Jump to content

ଭେରାପାମିଲ

ଉଇକିପିଡ଼ିଆ‌ରୁ
ଭେରାପାମିଲ
Clinical data
Pronunciation/vɜːrˈæpəmɪl/
Trade namesvarious
AHFS/Drugs.commonograph
data
Pregnancy
category
  • US: C (Risk not ruled out)
    Routes of
    administration
    by mouth, intravenous
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability35.1%
    Metabolismliver
    Elimination half-life2.8-7.4 hours
    Excretionkidney: 11%
    Identifiers
    • (RS)-2-(3,4-Dimethoxyphenyl)-5-{[2-(3,4-dimethoxyphenyl)ethyl]-(methyl)amino}-2-prop-2-ylpentanenitrile
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.133 Edit this at Wikidata
    Chemical and physical data
    FormulaC27H38N2O4
    Molar mass454.602 g/mol
    3D model (JSmol)
    ChiralityRacemic mixture
    • N#CC(c1cc(OC)c(OC)cc1)(CCCN(CCc2ccc(OC)c(OC)c2)C)C(C)C
    • InChI=1S/C27H38N2O4/c1-20(2)27(19-28,22-10-12-24(31-5)26(18-22)33-7)14-8-15-29(3)16-13-21-9-11-23(30-4)25(17-21)32-6/h9-12,17-18,20H,8,13-16H2,1-7H3 checkY
    • Key:SGTNSNPWRIOYBX-UHFFFAOYSA-N checkY
      (verify)

    ଭେରାପାମିଲ (ଇଂରାଜୀ ଭାଷାରେ Verapamil) ଏକ ଔଷଧ ଯାହା ଅନେକ ବ୍ୟବସାୟୀକ ନାମରେ ବିକ୍ରୟ ହୁଏ (various trade names)[]ଉଚ୍ଚ ରକ୍ତଚାପ (high blood pressure) ତ‌ଥା ଆଞ୍ଜିନା ପେକ୍ଟୋରିସ (chest pain from not enough blood flow to the heart) ଓ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ (supraventricular tachycardia) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[] ପ୍ରତିଷେଧକ ରୂପେ ଅଧକପାଳୀ (migraines) ଓ କ୍ଲସ୍ଟର ମୁଣ୍ଡବଥା (cluster headaches) ରୋଗମାନଙ୍କରେ ଦିଆଯାଇପାରେ [][] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ (injection into a vein)[]

    ଭେରାପାମିଲର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ନିମ୍ନ ରକ୍ତଚାପ (low blood pressure), ଅଇ (nausea), ଓ କୋଷ୍ଠକାଠିନ୍ୟ constipation ଆଦି ଲକ୍ଷଣ ଦେଖାଯାଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି ପ୍ରତିକ୍ରିୟା ଓ ମାଂସପେଶୀ ଯନ୍ତ୍ରଣା (muscle pains) ହୋଇପାରେ । ହୃଦ୍‌ପାତବ୍ରାଡିକାର୍ଡ଼ିଆ (slow heart rate) ବା ଧୀର ହୃତ୍‌ପିଣ୍ଡ ଗତି ଥିଲେ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ ।[] ଗର୍ଭାବସ୍ଥାରେ ଏହା ଦେଲେ ଶିଶୁ ପ୍ରତି ହାନୀ ହୋଇପାରେ । [] ଏହା ନନ-ଡାଇହାଇଡ୍ରୋପାଇରିଡିନ କ୍ୟାଲସିଅମ ଚ୍ୟାନେଲ ବ୍ଲକର (non–dihydropyridine calcium channel blocker) ଶ୍ରେଣୀର ଏକ ଔଷଧ ।[]

    ଭେରାପାମିଲ ସନ ୧୯୮୧ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୧.୭୧ରୁ ୨.୭୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ ମାସର ଚିକିତ୍ସା ଖର୍ଚ୍ଚ ୨୫ରୁ ୫୦ ଆମେରିକୀୟ ଡଲାର ।[] ଏହି ଔଷଧର ଦୀର୍ଘକାଳୀନ ଫର୍ମୁଲା ମଧ୍ୟ ମିଳେ ।[]

    1. "Verapamil - Drugs.com". www.drugs.com. Retrieved 14 December 2016.
    2. 1 2 3 4 5 6 "Verapamil Hydrochloride". The American Society of Health-System Pharmacists. Retrieved 8 December 2016.
    3. Tfelt-Hansen, PC; Jensen, RH (1 July 2012). "Management of cluster headache". CNS drugs. 26 (7): 571–80. PMID 22650381.
    4. Merison, K; Jacobs, H (November 2016). "Diagnosis and Treatment of Childhood Migraine". Current treatment options in neurology. 18 (11): 48. PMID 27704257.
    5. 1 2 WHO Model Formulary 2008 (PDF). World Health Organization. 2009. p. 267. ISBN 9789241547659. Retrieved 8 December 2016.
    6. "Verapamil Use During Pregnancy | Drugs.com". www.drugs.com. Retrieved 14 December 2016.
    7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    8. "Verapamil HCL". International Drug Price Indicator Guide. Retrieved 8 December 2016.[permanent dead link]
    9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 156. ISBN 9781284057560.