ବ୍ୟବହାରକାରୀଙ୍କ ଆଲୋଚନା:Pradip Kumar Dash

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Pradip Kumar Dash, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୪୭, ୧୦ ଜୁଲାଇ ୨୦୧୭ (IST)[reply]

ଲେଖାରେ ସଂଶୋଧନ[ସମ୍ପାଦନା]

ପ୍ରଦୀପ ବାବୁ ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । ଆପଣଙ୍କ ଲେଖାରେ କିଛି ବଦଳ କରାଯାଇଛି । ସାଧାରଣତଃ ଜ୍ଞାନକୋଷରେ ବିଶେଷଣର ପ୍ରୟୋଗ କମ କରାଯାଇଥାଏ । ଏହାଛଡା ଲେଖାଟିକୁ ଅଧିକ ସାହିତ୍ୟିକ ନ କରି ଏକ ଜ୍ଞାନକୋଷ ପ୍ରସଙ୍ଗ ଭଳି ଲେଖିବା ପାଇଁ ପରାମର୍ଶ ଦେଉଅଛୁ । ଆପଣ ଆହୁରି ଲେଖନ୍ତୁ ଆମେ ଆପଣଙ୍କୁ ସାହାଯ୍ୟ କରିବୁ । ଆଉ ଗୋଟେ କଥା ଓଡ଼ିଆ ଉଇକିପିଡ଼ିଆରେ ଇଂରାଜୀରେରେ ବା ଅଲଗା କିଛି ଭାଷାରେ ଲେଖିବା ବାରଣ ଅଛି । କିଛି ପ୍ରଶ୍ନ ଥିଲେ ପଚାରିବେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୦୯, ୧୯ ଅଗଷ୍ଟ ୨୦୧୮ (IST)[reply]

ଆଦରର @Pradip Kumar Dash: ଆପଣଙ୍କ ଦ୍ୱାରା ଲିଖିତ ପରମହଂସ ପ୍ରଜ୍ଞାନାନନ୍ଦରେ ଅନେକ ତଥ୍ୟ ଓ ସମ୍ଭାବିତ ସ୍ୱମତ ଥିଲା ଓ ସେସବୁ ସାହିତ୍ୟ ପୁଟ ଦେଇ ଲେଖାଯାଇଥିଲା । ଲେଖାଟି ଏବେ ଯାଏ ଉଇକିପିଡ଼ିଆରେ ରହିପାରିବ କି ନାଁ ତା ବାବଦରେ ମଧ୍ୟ ଦ୍ୱନ୍ଦ ରହିଛି । ଏହା ଉଇକିପିଡ଼ିଆରେ ରହିବା ଯୋଗ୍ୟ ନ ହେଲେ ହୁଏତ ଲିଭାଇଦିଆଯାଇପାରେ । ସେହିପରି ଗୋ ମାହାତ୍ମ୍ୟ ପ୍ରସଙ୍ଗଟି ଉଇକିପିଡ଼ିଆରେ ରହିବା ଉପଯୋଗୀ ନୁହେଁ ତେଣୁ ତାହା ଲିଭାଇଦିଆଯିବ । ଆଶା ଆଗକୁ ଆପଣ ନିୟମାବଳୀ ପଢ଼ି ଉଇକିପିଡ଼ିଆ ଢଙ୍ଗରେ ଲେଖିବାକୁ ଚେଷ୍ଟାକରିବେ । ଉଇକିପିଡ଼ିଆରେ ସମସ୍ତ ବିଷୟ ରହିପାରିବ ନାହିଁ କିମ୍ବା ସମସ୍ତ ଲିଖନଶୈଳୀରେ ଲେଖାଯାଇପାରିବ ନାହିଁ । କେବଳ ତଥ୍ୟ ଛଡ଼ା ମତାମତ ଭଳି ବୋଧ ହେଉଥିବା ଅଂଶ ହଟାଇଦିଆଯିବ । ଆପଣଙ୍କ ଲେଖାର ମାନ ଉଚ୍ଚ ହେଲେ ଉଇକିପିଡ଼ିଆର ନିଜସ୍ୱ ଲିଖନ ଶୈଳୀ ରହିଛି । ତେଣୁ ଆପଣ ତା' ସହ ଅଭ୍ୟସ୍ତ ହେବା ପାଇଁ ସାମୟିକ ଭାବେ ଇଂରାଜୀ ଉଇକିପଡ଼ିଆରୁ ବିଭିନ୍ନ ପ୍ରସଙ୍ଗ ଓଡ଼ିଆକୁ ଅନୁବାଦ କରିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୧:୦୬, ୧୯ ଅଗଷ୍ଟ ୨୦୧୮ (IST)[reply]