ବ୍ୟବହାରକାରୀଙ୍କ ଆଲୋଚନା:Bijayakm

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Bijayakm, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୩୭, ୩୧ ଜୁଲାଇ ୨୦୧୪ (UTC)

ଓଡିଆ ନାଟକ [ସମ୍ପାଦନା][ସମ୍ପାଦନା]

ଓଡିଆ ନାଟକର ଅତିତ ଖୁବ ସୁଦୀର୍ଘ । ଗଣନାଟ୍ୟ ଓ ଯାତ୍ରାର ପତନ ପରେ ଓଡିଶାର ନାଟ୍ୟ ଆନ୍ଦୋଳନରେ ଦେଖାଦେଇଥିଲା ଏକ ବିରାଟ ଅଭ୍ୟୁଦୟ । ରାସଦଳ ଛାଡି ଏହି ପରିବର୍ତ୍ତନ ଧାରାରେ ପୁରୋଧା ସାଜିଥିଲେ କାଳୀଚରଣ ପଟ୍ଟନାୟକ । ଗଢା ହେଲା ଓଡିଶା ଥିଏଟର୍ସ । ନିଜ ଦଳ ଲାଗି ୩ ପ୍ରକାର ନାଟକ ପ୍ରସ୍ତୁତ କଲେ କାଳୀବାବୁ । ତାହା ହେଲା -ପୌରାଣିକ ,ଐତିହାସିକ ଓ ସାମାଜିକ ନାଟକ । ପାଶ୍ଚାତ୍ୟ ଦେଶ ଗୁଡିକରେ ବାସ୍ତବବାଦର ପତନ ଘଟିସାରିଥିବା ବେଳେ କାଳୀଚରଣଙ୍କ ସାମାଜିକ ନାଟକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା । ୧୯୪୪ ମସିହା । ଓଡିଆ ନାଟକ ଲାଗି ଥିଲା ବିତର୍କର ବର୍ଷ । କାଳୀବାବୁଙ୍କ ଭାତ ନାଟକର ପ୍ରତିଦ୍ୱନ୍ଦ୍ୱୀ ହୋଇ ଠିଆ ହେଲା ମନୋରଞ୍ଜନ ଦାସଙ୍କ ନାଟକ ‘ଯୌବନ’। ପରେ ପରେ ଗୋପାଳ ଛୋଟରାୟଙ୍କ ‘ଫେରିଆ’, ଭଞ୍ଜ କିଶୋର ପଟ୍ଟନାୟକଙ୍କ ‘ବେନାମୀ’ ଓ ରାମଚନ୍ଦ୍ର ମିଶ୍ରଙ୍କ ‘ମୂଲିଆ’ ପରିବେଶିତ ହେଲା । ତେବେ ମନୋରଞ୍ଜନ ଦାସ ଏହି ଧାରାରୁ ହଟି ନୂଆ କିଛି ଚିନ୍ତା କରୁଥିଲେ । ଏହି ସମୟରେ ଗଢାହେଲା ୟୁନାଇଟେଡ ଆର୍ଟିଷ୍ଟ ସଂସ୍ଥା । ଗୋବିନ୍ଦ ତେଜ,ଶାରଦା ପ୍ରସନ୍ନ ରାୟ ଓ ନିତାଇ ପାଲିତଙ୍କ ଭଳି ବହୁ ଉଚ୍ଚ ଶିକ୍ଷିତ କଳାକାର ଏଥିରେ ସାମିଲ ହେଲେ । ମନୋରଞ୍ଜନ ବାସ୍ତବବାଦୀ ନାଟକରେ ବୌଦ୍ଧିକତା ଆଣିଥିବା ବେଳେ ,ଅନ୍ୟପଟେ ସାମାଜିକ ନାଟକରୁ ଦୃଷ୍ଟି ଏଡାଇବାକୁ ଯାଇ ଲୋକଙ୍କ ରୁଚି ବଦଳାଇବାର ଚେଷ୍ଟା କରିଥିଲେ କାଳୀଚରଣ । ୧୯୪୪ରେ ସେ ପ୍ରସ୍ତୁତ କରିଥିଲେ ନାଟକ- ‘ଚକ୍ରୀ’ । ୧୯୫୦ ମସିହା ସୁଦ୍ଧା ନବନାଟ୍ୟ ଆନ୍ଦୋଳନର ଧାରା ଖୁବ ଜୋରଦାର ହୋଇଥିଲା । ତେବେ ମନୋରଞ୍ଜନ ଦାସଙ୍କ ଅରଣ୍ୟ ଫସଲର ସଫଳତା ପରେ ଏକ ଭିନ୍ନ ଧରଣ ନାଟକର ଅବିର୍ଭାବ ଘଟିଥିଲା । ତାହା ହେଲା ଆବସର୍ଡ ଡ୍ରାମା ବା ଉଦ୍ଭଟ ନାଟକ । ଏହା ଦୂରେଇ ଯାଇଥିଲା ବାସ୍ତବବାଦ ଠାରୁ । ଆଧୁନିକତାର ଏକ ସ୍ପଷ୍ଟ ଲକ୍ଷଣ ପରିଲକ୍ଷିତ ହୋଇଥିଲା ଏଥିରେ । ଏହା ପରେ ଅନେକ ସୋପାନ । ଗୋଟିଏ ପରେ ଗୋଟିଏ ଅତିକ୍ରମ କରିଛି ଓଡିଆ ନାଟକ ।

( ଆଲୋଚନା ଜାରି ରହିବ । )

ଧନ୍ୟବାଦ[ସମ୍ପାଦନା]

ପ୍ରିୟ ଉଇକିଆଳି ନମସ୍କାର,
ଆପଣଙ୍କ ଅବଦାନ ପାଇଁ ଅନେକ ଧନ୍ୟବାଦ। ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ବହୁତ ଖୁସି ଲାଗୁଛି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ। ଆପଣ କୈଣସି ପ୍ରସଙ୍ଗରେ ସମୟନୁସାରେ ଲେଖିବାକୁ ଚାହୁଁଥିଲେ ଶେଷରେ ଲେଖା ଜାରି ରହିବ ନ ଲେଖି ସେହି ପୃଷ୍ଠାର ଆରମ୍ଭରେ {{ତିଆରି ଚାଲିଛି}} ଛାଞ୍ଚ ଦିଅନ୍ତୁ ଓ ସେ ଲେଖାଟି ସମ୍ପୂର୍ଣ୍ଣ ଭାବେ ଲେଖି ସାରିଲେ {{ତିଆରି ଚାଲିଛି}} ଛାଞ୍ଚଟିକୁ ହଟାଇ ଦିଅନ୍ତୁ । ଓଡ଼ିଆ ଉଇକିପିଡ଼ିଆ ବାବଦରେ କିଛି ସହଯୋଗ ଦରକାର ହେଲେ, ଚାଟସଭାରେ କିମ୍ବା ଫେସବୁକ ଗୋଠରେ କୁ ଯାଇ ପ୍ରଶ୍ନଟିଏ ପଚାରି ପାରିବେ । ଧନ୍ୟବାଦ । --ଆଦିତ୍ୟ ମହାର (ଆଲୋଚନା) ୦୭:୫୫, ୨୪ ଅଗଷ୍ଟ ୨୦୧୪ (UTC)

ଆପଣଙ୍କ ଦେଇ ତିଆରି ଲେଖା "ଅଙ୍କୁର" ଲିଭାହେବା ପାଇଁ ଚିହ୍ନିତ, ସହଳ ଉତ୍ତର ଦେବେ[ସମ୍ପାଦନା]

ବିଜୟ ବାବୁ, ଆପଣ ଲେଖିଥିବା "ଅଙ୍କୁର" ପ୍ରସଙ୍ଗଟି ଲିଭାଇବା ପାଇଁ ଚିହ୍ନିତ ହୋଇଛି । ଯଦି ଆପଣ ଆସନ୍ତା ୫ ଦିନ ଭିତରେ ଏଥିରେ ଅଧିକ ତଥ୍ଯ ଏବଂ ଲେଖାଟିର ତଥ୍ୟ ଆଣିଥିବା ଆଧାର ଖବରକାଗଜ/ପତ୍ରିକା/ବହି ନାଁ ଉଲ୍ଲେଖ ନ କରିବେ ତାହେଲେ ଏଇଟି ଲିଭାଇଦିଆଯିବ । --ସୁଭାସିସ ପାଣିଗାହି ଆଳାପ ୦୯:୩୨, ୧୩ ଫେବୃଆରୀ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)