ଭଗବତୀ ପୂଜାରୀ
ଭଗବତୀ ପୂଜାରୀ | |
---|---|
ବିଧାୟିକା: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ଡମ୍ବୁରୁ ମାଝୀ |
ପର ଅଧିକାରୀ | ଶ୍ୟାମଘନ ମାଝୀ |
ନିର୍ବାଚନ ମଣ୍ଡଳୀ | କୋଡ଼ିଙ୍ଗା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଅପ୍ରେଲ ୧୯୫୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମୁକୁନ୍ଦ ପୂଜାରୀ |
ସନ୍ତାନ | ୧ ପୁଅ ଓ ୨ ଝିଅ |
ବାପା/ବୋଉ | ରତନା ମାଝୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଭଗବତୀ ପୂଜାରୀ (ଜନ୍ମ: ୧୫ ଅପ୍ରେଲ ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଭଗବତୀ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ କୋଡ଼ିଙ୍ଗା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ଭଗବତୀ ପୂଜାରୀ ୧୯୫୨ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଥିଲା ରତନା ମାଝୀ । ଭଗବତୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକରୁ କମ୍ ଥିଲା ।[୪] ସେ ମୁକୁନ୍ଦ ପୂଜାରୀଙ୍କୁ ବିବାହ କରିଥିଲେ ।[୨] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି । ସେ ଜଣେ କୃଷକ ଭାବରେ କାର୍ଯ୍ୟ କରୁଥିଲେ ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ଭଗବତୀ ତାଙ୍କ ବାପାଙ୍କଦ୍ୱାରା ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଥିଲେ ।[୨] ସେ ବିଭିନ୍ନ ଆଦିବାସୀ କଲ୍ୟାଣ କାର୍ଯ୍ୟକ୍ରମ ଆଦିରେ ବିଭିନ୍ନ ସମୟରେ ଭାଗ ନେଉଥିଲେ ଏବଂ ମହିଳା ଶିକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ ।[୨] ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ଓଡ଼ିଶା ବିଧାନ ସଭାର ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୩]
୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ ଏବଂ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫][୬] ଏହି ନିର୍ବାଚନରେ ସମୁଦାୟ ୩୨.୬୯ ପ୍ରତିଶତ ମତଦାନ ହେଇଥିଲା ।[୭] ସମୁଦାୟ ଭୋଟରୁ ଭଗବତୀ ୧୮,୫୪୪ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ ଏବଂ ଜନତା ପାର୍ଟିର ପ୍ରାର୍ଥୀ ସମ୍ବରୁ ମାଝୀ ସମୁଦାୟ ୯,୩୭୮ ଖଣ୍ଡ ଭୋଟ ପାଇଁ ୨ୟ ସ୍ଥାନରେ ରହିଥିଲେ ।[୭] ଭଗବତୀ ଏହି ବିଧାନ ସଭାରେ କୋଡ଼ିଙ୍ଗା ବିଧାନ ସଭା ଆସନରୁ ବିଧାୟିକା ଭାବରେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭଗବତୀ ପୁଣିଥରେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ୧୦ମ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସମୁଦାୟ ୮୨.୨୮ ପ୍ରତିଶତ ମତଦାନ ହୋଇଥିଲେ ।[୭] ତନ୍ମଧ୍ୟରୁ ସେ ସମୁଦାୟ ୩,୫୮୮ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ ।[୭] ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ସଦନ ନାୟକ ସମୁଦାୟ ୫୧,୭୯୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।[୭] ଜନତା ଦଳର ପ୍ରାର୍ଥୀ ଶ୍ୟାମଘନ ମାଝୀ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମୋହନ ମାଝୀ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଥିଲେ ।[୭]
ଆଧାର
[ସମ୍ପାଦନା]- ↑ Parida, Subhas Chandra; Nayak, Sasmita (2009). Empowerment of Women in India (in ଇଂରାଜୀ). Northern Book Centre. ISBN 9788172112394.
- ↑ ୨.୦ ୨.୧ ୨.୨ ୨.୩ "Smt. Bhagabati Pujari". odishaassembly.nic.in. Odisha Assembly. Retrieved 13 March 2019.
- ↑ ୩.୦ ୩.୧ "MLA Bhagabati Pujari Profile | KODINGA Constituency". naveenpatnaik.com. Archived from the original on 2022-09-20. Retrieved 2019-03-13.
- ↑ ୪.୦ ୪.୧ "MLA Bhagabati Pujari Profile | KODINGA Constituency". www.odishahelpline.com. Retrieved 2019-03-13.
- ↑ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୪୩. Retrieved 10 March 2019.
- ↑ "Orissa Assembly Election Results in 1985". www.elections.in. Retrieved 2019-03-13.
- ↑ ୭.୦ ୭.୧ ୭.୨ ୭.୩ ୭.୪ ୭.୫ "Kodinga Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-03-13.