2013. Retrieved 11 April 2017.
  10. "Priyanka Chopra's sister Mannara to debut in Bollywood with Zid". The Times of India. 27 October 2014. Retrieved 11 April 2017.
  11. Taking Life as it Comes Archived 2015-04-02 at the Wayback Machine.. The New Indian Express (11 November 2014). Retrieved on 2017-04-11.
  12. "Priyanka Chopra's sister Mannara is not new to acting". Timesofindia.indiatimes.com (24 November 2014). Retrieved on 2016-12-29.
  13. "Box Office Collection: Mannara's 'Zid' Rakes in ₹8 Crore; Emraan's 'Ungli' has Average Opening Weekend". ‌International Business Times‌. 1 December 2014.
  14. "Priyanka Chopra’s cousin Mannara Chopra busy in Tollywood". Deccanchronicle.com. Retrieved on 11 April 2017.

ଅଧିକ ତ‌ଥ୍ୟ[ସମ୍ପାଦନା]