ଭୀମା ଭୂଇଁଆ
ଭୀମା ଭୂଇଁଆ | |
---|---|
ଲେଖକ | ଗୋପାଳବଲ୍ଲଭ ଦାସ |
ଭାଷା | ଓଡ଼ିଆ |
ବିଭାଗ | ଉପନ୍ୟାସ |
ପ୍ରକାଶକ | ଏଡ଼ୱର୍ଡ଼ ପ୍ରେସ୍, କଟକ (ପ୍ରଥମ ସଂସ୍କରଣ, ୧୯୦୮) ବିଦ୍ୟାପୁରୀ, କଟକ (ନୂତନ ସଂସ୍କରଣ, ୧୯୬୪) |
ପୃଷ୍ଠା | ୧୪୫ |
ଭୀମା ଭୂଇଁଆ ଗୋପାଳବଲ୍ଲଭ ଦାସଙ୍କଦ୍ୱାରା ଲିଖିତ ଉତ୍ତର ଓଡ଼ିଶାର ଭୂୟାଁ ଜନଜାତି ଉପରେ ଆଧାରିତ ପ୍ରଥମ ଉପନ୍ୟାସ ।[୧] ୧୮୮୯ ମସିହାରେ ଏହା ଲେଖା ଯାଇଥିବାର ଅନେକ ସମାଲୋଚକଙ୍କର ମତ । ଏହା ୧୯୦୮ ମସିହାରେ ଭୀମା ଭୂଇଁଆ ନାମରେ କଟକ ଏଡ଼ୱର୍ଡ଼ ପ୍ରେସ୍ରୁ ପ୍ରକାଶିତ ହୋଇଥିଲା ।[୨] ଏହି ଉପନ୍ୟାସକୁ ଓଡ଼ିଆ ଉପନ୍ୟାସ ସାହିତ୍ୟର ତୃତୀୟ ପ୍ରକାଶିତ ଉପନ୍ୟାସ ବୋଲି ଗଣନା କରାଯାଏ । ୧୯୬୪ ମସିହାରେ ସରଳା ଦେବୀଙ୍କ ସମ୍ପାଦନାରେ ଏହା କଟକର ବିଦ୍ୟାପୁରୀ ପ୍ରକାଶନା ସଂସ୍ଥାଦ୍ୱାରା ଭୀମା ଭୂୟାଁ ନାମରେ ପୁନଃ ପ୍ରକାଶିତ ହୋଇଥିଲା । ଉମେଶଚନ୍ଦ୍ର ସରକାରଙ୍କ ଲିଖିତ ୧୮୮୮ ମସିହାରେ ପ୍ରକାଶିତ ପଦ୍ମମାଳୀକୁ ପ୍ରଥମ ଓ ୧୮୯୧ ମସିହାରେ ପ୍ରକାଶିତ ରାମଶଙ୍କର ରାୟଙ୍କ ଉପନ୍ୟାସ ବିବାସିନୀକୁ ଦ୍ୱିତୀୟ ଓଡ଼ିଆ ଉପନ୍ୟାସର ମାନ୍ୟତା ମିଳେ ।
ବିଷୟବସ୍ତୁ[ସମ୍ପାଦନା]
ଭୀମା ଭୂଇଁଆ ଉପନ୍ୟାସଟି ଆଦିବାସୀ ଓ ଅଣାଅଦିବାସୀ ଚରିତ୍ରକୁ ନେଇ ରଚିତ ।[୩][୪] ଭୂୟାଁମାନେ ଓଡ଼ିଶାର ଉତ୍ତରାଞ୍ଚଳରେ ବସବାସ କରୁଥିବା ଏକ ଆଦିବାସୀ ଜନଜାତି । ଭୂୟାଁମାନେ ପ୍ରଧାନତଃ କେନ୍ଦୁଝରର ଭୂୟାଁପୀଢ଼ରେ ଥାଆନ୍ତି । ଭୂୟାଁମାନଙ୍କର କେନ୍ଦୁଝରର ରାଜା ଓ ରାଜବଂଶ ସହିତ ପାରମ୍ପାରିକ ସମ୍ପର୍କ ରହିଆସିଛି |
ଉପନ୍ୟାସରେ ଭୂୟାଁମାନଙ୍କର ବୀରତ୍ୱ ସଙ୍ଗେ ସଙ୍ଗେ ନୃଶଂସତା, ଭୂୟାଁ ଗ୍ରାମ ମଧ୍ୟରେ ଧାଙ୍ଗଡା଼-ଧାଙ୍ଗଡ଼ି ଘର, ରାଜପୁରୁଷମାନଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ ସାଧାରଣଙ୍କ ପ୍ରତି ଆତିଥେୟତା, ପୁଣି ଯୁବକଯୁବତି ଓ ବୃଦ୍ଧବୃଦ୍ଧାମାନଙ୍କର ସାମାଜିକତା ମଧ୍ୟରେ ଭୀମାଭୂୟାଁର ପୌରୁଷ ଓ ପ୍ରେମର ଚିତ୍ର ଅଂକିତ ହୋଇଛି । ଉପନ୍ୟାସଟି ମୂଳତଃ ପ୍ରଣୟାଶ୍ରୟୀ । ଭୀମାଭୂୟାଁର ବୀରତ୍ୱ ଓ ପୌରୁଷଦ୍ୱାରା ରାଜଜେମା ଆକୃଷ୍ଟ । ସେହି ଆକର୍ଷଣ ଦୈହିକ ନହୋଇ ଆତ୍ମିକ ହୋଇପଡ଼ିଛି ଓ ପ୍ରେମର ମହାନ୍ ତ୍ୟାଗରେ ପରିସମପ୍ତି ଲଭିଛି । ଓଡ଼ିଶାର ଜଣେ ରାଜକନ୍ୟାଙ୍କର ଅପୂର୍ବ ଚାରିତ୍ରିକ ପ୍ରଭାବରେ ଆଦିବାସୀ ଭୀମାଭୂୟାଁର ବୀରତ୍ୱର ଦମ୍ଭ ଓ ପ୍ରେମ କିପରି ତ୍ୟାଗର ଚରମସୀମାକୁ ସ୍ପର୍ଶ କରିଛି, ତାହା ଏହି ଉପନ୍ୟାସରେ ଚିତ୍ରିତ ହୋଇଛି । ଉପନ୍ୟାସଟି ଓଡ଼ିଆ ପାରମ୍ପାରିକ ମୂଲ୍ୟବୋଧ, ଆଦର୍ଶ, ଗ୍ରାମ୍ୟ ଓ ଆରଣ୍ୟ ଜୀବନ ଏବଂ ବିଭିନ୍ନ ସାମାଜିକ ଅନ୍ଧବିଶ୍ୱାସର ଏକ ନିଖୁଣ ପ୍ରତିଫଳନ ।[୫]
ଆଧାର[ସମ୍ପାଦନା]
- ↑ "କାଦମ୍ବିନୀ ସୂଚିପତ୍ର ୨୦୧୯ ଜୁଲାଇ ସଂସ୍କରଣ" (PDF). www.kadambini.org. କାଦମ୍ବିନୀ. Archived from the original (PDF) on 24 June 2021. Retrieved 24 June 2021.
- ↑ N. C. Behuria (1990). Orissa State Gazetteer. Gazetteers Unit, Department of Revenue, Government of Orissa.
- ↑ "M.A ODIA Assignment Test 2nd Semester 2018 CBCS DDCE Paper V- (Purana Kavya O Adhunika Kabita)" (PDF). www.http://ddceutkal.ac.in/. DDCE Utkal University. Archived from the original (PDF) on 24 June 2021. Retrieved 24 June 2021. External link in
|website=
(help) - ↑ Tribal Language & Culture: Papers Presented of the Seminar on "Tribal Language & Culture" Organised by the Department of Oriya, Visva Bharati in Collaboration with the Academy of Tribal Dialects & Culture, Bhubaneswar. Department of Oriya, Visva Bharati. 1984.
- ↑ "ପ୍ରଥମ ଜନଜାତି ଉପନ୍ୟାସ : ଭୀମା ଭୂଇଁଆ" (ଧରିତ୍ରୀ ୨୪ ଜୁନ ୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮). ଧରିତ୍ରୀ. Retrieved 24 June 2021.