ଭାରତୀୟ କୃଷକ ଆନ୍ଦୋଳନ ୨୦୨୦

ଉଇକିପିଡ଼ିଆ‌ରୁ

ଭାରତୀୟ କୃଷକ ଆନ୍ଦୋଳନ ୨୦୨୦ କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଅଟେ ।[୧] ଦେଶସାରା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ କୃଷକ ସଙ୍ଗଠନ ଏଥିରେ ସଂଶ୍ଲିଷ୍ଟ ଅଛନ୍ତି ।[୨]

ପୃଷ୍ଠଭୂମି[ସମ୍ପାଦନା]

୨୦୨୦ ମସିହା ଜୁନ ମାସରେ ଭାରତ ସରକାର କୃଷି ଉତ୍ପାଦ, ତାହାର ବିକ୍ରି, ସଂରକ୍ଷଣ, କୃଷି ବିପଣନ ଏବଂ ସୁଧାର ନିମନ୍ତେ ତିନୋଟି ଅଧ୍ୟାଦେଶ ଲାଗୁ କରିଥିଲେ ।[୩]

ଗୋଟିଏ ଅଧ୍ୟାଦେଶ ଲୋକ ସଭାଦ୍ୱାରା ସେପ୍ଟେମ୍ବର ୧୫ ତାରିଖରେ ଏବଂ ଅନ୍ୟ ଦୁଇଟି ସେପ୍ଟେମ୍ବର ୧୮ ତାରିଖରେ ପ୍ରେରିତ କରାଯାଇଥିଲା ।[୪] ପରେ ସେପ୍ଟେମ୍ବର ୨୦ ଏବଂ ୨୨ ତାରିଖରେ ରାଜ୍ୟସଭା ତିନୋଟିଯାକ ଅଧ୍ୟାଦେଶ ପ୍ରେରିତ କରିଥିଲା । ଭାରତର ରାଷ୍ଟ୍ରପତି ଡିସେମ୍ବର ୨୮ ତାରିଖରେ ଅଧ୍ୟାଦେଶରେ ହସ୍ତାକ୍ଷର କରି ଅନୁମୋଦନ କରିଥିଲେ ।[୫][୬][୭]

କୃଷକମାନଙ୍କ ଦାବି[ସମ୍ପାଦନା]

୨୦୨୦ ମସିହା ଡିସେମ୍ବର ୩ ତାରିଖରେ କୃଷକମାନେ ନିମ୍ନଲିଖିତ ଦାବି ଘୋଷଣା କରିଥିଲେ ।

  • ତିନି ନୂଆ କୃଷି ଆଇନକୁ ହଟାଯାଉ ପ୍ରତ୍ୟାହାର କରାଯାଉ [୮]
  • ଏହି ଆଇନଗୁଡ଼ିକ ରଦ୍ଦ କକରାଯିବା ନିମନ୍ତେ ଲୋକ ସଭାରେ ଏକ ବିଶେଷ ଅଧିବେଶନ ଆୟୋଜନ କରାଯାଉ ।[୮]
  • ନ୍ୟୁନତମ ସମର୍ଥନ ମୂଲ୍ୟ (MSP) ଏବଂ ଫସଲର ରାଜ୍ୟଦ୍ୱାରା କ୍ରୟକୁ ଆଇନ ଗତ ଅଧିକାର କରାଯାଉ ।[୯]
  • ପାରମ୍ପରିକ କ୍ରୟ ବ୍ୟବସ୍ଥାର ଜାରି ରହିବାପାଇଁ ଆଶ୍ୱାସନା ଦିଆଯାଉ [୧୦]
  • ସ୍ୱାମୀନାଥନ କମିଟିର ରିପୋର୍ଟ ଲାଗୁ କରାଯାଉ [୧୧]
  • କୃଷିଭିତ୍ତିକ ଉପଯୋଗ ନିମନ୍ତେ ଡିଜେଲର ମୂଲ୍ୟ ୫୦ ପ୍ରତିଶତ କମ କରାଯାଉ [୧୨]
  • ପୁଆଳ ଜଳାଇବା ଉପରେ ଥିବା ଜୋରିମାନା ଏବଂ ଦଣ୍ଡର ପ୍ରତ୍ୟାହାର [୧୩]
  • ପଞ୍ଜାବରେ ପୁଆଳ ଜଳାଇବା ପାଇଁ ଗିରଫ ହୋଇଥିବା କୃଷକଙ୍କୁ ମୁକ୍ତ କରାଯିବା [୧୪]
  • ବିଦ୍ୟୁତ ଅଧ୍ୟାଦେଶ ୨୦୨୦ର ପ୍ରତ୍ୟାହାର [୧୫]
  • କେନ୍ଦ୍ର ସରକାରଙ୍କଦ୍ୱାରା ରାଜ୍ୟ ମାମଲାରେ ଦଖଲ ନ ଦେବାର ଆଶ୍ୱାସନା [୧୬]

ଆନ୍ଦୋଳନ[ସମ୍ପାଦନା]

ଯଦିଓ ୨୦୨୦ ଅଗଷ୍ଟ ମାସରେ ତିନୋଟି କୃଷି ଅଧ୍ୟାଦେଶ ଆଗତ ହେବାପରେ ନିମ୍ନସ୍ତରୀୟ ଆନ୍ଦୋଳନମାନ ସଙ୍ଗଠିତ ହୋଇଥିଲା, ଆଇନଗୁଡ଼ିକ ଅନୁମୋଦିତ ହେବାପରେ ଅଧିକସଂଖ୍ୟକ କୃଷକ ଏବଂ କୃଷି ସଙ୍ଗଠନ ଏହାର ବିରୋଧରେ ଯୋଗ ଦେଇଥିଲେ । ସେପ୍ଟେମ୍ବର ୨୫ ତାରିଖରେ କୃଷି ସଙ୍ଗଠନ ସର୍ବଭାରତୀୟ ସ୍ତରରେ ବନ୍ଦ ଡ଼ାକରା ଦେଇଥିଲେ ।[୧୭] ପଞ୍ଜାବ ଏବଂ ହରିୟାଣାରେ ଚାଲୁଥିବା ବଡ଼ଧରଣର ଆନ୍ଦୋଳନ ବ୍ୟତୀତ ଉତ୍ତରପ୍ରଦେଶ[୧୮], କର୍ଣ୍ଣାଟକ[୧୯], ତାମିଲନାଡୁ[୨୦], ଓଡ଼ିଶା[୨୧], କେରଳ[୨୨] ଆଦି ରାଜ୍ୟରେ ମଧ୍ୟ କୃଷକମାନେ ସ୍ୱର ଉତ୍ତୋଳନ କରିଥିଲେ ।

ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କାରଣରୁ ପଞ୍ଜାବର ରେଳସେବା ଦୁଇମାସ ହେଲା ନିଲମ୍ବିତ କରାଇ ଦିଆଯାଇଛି ।[୨୩] ନଭେମ୍ବର ୨୫ ତାରିଖ ପରେ ବିଭିନ୍ନ ରାଜ୍ୟର କୃଷକମାନେ ଦିଲ୍ଲୀ ଆଡ଼େ ଅଗ୍ରସିତ ହୋଇଥିଲେ । ରାସ୍ତାରେ ହରିୟାଣା ପୋଲିସ ଗୋଟିଏ ସମୂହ ଉପରେ ଲୁହବୁହା ଗ୍ୟାସ ଏବଂ ପାଣି ଟ୍ୟାଙ୍କ ପ୍ରୟୋଗ କରି ଅଟକେଇବାକୁ ଚେଷ୍ଟା କରିଥିଲେ ।[୨୪]

ଆଧାର[ସମ୍ପାଦନା]

  1. Why farmers protesting against 3 new Ordinances. 21 September 2020, The Quint.
  2. "Farmer unions agree to sit for talks with the government today". mint (in ଇଂରାଜୀ). 2020-12-01. Retrieved 2020-12-03.{{cite web}}: CS1 maint: url-status (link)
  3. Agriculture ordinances key questions. 24 June 2020, The Wire.
  4. Lok Sabha passes farm bills amid opposition protest. 18 September 2020, Times of India.
  5. Rajya sabha passes farm bills. 20 September 2020, The Hindu.
  6. "Parliament passes amendments to essential commodities law". The Hindu. 2020-09-22.
  7. President signs 3 farm bills passed. 28 September 2020, NDTV.
  8. ୮.୦ ୮.୧ Hebbar, Nistula (2020-12-02). "Dilli Chalo | Farmers demand special Parliament session to repeal farm laws". The Hindu.
  9. "Farmers' apprehensions about role of mandis, terms of procurement under new laws need to be addressed". The Indian Express. 2020-12-03.
  10. Sehgal, Manjeet (26 November 2020). "Why Punjab farmers are marching towards New Delhi | Explained". India Today.
  11. "Swaminathan Report: National Commission on Farmers". PRSIndia. 2017-03-07.
  12. "Agitating farmers hand over letter to Centre, demand special Parliament session to repeal new farm laws". Zee News. 2020-12-03.
  13. "Why Punjab farmers are marching towards New Delhi". India Today.
  14. "Farmers' apprehensions about role of mandis, terms of procurement under new laws need to be addressed". The Indian Express. 2020-12-03.
  15. Ellis-Petersen, Hannah (2020-11-30). "Indian farmers march on Delhi in protest against agriculture laws". The Guardian.
  16. "Farmers Protest: What exactly are the farmers agitating about? What are they demanding from the government?". Gaonconnection | Your Connection with Rural India. 2020-11-28.
  17. Indian Farmers observe Bharat Bandh in protest against agriculture bills. 25 September 2020, The Statesman. Retrieved 24 November 2020.
  18. "New Laws Affect Us Too, Middlemen Are Our ATMs, Need Them: UP Farmers". NDTV.
  19. Farmers protest in Karnataka. 29 September 2020, The Economics Time.
  20. Tamil Nadu farmers protest with human skulls on bharat bandh. 25 September 2020 News 18.
  21. Farm bodies protest against farm bills in Odisha. 26 September 2020, Times of India.
  22. Farm bills protest organised in more than 250 centers in Kerala 25 September 2020, The Hindu.
  23. "Train operations normalised in Punjab with few exceptions: Railways". The Hindu.
  24. "Farmers' protest: Tear gas shells fired at Singhu border". Hindustan Times.