ଭବନାଥ

ଉଇକିପିଡ଼ିଆ‌ରୁ

ଭବନାଥ,  ଭାରତୀୟ ରାଜ୍ୟ ଗୁଜରାଟର ଜୁନାଗଧ ଜିଲ୍ଲାରେ ଥିଉବା ଏକ କ୍ଷୁଦ୍ର ଗ୍ରାମ । ଏହା ଗିରିନାର ପର୍ବତ ମାଲାରେ ରହିଥିବା ଗିରିନାର ଟାଲେଟି ନାମକ ସ୍ଥାନ ନିକଟରେ ରହିଛି । ଏହି ଗିରିନାର ତଲେଟିଠାରୁ ତୀର୍ଥ ଯାତ୍ରୀମାନେ ପାଦରେ ଚାଲି ଗିରିନାର ପର୍ବତ ଉପରେ ଥିବା ମନ୍ଦିରକୁ ପହଞ୍ଚିଥାନ୍ତି । 

ଭାବନାଥ ମହାଦେବ ମନ୍ଦିର 
 ଜୁନାଗହ , ଗିରିନାର 

ଇତିହାସ [ସମ୍ପାଦନା]

ଭାବନାଥ ଶିବ ମନ୍ଦିରର ବର୍ଣ୍ଣନା ପୁରାଣରେ ରହିଛି । ଏଠାରେ ସ୍ୱତ ସ୍ପୁରତା ଭାବରେ ଶିବ ଲିଙ୍ଗାର ଉଦ୍ଭବ ହେଇଥିବାର ଜଣାଯାଏ । କୁହାଯାଏ ଯେ ଶିବ ଓ ପାର୍ବତୀ ସେହି ଅଞ୍ଚଳ ଦେଇ ଯାଉଥିବା ବେଳେ ତାଙ୍କର ଏକ ବସ୍ତ୍ର ମୃଗୀ କୁଣ୍ଡ ଜଳାଶୟରେ ପଡିଯାଇଥିଲା । ତେଣୁ ଶୈବ ଭକ୍ତମାନଙ୍କ ପାଇଁ ମୃଗୀ କୁଣ୍ଡ ଏକ ଅତ୍ୟନ୍ତ ପବିତ୍ର ଜଳାଶୟ ଭାବରେ ଗୃହିତ ହେଇଥାଏ । ନାଗା ବାବାମାନେ ମହାଶିବରାତ୍ରି ଶୋଭାଯାତ୍ରାରେ ଯୋଗ ଦେବା ଆଗରୁ ଏହି ଜଳାଶୟରେ ସ୍ନାନ କରିଥାନ୍ତି ।ଏଠାରେ ହଉଥିବା ମେଳା ଅତ୍ୟନ୍ତ ପ୍ରାଚୀନ କାଳରୁ ହେଇ ଆସୁଛି ।  [୧]

ଗିରିନାର ପର୍ବତ 

ଏଠାରେ ଦୁଇଟି ମୁଖ୍ୟ ପର୍ବ ମହାଶିବରାତ୍ରି ଓ ଗିରିନାର ଲିଲି ପରିକ୍ରମା ଅନୁଷ୍ଠିତ ହେଇଥାଏ ।  [୨]

ଭାବନାଥ ମେଳା ହିନ୍ଦୁ ପଞ୍ଜିକା ଅନୁସାରେ ମାଘ ମାସରେ ହେଇଥାଏ । ଏହା ୫ ଦିନ ଧରି ଚାଲି ଥାଏ । ଦେଶର ବିଭିନ୍ନ ପ୍ରାନ୍ତରୁ ନାଗା ଭକ୍ତ ମାନଙ୍କ ସହ ଅନ୍ୟ ଶିବ ଭକ୍ତ ତଥା ଧାର୍ମିକ ବ୍ୟକ୍ତି ମାନଙ୍କ ସମାରୋହ ହେଇଥାଏ । ଲୋକଙ୍କ ବିଶ୍ୱାସ ଯେ ସ୍ୱୟଂ ଶିବ ଏହି ସ୍ଥାନରେ ପଦାର୍ପଣ କରିଥାନ୍ତି ।ଏହି ଅବସରରେ ଭକ୍ତମାନେ ଗିରିନାର ପର୍ବତର ଚତୁର୍ଦିଗ ପରିକ୍ରମା କରିଥାନ୍ତି । ଅନେକ ନାଗା ସାଧୁ ତାଙ୍କ ହାତୀ ଉପରେ ବସି ଆସିଥାନ୍ତି । ସାରା ଅଞ୍ଚଳ ବିଭିନ୍ନ ବାଦ୍ୟ  , ବିଶେଷ କରି ଶଙ୍ଖ ଧ୍ୱନିରେ ପରିପୂର୍ଣ ହେଇଯାଇଥାଏ ।ଶୋଭାଯାତ୍ରାରେ ଭଗବାନ ଦତ୍ତାତ୍ରେୟ  ଙ୍କ ପ୍ରତିକୃତିକୁ ପାଳଙ୍କିରେ ନେଇ ଭକ୍ତମାନେ ଯାଇଥାନ୍ତି । [୩][୪]

ଆଧାର  ସମୂହ [ସମ୍ପାଦନା]

  1. "Archived copy". Archived from the original on 2011-09-28. Retrieved 2011-08-22.{{cite web}}: CS1 maint: archived copy as title (link)
  2. "Archived copy". Archived from the original on 2011-09-03. Retrieved 2011-08-22.{{cite web}}: CS1 maint: archived copy as title (link)
  3. "Bhavnath fair". Archived from the original on 2016-09-13. Retrieved 2017-01-26.
  4. Junagadh district of Gujarat