Jump to content

ଭୂଇଁ ଅଅଁଳା

ଉଇକିପିଡ଼ିଆ‌ରୁ

ଭୂଇଁ ଅଅଁଳା
Scientific classification
Kingdom:
(unranked):
(unranked):
(unranked):
Order:
Family:
Genus:
Species:
P. niruri
Binomial name
Phyllanthus niruri
Synonyms

Phyllanthus amarus

ଭୂଇଁ ଅଅଁଳା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହି ଗଛର ଉଚ୍ଚତା ଅତି ବେଶିରେ ଦୁଇଫୁଟ ହେଇଥାଏ। ପତ୍ର ଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ମଧ୍ୟ ଆକାରରେ ସାନ ହୋଇଥାନ୍ତି। ପତ୍ରର ତଳେ ଥିବା ଡେମ୍ଫରେ ଫଳ ଗୁଡ଼ିକ ଧାଡ଼ି ଧାଡ଼ି ହୋଇ ଲାଖିଥାଏ, ଉପରକୁ ଦିଶୁ ନ ଥାଏ। ଶ୍ୱେତ ଓ ପୀତ ଭେଦରେ ଏହା ଦୁଇ ପ୍ରକାରର। ପୀତ ଅପେକ୍ଷା ଶ୍ୱେତ ବାଡ଼ି ଅଁଳାର ଔଷଧୀୟ ଗୁଣ ଅଧିକ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ଭୂଇଁ ଅଅଁଳା
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଭୂଇଁ ଅଅଁଳା
ସଂସ୍କୃତ ବଲା, ବଟ୍ୟାଲ, ବାଝ୍ୟାଳିକା, ବାଟ୍ୟା, କଲ୍ୟାଣିନୀ, ଭଦ୍ର ଭଦ୍ରାଦନୀ ଓ ହିଳୟା
ହିନ୍ଦୀ ବରିଆରା, କ୍ଷୀରୈଟୀ ଓ କ୍ଷୀରହଣ୍ଟି
ତେଲୁଗୁ ମୁପିଡ଼ି
ବଙ୍ଗଳା ବେଡେଲା

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ସ୍ନିଗ୍ଧ, ଶୀତବୀର୍ଯ୍ୟ, ମଧୁର ରସ

ବ୍ୟବହାର

[ସମ୍ପାଦନା]
ଭୂଇଁ ଅଅଁଳା

ଭୂଇଁ ଅଁଳା ଭାରତୀୟ ଆୟୁର୍ବେଦ ପଦ୍ଧତିରେ ପାକସ୍ଥଳୀ, ରେଚନ-ଜନନ ସଂସ୍ଥାନ, ଯକୃତ ଓ ବୃକ୍କ ଆଦିର ଚିକିତ୍ସାରେ କାମରେ ଲାଗିଥାଏ। [][] ମଳ ରୋଧକ, ବଳ କାରକ, କାନ୍ତି ପ୍ରଦ, ଗ୍ରହ ଦୋଷ, ଶିଶୁ ରୋଗ, ଭୁତାବେଶ, ପିହୁଳା, ଜ୍ୱର, ଅପସ୍ମାର, ବାୟୁ, ଉନ୍ମାଦ, କ୍ଷତ ଓ ବହୁମୂତ୍ର ଆଦି ରୋଗ ନିବାରକ। ଜଡା ତେଲ ସହିତ ଏହାର ରସକୁ ମାଲିସ କଲେ କଣ୍ଡୁ, ଦଦ୍ରୁ, କ୍ଷତ ଓ ମସ୍ତକ ରୋଗ ଦୂର ହୁଏ। ବାଗୀ, ବାଳିଆ ଦାଢୀ, କଟାଘାଆରେ ଏହାର ଲେପ, ମୁଣ୍ଡବିନ୍ଧା, ମସ୍ତିସ୍କ ଭ୍ରମରେ ରାଶି ତେଲ କିମ୍ବା ଜଡ଼ା ତେଲ ସହିତ, କ୍ଷତ, ଗରମ ଘାଆରେ ସୋରିଷ ତେଲ ସହିତ, ପିଲାଙ୍କ ଚର୍ମ ରୋଗରେ ହଳଦୀ ସହିତ, ସ୍ତ୍ରୀମାନଙ୍କ ରଜରୋଧରେ ବଚ ସହିତ, ଯମଜ ଜ୍ୱରରେ ମହୁ ସହିତ, ବାୟୁ ଶୂଳରେ ଶୁଣ୍ଠୀ ଓ ଗୋଲ ମରିଚ ସହିତ ଏହାର ପ୍ରୟୋଗ କରାଯାଇଥାଏ।

  1. "Keelanelli". Tamilnadu.com. 21 January 2013. Archived from the original on 11 April 2013. Retrieved 6 June 2014.
  2. Patel, Jay Ram; Tripathi, Priyanka; Sharma, Vikas; Chauhan, Nagendra Singh; Dixit, Vinod Kumar (2011). "Phyllanthus amarus: Ethnomedicinal uses, phytochemistry and pharmacology: A review". Journal of Ethnopharmacology. 138 (2): 286–313. doi:10.1016/j.jep.2011.09.040. PMID 21982793.

ବାହାର ଆଧାର

[ସମ୍ପାଦନା]
  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।