Jump to content

ଭଗବତୀ ପୂଜାରୀ

ଉଇକିପିଡ଼ିଆ‌ରୁ
ଭଗବତୀ ପୂଜାରୀ
ବିଧାୟିକା: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫  ୧୯୯୦
ପୂର୍ବ ଅଧିକାରୀଡମ୍ବୁରୁ ମାଝୀ
ପର ଅଧିକାରୀଶ୍ୟାମଘନ ମାଝୀ
ନିର୍ବାଚନ ମଣ୍ଡଳୀକୋଡ଼ିଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1952-04-15) ୧୫ ଅପ୍ରେଲ ୧୯୫୨ (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମୁକୁନ୍ଦ ପୂଜାରୀ
ସନ୍ତାନ୧ ପୁଅ ଓ ୨ ଝିଅ
ବାପା/ବୋଉରତନା ମାଝୀ (ବାପା)
ବୃତ୍ତିରାଜନୀତିଜ୍ଞ

ଭଗବତୀ ପୂଜାରୀ (ଜନ୍ମ: ୧୫ ଅପ୍ରେଲ ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଭଗବତୀ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[] ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ କୋଡ଼ିଙ୍ଗା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]


ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ଭଗବତୀ ପୂଜାରୀ ୧୯୫୨ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଥିଲା ରତନା ମାଝୀ । ଭଗବତୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକରୁ କମ୍ ଥିଲା ।[] ସେ ମୁକୁନ୍ଦ ପୂଜାରୀଙ୍କୁ ବିବାହ କରିଥିଲେ ।[] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି । ସେ ଜଣେ କୃଷକ ଭାବରେ କାର୍ଯ୍ୟ କରୁଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଭଗବତୀ ତାଙ୍କ ବାପାଙ୍କଦ୍ୱାରା ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଥିଲେ ।[] ସେ ବିଭିନ୍ନ ଆଦିବାସୀ କଲ୍ୟାଣ କାର୍ଯ୍ୟକ୍ରମ ଆଦିରେ ବିଭିନ୍ନ ସମୟରେ ଭାଗ ନେଉଥିଲେ ଏବଂ ମହିଳା ଶିକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ ।[] ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ଓଡ଼ିଶା ବିଧାନ ସଭାର ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[]

୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ ଏବଂ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][] ଏହି ନିର୍ବାଚନରେ ସମୁଦାୟ ୩୨.୬୯ ପ୍ରତିଶତ ମତଦାନ ହେଇଥିଲା ।[] ସମୁଦାୟ ଭୋଟରୁ ଭଗବତୀ ୧୮,୫୪୪ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ ଏବଂ ଜନତା ପାର୍ଟିର ପ୍ରାର୍ଥୀ ସମ୍ବରୁ ମାଝୀ ସମୁଦାୟ ୯,୩୭୮ ଖଣ୍ଡ ଭୋଟ ପାଇଁ ୨ୟ ସ୍ଥାନରେ ରହିଥିଲେ ।[] ଭଗବତୀ ଏହି ବିଧାନ ସଭାରେ କୋଡ଼ିଙ୍ଗା ବିଧାନ ସଭା ଆସନରୁ ବିଧାୟିକା ଭାବରେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭଗବତୀ ପୁଣିଥରେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ୧୦ମ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସମୁଦାୟ ୮୨.୨୮ ପ୍ରତିଶତ ମତଦାନ ହୋଇଥିଲେ ।[] ତନ୍ମଧ୍ୟରୁ ସେ ସମୁଦାୟ ୩,୫୮୮ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ ।[] ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ସଦନ ନାୟକ ସମୁଦାୟ ୫୧,୭୯୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।[] ଜନତା ଦଳର ପ୍ରାର୍ଥୀ ଶ୍ୟାମଘନ ମାଝୀ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମୋହନ ମାଝୀ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଥିଲେ ।[]

  1. Parida, Subhas Chandra; Nayak, Sasmita (2009). Empowerment of Women in India (in ଇଂରାଜୀ). Northern Book Centre. ISBN 9788172112394.
  2. 1 2 3 4 "Smt. Bhagabati Pujari". odishaassembly.nic.in. Odisha Assembly. Retrieved 13 March 2019.
  3. 1 2 "MLA Bhagabati Pujari Profile | KODINGA Constituency". naveenpatnaik.com. Archived from the original on 2022-09-20. Retrieved 2019-03-13.
  4. 1 2 "MLA Bhagabati Pujari Profile | KODINGA Constituency". www.odishahelpline.com. Retrieved 2019-03-13.
  5. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୪୩. Retrieved 10 March 2019.
  6. "Orissa Assembly Election Results in 1985". www.elections.in. Retrieved 2019-03-13.
  7. 1 2 3 4 5 6 "Kodinga Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-03-13.