|
ସନ୍ତୋଷ, ଗୁଣପୁର ସମ୍ପର୍କରେ ନୂଆ ଲେଖା ତିଆରି ପାଇଁ ତୁମ ଚେଷ୍ଟା ଅଭିନନ୍ଦନ ଯୋଗ୍ୟ । ଏହି କୁନି ଭେଟିଟିଏ, ତୁମ ଅକ୍ଲାନ୍ତ ପରିଶ୍ରମ ପାଇଁ । ଯଦି ସମୟ ପାଇବେ ଗୁଣପୁର ସଂକ୍ରାନ୍ତୀୟ ଏହି ଆଲୋଚନାରେ ନିଜ ମତ ଦେବେ । ଶିତିକଣ୍ଠ (ଆଲୋଚନା) ୧୮:୫୮, ୨୬ ଜୁଲାଇ ୨୦୧୫ (UTC)
|
ନବକଳେବର ଏଇ ମାତ୍ର ସରିଛି ଆଉ ସବୁରି ମନରୁ ସେ ଅଗୁରୁ-ଚୁଆର ମହକ ଏ ଯାଏ ଅଛି । ଆମେ ସେ ମହକକୁ ଆଉ ସଭିଙ୍କ ପାଖେ ପହଞ୍ଚାଇବା ପାଇଁ ଏକ ମାସକାଳୀନ ଗଣସମ୍ପାଦନା ଆରମ୍ଭ କରିଛୁ । ଆପଣ ଏଥିରେ ଭାଗ ନେଇପାରିବେ, ଜଗନ୍ନାଥ ଚଳଣି ସମ୍ବନ୍ଧରେ ଅନେକ ପ୍ରସଙ୍ଗରେ ଭାଗ ନେଇ ଲେଖିପାରିବେ ଓ ସମ୍ପାଦନା କରିପାରିବେ ।
ଭାଗ ନିଅନ୍ତୁ!
ପ୍ରସଙ୍ଗ ତାଲିକା
କିପରି ଲେଖିବେ ଶିଖିବାକୁ ଚାହାନ୍ତି?
--ସୁଭାସିସ ପାଣିଗାହି (ଆଳାପ) ୧୮:୧୨, ୧୭ ଅଗଷ୍ଟ ୨୦୧୫ (UTC)
|
The Original Barnstar
|
ଜଣେ ନୂତନ ଉଇକିଆଳି ଭାବେ ଓଡିଆ ଉଇକିପିଡିଆରେ ଆପଣଙ୍କ ଅବଦାନ ପ୍ରଶଂସନୀୟ । Hpsatapathy (ମୋ ଆଲୋଚନା) ୦୦:୩୪, ୨୧ ଅଗଷ୍ଟ ୨୦୧୫ (UTC)
|
ପ୍ରିୟ ଉଇକିଆଳି ବନ୍ଧୁ,
ଆଗାମୀ ଅକ୍ଟୋବର ୨୫ ତାରିଖ ଦିନ ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ଉଇକିପାଠାଗାର କୁ ବର୍ଷେ ପୂରିବାକୁ ଯାଉଛି । ଏଥି ନିମନ୍ତେ ଆମେ ଭୁବନେଶ୍ୱରରେ ଉଇକିପାଠାଗାରର ପ୍ରଥମ ଜନ୍ମତିଥି ପାଳନ କରିବାକୁ ଯାଉଛୁ । ଆଉ ଏ ଉତ୍ସବରେ ଯୋଗଦେବା ଲାଗି ଆପଣଙ୍କୁ ବିନୀତ ଅନୁରୋଧ, ଆସିବେ ନିଶ୍ଚେ । ଅଧିକ କିଛି ଜାଣିବାକୁ ଚାହିଁଲେ ଆମ ସହ ଯୋଗାଯୋଗ କରିପାରିବେ । ଧନ୍ୟବାଦ ସହ! ।
|
|
|
--ଆଦିତ୍ୟ ମହାର (ଆଲୋଚନା) ୦୭:୪୪, ୨୧ ଅକ୍ଟୋବର ୨୦୧୫ (UTC)
|
ନମସ୍କାର,
ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।
ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ!
--ନିଷ୍ଠାରଞ୍ଜନଦାଶtalk
|