ଭିକମପାଳି
Bhikampali
ଭିକମପାଲି | |
---|---|
Country | India |
State | Odisha |
District | Jharsuguda |
Official Language | Odia |
Native Language | Odia and Kosli |
First settled | 1957 |
Government | |
• Type | Gram Panchayat |
• Body | Gram Panchayat of Bhikampali |
Area | |
• ସମୁଦାୟ | 3.28 km2 (1.27 sq mi) |
Elevation | 208 m (682 ft) |
Population (2011) | |
• Total | ୯୨୦ [୧] |
Time zone | UTC+5:30 (IST) |
PIN | 768 226 |
Area code | +91-6645 |
ଯାନବାହାନ ପଞ୍ଚୀକରଣ | OR-23 |
Nearest city | Raigarh |
Avg. summer temperature | 45 °C (113 °F) |
ଭିକମପାଲି ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ଅବସ୍ଥିତ ଏକ ମାଧ୍ୟମ ଆକାରର ଗ୍ରାମ । [୨] ଏହି ଗ୍ରାମ ବଡଳେଲୋ ନଦୀ ତଟରେ ଓ ଛେଳିଆ ପହଡର ପଦ ଦେଶ ରେ ଅବସ୍ଥିତ । ଏହା ଜିଲ୍ଲାମୁଖ୍ୟାଳୟ ଝାରସୁଗୁଡାଠାରୁ 60 କିଲୋମିଟର ଦୁରବର୍ତୀ ଓ ଏହା ବ୍ରଜରାଜନଗର ବିଧାନ ସଭା ମଣ୍ଡଳୀ ତଥା ବରଗଡ ଲୋକ ସଭା ମଣ୍ଡଳୀ ଅଧୀନରେ ରହିଛି । 2011 ମସିହା ଜନଗଣନା ଅନୁସାରେ [୩] ଏହାର ଜନସଂଖ୍ୟା 920 ଥିଲା ।
ବ୍ୟୁପତ୍ତି
[ସମ୍ପାଦନା]ଭିକମପାଳି ଗ୍ରାମର ନାମ ସଂସ୍କୃତ ଶବ୍ଦ ' ଭିକ୍ଷ୍ୟାପଲ୍ଲୀ" ଅନୁସାରେ ହେଇଥିବାର ଜନାଜାଏ । ଏହା 2ଟି ଶବ୍ଦ ' ଭିକ୍ଷ୍ୟା ' ଓ 'ପାଲି"ର ସଂଯୁକ୍ତ ଶବ୍ଦ । ଏହି ଶବ୍ଦ କ୍ରମଶଃ କୋଷଳୀ ଭାଷାର ଅନିକରଣରେ ଭିକମପାଳି ହେଇଗଲା ।
ଇତିହାସ
[ସମ୍ପାଦନା]1957 ମସିହାରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ କାଳରେ ପ୍ରାଚୀନ ପଦମପୁର ଗ୍ରାମ ଜଳମଗ୍ନ ହେଲା । ଏହି ଗ୍ରାମର ଲୋକଙ୍କୁ ନିକଟସ୍ଥ ଅନେକ ଗ୍ରାମାଞ୍ଚଳରେ ଥଇଥାନ କରାଗଲା । ସେମାନଙ୍କ ମଧ୍ୟରୁ ଏକ ଗୋଷ୍ଠୀର ପରିବାର ବୁଡି ଯାଇଥିବା ଗ୍ରାମଠାରୁ 2 କିଲୋମିଟର ଦୁରବର୍ତୀ " ଭିକ୍ଷ୍ଯାପଲ୍ଲୀ' ଗ୍ରାମରେ ବସତି କରି ରହିଲେ । ତାହା ପରବର୍ତ୍ତୀ କାଳରେ ଭିକମପାଳି ନାମରେ ପରିଚିତ ହେଲା ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]ଭିକମପାଳି ଗ୍ରାମ ଛେଳିଆ ପାହାଡ ର4ଅ ପଦ ଦେଶରେ 3.28 ବର୍ଗ କିଲୋମିଟର ଅଞ୍ଚଳ ନେଇ ଅବସ୍ଥିତ । ଏହି ଗ୍ରାମ ସନ୍ନିକଟରେ 2ଟି ଉପ ନଦୀ ସାନକେଲୋ ଓ ବଡକେଲୋ ପ୍ରବାହିତ ହେଇ ମହାନଦୀରେ ପତିତ ହୁଏ । ଗ୍ରାମର ଉତ୍ତର ଦିଗରେ ହିମଗିରି ପାର୍ବତ୍ଯ ରେଞ୍ଜ ରହିଛି ଓ ହୀରାକୁଦ ଜଳଭଣ୍ଡାରର ପାଶ୍ଚାତ୍ୟଞ୍ଚଳ ଏଠାରୁ 2 କିଲୋମିଟର ଦୂରରେ ଅବସ୍ଥିତ । ଗ୍ରାମଟି ଛୋଟନାଗପୁର ମାଳଭୂମି ଅଞ୍ଚଳର ନିକତାବରୀ ଇଲାକା । ଛେଳିଆ ପାହାଡ କୁଆର୍ତ୍ଜ ପଥର( Quartz)ରେ ଭର୍ତ୍ତି ହେଇଥାଏ । ଗ୍ରାମଟି ଛତିଶଗଡ଼ ରାଜ୍ୟର ସୀମାରେ ରହିଛି ।
ଜଳବାୟୁ
[ସମ୍ପାଦନା]ଗ୍ରାମର ଅବସ୍ଥିତି 21.47° north longitude and 83.34° east latitudeଓ ଏହା ସମୁଦ୍ରପତ୍ତନଠାରୁ 649-682 ଫୁଟ ଉପରେ ରହିଛି । ଏଠାରେ ଗ୍ରୀଷ୍ମ କାଳୀନ ତାପ ମାତ୍ରା 48 ଡିଗ୍ରୀ ଯାଏ ହେଇଥାଏ ଓ ବାର୍ଷିକ ବୃଷ୍ଟିପାତ ହାରାହାରି 1527 ମିଲିମିଟର ।
Climate data for Bhikampali | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
Record high °C (°F) | 32 (90) |
35 (95) |
41 (106) |
43 (109) |
47 (117) |
46 (115) |
37 (99) |
35 (95) |
35 (95) |
36 (97) |
32 (90) |
31 (88) |
47 (117) |
Average high °C (°F) | 28 (82) |
30 (86) |
34 (93) |
40 (104) |
42 (108) |
38 (100) |
31 (88) |
31 (88) |
31 (88) |
31 (88) |
30 (86) |
28 (82) |
32.8 (91.1) |
Average low °C (°F) | 12 (54) |
15 (59) |
18 (64) |
24 (75) |
27 (81) |
28 (82) |
24 (75) |
25 (77) |
24 (75) |
21 (70) |
16 (61) |
12 (54) |
20.5 (68.9) |
Record low °C (°F) | 8 (46) |
8 (46) |
16 (61) |
18 (64) |
22 (72) |
22 (72) |
22 (72) |
22 (72) |
22 (72) |
15 (59) |
12 (54) |
7 (45) |
7 (45) |
Average precipitation mm (inches) | 18.6 (0.732) |
21 (0.83) |
13.5 (0.531) |
21.3 (0.839) |
42.2 (1.661) |
221.0 (8.701) |
377.4 (14.858) |
409.6 (16.126) |
241.9 (9.524) |
58.7 (2.311) |
13.8 (0.543) |
6.0 (0.236) |
୧,୪୪୫ (୫୬.୮୯୨) |
Average rainy days (≥ 0.01) | 1.4 | 1.5 | 1.5 | 2.0 | 3.3 | 9.7 | 16.1 | 16.8 | 11.2 | 3.6 | 0.8 | 0.5 | 68.4 |
Average relative humidity (%) | 61 | 55 | 45 | 40 | 40 | 61 | 86 | 86 | 85 | 77 | 67 | 64 | 63.9 |
Source: Weatherbase[୪] |
ଯାତାୟତ
[ସମ୍ପାଦନା]ଜାତୀୟ ରାଜପଥ 130 ( ପୂର୍ବତନ NH200) ଏହି ଗ୍ରାମ ଦେଇ ଯାଇଛି । ଏହି ରାସ୍ତାଦ୍ୱାରା ଏହି ଗ୍ରାମ ଝାରସୁଗୁଡା , ରାୟଗଡ଼ ସହ ସଂଯୁକ୍ତ । ଏହି ଗ୍ରାମରୁ ନିକଷଟସ୍ଥ ଗ୍ରାମ ଗୁଡିକୁ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାଦ୍ୱାରା ପକ୍କା ସଡକ ସଂଯୋଗ ରହିଛି ଓ ହୀରାକୁଦ ଜଳଭଣ୍ଡାରଦ୍ୱାରା ଫେରି ଡଙ୍ଗା ପରିବହନ ଯୋଗେ ବରଗଡ ଓ ସମ୍ବଲପୁର କୁଜାତଯାତ ମଧ୍ୟ କରି ହୁଏ । ଏଠାରୁ ନିକଟସ୍ଥ ରେଳ ପରିବହନ ସୁବିଧା 22 କିଲୋମିଟର ଦୂର ରାୟଗଡଠାରେ ମିଳେ । ଓଡ଼ିଶାର ବେଲପାହାଡ ରେଳ ଷ୍ଟେସନ ଏଠାରୁ 40 କିଲୋମକିତର ଦୁରବର୍ତୀ । ନିକଟବରତି ବିମାନ ବନ୍ଦର ରାୟପୁର , ଝାରସୁଗୁଡା ଓ ଭୁବନେଶ୍ୱରଠାରେ ଅବସ୍ଥିତ .
ଅର୍ଥନୈତିକ ସ୍ଥିତି
[ସମ୍ପାଦନା]ଏଠାକାର ଅଧିବଶିମାନେ ମୁଖ୍ଯତଃ ଚାଷ ଉପରେ ନିର୍ଭରଶୀଳ ଥିଲେ । ମାତ୍ର ଗତ ଦୁଇ ଦଶନ୍ଦିରୁ କ୍ରୋସାକୀ [୫] ଓ OCL [୬] ଛେଳିଆ ପାହାଡରେ ଖ୍ୟାନନ କାର୍ଯ୍ୟ ଆରମ୍ଭ କଲେ ଓ ଏହି ଅଞ୍ଚଳର ବହୁ ଲୋକ ଏଥିରେ ନିଜର ଜୀବିକା ନିର୍ବାହ ନିମନ୍ତେ କାର୍ଯ୍ୟ ପାଇଥିଲେ । ଏଠାରେ ସେହି ସମୟରୁ ଅର୍ଥନୈତିକ ଉନ୍ନତି ଆରମ୍ଭ ହେବା ସହ ବେଙ୍କ ସେବା ମଧ୍ୟ ଉପଲବ୍ଧ ହେଲା । .[୭]ଗ୍ରାମୀଣ କୃଷି ର ଉନ୍ନତି ପାଇଁ ମଧ୍ୟ ଏଠାରେ ଉନ୍ନୟନ ବେଙ୍କ ରହିଛି ।
ଜନସଂଖ୍ୟା
[ସମ୍ପାଦନା]2011 ଜନଗଣନା ଅନୁସାରେ ଭିକମପାଳି ଗ୍ରାମର ଜନସଂଖ୍ୟା 920 ଥିଲା । ତନ୍ ମଧ୍ୟରୁ ପୁରୁଷ 448 ଥିବା ବେଳେ ମହିଳା 472 ଥିଲା । 6 ବର୍ଷରୁ କମ ସଂଖ୍ୟା 112 ହେଇଥିବା ବେଳେ ପୁରୁଷ ମହିଳା ଅନୁପାତ 1000:1054 ରହିଥିଲା । ସାକ୍ଷ୍ୟରତା ହାର 72.90 ଯାହା ଜାତୀୟ ହାର ( 59.5%)ଠାରୁ ଯଥେଷ୍ଠ ଅଧିକ ।[୮]
Education
[ସମ୍ପାଦନା]ଏଠାରେ ଏକ ପୁରାତନ ତଥା ସୁନାମ ପ୍ରାପ୍ତ ମଡେଲ ସ୍କୁଲ ଥିବା ସହ ଭିକମ ପାଲି ହାଇ ସ୍କୁଲ ରହିଛି ।[୯] ନିକଟସ୍ଥ ବିଜାପାଳିଠାରେ ମହିମା କଲେଜ ରହିଛି ।
ଧର୍ମ
[ସମ୍ପାଦନା]ହିନ୍ଦୁତ୍ୱ ଏଠାରେ ମୁଖ୍ୟ ଧର୍ମ ହେଇଥିବା ବେଳେ ଅଧିକାଂଶ ଅଧିବାସୀ ଆଦିବଶି ସଂପ୍ରଦାଯର ହେଇଥାନ୍ତି । ଗ୍ରାମରେ ମାଁ ସମଳୟ , ମାଁ ପଦ୍ମଷିଣୀ , ଭଗବାନ ଶିବ ଓ ଭଗବାନ ହନୁମାନଙ୍କ ମନ୍ଦିର ରହିଛି। [୧୦]
ପର୍ଯ୍ୟଟନ
[ସମ୍ପାଦନା]ପଦ୍ମାସିନୀ ଦେବୀଙ୍କ ମନ୍ଦିର ଓ ହୀରାକୁଦ ଜଳଭଣ୍ଡାରର ପ୍ରକୃତିକ ଦୃଶ୍ୟ ପାଇଁ ଏହା ଏକ ପର୍ଯ୍ୟଟକ ଆକର୍ଷଣ କେନ୍ଦ୍ର ହୋଇଛି । ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଜଳମଗ୍ନ ହେଇଥିବା ମନ୍ଦିର ସମୂହ ଅଦ୍ୟାବଧି ରହିଛି ଓ ଗ୍ରୀଷ୍ମ କାଳରେ ଜଳ ପତ୍ତନ ସ୍ତର କମିଲେ ତାହା ସବୁ ଦୃଷ୍ଟିଗୋଚର ହୁଏ । .[୧୧] ଗ୍ରାମରୁ 15 କିଲୋମିଟର ଦୂରରେ କୋଇଲି ଘୁଘର ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟକ କେନ୍ଦ୍ର । [୧୨]
ଗ୍ୟାଲେରି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.censusindia.gov.in/pca/SearchDetails.aspx?Id=398939
- ↑ Bhikampali Google earth map
- ↑ 2011 census
- ↑ "Climate Data(Weatherbase) (Data for nearest city Jharsuguda is taken for approximation)". Archived from the original on 2 September 2014. Retrieved 1 July 2016.
- ↑ "ଆର୍କାଇଭ୍ କପି". Archived from the original on 2016-09-19. Retrieved 2016-12-02.
{{cite web}}
: Cite has empty unknown parameter:|1=
(help) - ↑ http://www.orissaminerals.gov.in/Mines/OperatingMines_Next.aspx?
- ↑ "ଆର୍କାଇଭ୍ କପି". Archived from the original on 2016-11-25. Retrieved 2016-12-02.
{{cite web}}
: Cite has empty unknown parameter:|1=
(help) - ↑ http://www.censusindia.gov.in/pca/SearchDetails.aspx?
- ↑ http://www.icbse.com/schools/panchayat-high-school-bhikampali/21020502501
- ↑ http://www.censusindia.gov.in/pca/SearchDetails.aspx?
- ↑ "ଆର୍କାଇଭ୍ କପି". Archived from the original on 2016-08-09. Retrieved 2016-12-02.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2016-08-09. Retrieved 2016-12-02.
{{cite web}}
: Cite has empty unknown parameter:|1=
(help)