Jump to content

ବିଲାଲ୍‌ ନାଜକି

ଉଇକିପିଡ଼ିଆ‌ରୁ
(Bilal Nazkiରୁ ଲେଉଟି ଆସିଛି)
Justice

ବିଲାଲ୍‌ ନାଜକି
23rd Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
14 November 2009  17 November 2009
ପୂର୍ବ ଅଧିକାରୀB. S. Chauhan
ପର ଅଧିକାରୀଭି. ଗୋପାଲ ଗୌଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବିଲାଲ୍‌ ନାଜକି

(1947-11-18) ୧୮ ନଭେମ୍ବର ୧୯୪୭ (ବୟସ ୭୮)
Srinagar, Jammu and Kashmir, India

ବିଲାଲ୍‌ ନାଜକି (ଜନ୍ମ ୧୮ ନଭେମ୍ବର ୧୯୪୭) ଜଣେ ଭାରତୀୟ ବିଚାରପତି । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଓ ଜମ୍ମୁ ଏବଂ କାଶ୍ମୀର, ଆନ୍ଧ୍ର ପ୍ରଦେଶ ଏବଂ ବମ୍ବେର ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ମଧ୍ୟ କାର୍ଯ୍ୟ ନିର୍ବାହନ କରିଥିଲେ ।[] ସେ ଜମ୍ମୁ ଏବଂ କାଶ୍ମୀର ରାଜ୍ୟ ମାନବାଧିକାର କମିଶନ ଓ ବିହାର ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[] ସେ ଭାରତ ସରକାରଦ୍ୱାରା ଗଠିତ ହଜ୍‌ କମିଟି ଏବଂ ଏହାର ରାଜ୍ୟ ଏକକଗୁଡ଼ିକର କାର୍ଯ୍ୟକ୍ଷମତାର ପୁନଃପରୀକ୍ଷା କରିବା ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ଜୀବନ ଓ କାର୍ଯ୍ୟଜୀବନ

[ସମ୍ପାଦନା]

ବିଲାଲ୍‌ ନାଜକି ୧୮ ନଭେମ୍ବର ୧୯୪୭ରେ ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରରେ ଜଣେ କାଶ୍ମୀରୀ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଅର୍ଜନ କରିଥିଲେ । ତାଙ୍କ ପରିବାରରେ ସେ ୮ ଭାଇ-ଭଉଣୀଙ୍କ ମଧ୍ୟରୁ ଜଣେ । ତାଙ୍କର ପିତା ଗୁଲାମ ରସୁଲ୍‌ ନାଜକି— ଜଣେ ପ୍ରସିଦ୍ଧ ଗାୟକ, କବି ଏବଂ ସାହିତ୍ୟିକ ଯାହାଙ୍କୁ ୧୯୮୭ରେ ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ୧୯୪୭ ମସିହାରେ ବିଲାଲଙ୍କ ଜନ୍ମ ସମୟରେ ବାଣ୍ଡିପୋରାରୁ ସେ ସପରିବାର ଶ୍ରୀନଗରକୁ ଚାଲିଆସିଥିଲେ ।[]

ସ୍ନାତକୋତ୍ତର ଶିକ୍ଷାର ପରେ ସେ ଶ୍ରୀନଗରର ବାର୍‌ରେ ଯୋଗଦେଇଥିଲେ ଓ ବିଭିନ୍ନ ଅଦାଲତରେ ଓକିଲାତି କରିଥିଲେ। ସେ କାଶ୍ମୀର ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବରେ କିଛି ସମୟ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାରକୁ ବିଭିନ୍ନ ମାମଲାରେ ପରାମର୍ଶ ଦେବା ପାଇଁ ଏବଂ ନିର୍ବାଚନୀ ମାମଲାରେ ଜିଲା ଆଯ୍ୟୋଜନ କମିଶନର ଏକ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ରେ ସେ ଜମ୍ମୁ ଏବଂ କାଶ୍ମୀରର ଡେପୁଟି ଏଡଭୋକେଟ୍‌ ଜେନେରାଲ୍‌ ହୋଇଥିଲେ ଓ ଜାନୁଆରୀ ୧୯୯୨ରେ ଏଡଭୋକେଟ୍‌ ଜେନେରାଲ୍‌ ପଦକୁ ଉନ୍ନୀତ ହୋଇଥିଲେ । ୧୯୯୧ରେ ସେ ଏକ ଅଚିହ୍ନା ଆତଙ୍କବାଦୀ ଗୋଷ୍ଠୀଦ୍ୱାରା ଅପହୃତ ହୋଇଥିଲେ, ଯେଉଁ ଗୋଷ୍ଠୀ ତାଙ୍କୁ ପାଞ୍ଚଟି ଗୁଳି ଫୁଟାଇଥିଲା । କିନ୍ତୁ ସେ ଚତୁରତାର ସହ ନିଜକୁ ମୁକ୍ତ କରି ନିକଟସ୍ଥ ଏକ ହସ୍ପିଟାଲକୁ ଏକା ଏକା ଦୌଡ଼ି ଯାଇଥିଲେ ।

ସେ ଜନୁଆରୀ ୧୯୯୫ରେ ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ଅତିରିକ୍ତ ବିଚାରପତି ହୋଇଥିଲେ ଓ ଡିସେମ୍ବରରେ ସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ ।

୧୯୯୭ ଅକ୍ଟୋବରରେ ତାଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ବଦଳି କରାଯାଇଥିଲେ ଓ ସେଠାରେ ଦୁଇଥର କାର୍ଯ୍ୟାକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।

  1. "Nazki is Orissa High Court Chief Justice". India Today (in ଇଂରାଜୀ). 2009-11-16. Retrieved 2024-12-13.
  2. "Rights panel no alternative to judicial system: Bilal Nazki". The Times of India. 2014-03-11. ISSN 0971-8257. Retrieved 2024-12-13.
  3. "Admired for not mincing words - Hindustan Times". archive.ph. 2013-01-25. Archived from the original on 2013-01-25. Retrieved 2024-12-13.