ବ୍ୟବହାରକାରୀ:Bijayakm

ଉଇକିପିଡ଼ିଆ‌ରୁ

ବିଜୟ କୁମାର ମହାନ୍ତି, ପେଶାରେ ସାମ୍ବାଦିକ । ପ୍ରବୃତ୍ତିରେ ଲେଖକ । ଜନ୍ମ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ କସର୍ଦା ଗ୍ରାମରେ । ବାପା -ବଟକୃଷ୍ଣ ମହାନ୍ତି । ମାଆ ତନୁଲତା ମହାନ୍ତି । ପାଠପଢ଼ା ଲକ୍ଷ୍ମୀନାରାୟଣ ବିଦ୍ୟାପୀଠ ,କସର୍ଦାରେ । କଲେଜ ପଢା ରାଜଧାନୀ କଲେଜ,ଭୁବନେଶ୍ୱରରେ । ଏକ ଚାଷୀ ପରିବାରରେ ସଂଘର୍ଷ ଭିତରୁ ଆରମ୍ଭ ହୋଇଛି ଜୀବନ । ଜେଜେଙ୍କ ଆଦର୍ଶ କାମକୁ ଭଲପାଇବାକୁ ସେ ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । କଲେଜ ପଢାବେଳୁ ଲେଖାଲେଖି ଆରମ୍ଭ କରିଥିଲେ । ସେତେବେଳେ ବାଦାମ ଚାଷ ହେଉଥାଏ । ବିଜୟ ବାପାଙ୍କ କଥାରେ ବାଦାମ ଜଗିବାକୁ ଯାଇ କୁଡିଆରେ ବସି କବିତା ଲେଖୁଥିଲେ । ବାପାଙ୍କୁ କିନ୍ତୁ ଭାରି ଡର । ବାପା ଆସିଲେ ସେସବୁ ଲୁଚାଇ ଦେଉଥିଲେ । କିନ୍ତୁ କଥା ଲୁଚି ରହିଲାନି,ଯେତେବେଳେ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଇଲା । ବହୁ ବଡବଡ ସାହିତ୍ୟିକ ଓ ପତ୍ରପତ୍ରିକା ସଂପାଦକଙ୍କ ଚିଠି ପହଞ୍ଚିଲା । ଏସବୁ ଖୁବ ପ୍ରେରଣା ଦେଉଥିଲା ଏହି ଯୁବ ଲେଖକଙ୍କୁ । ଏହାପରେ ଆଉ ଲେଖାଲେଖି ଅଟକିନି । ପରେ ଗଣମାଧ୍ୟମରେ ସାମ୍ବାଦିକତାର ବୃତ୍ତି ଏହି ସୃଜନଶୀଳତାକୁ ଅଧିକ ପ୍ରସାରିତ କରିଛି । ଲେଖକଙ୍କ ପୁସ୍ତକ ଗୁଡିକ ହେଲା:

  1. ଓଡ଼ିଆ ସଂସ୍କୃତି କୋଷ
  2. ମୋ ମାଟି ମୋ ସଂସ୍କୃତି
  3. ଓଡ଼ିଶାରେ ଟେଲିଭିଜନ ସାଂବାଦିକତା
  4. ଗାଁ ଗହଳିର ଗୀତ (ଲୋକଗୀତ ସଂଗ୍ରହ)
  5. ଚିଠିଗୀତ (ଲୋକଗୀତ ସଂଗ୍ରହ)

ଏହାଛଡା ସେ ବହୁ ଶିଶୁ ପୁସ୍ତକ ରଚନା କରିଛନ୍ତି । ସେସବୁ ହେଲା:

  1. ମୁହିଁରେ ଓଡ଼ିଆ ପୁଅ
  2. ଗୁଡୁ ପାଇଁ ଗୀତ କେତୋଟି
  3. ପରିବେଶ ମାଳିକା
  4. କବି ଗାଁରେ ଶ୍ରୀଜଗନ୍ନାଥ
  5. ଟିକିଟିକି ଫୁଲ ଆମେ
  6. ମୋ ଗାଁ ମୋ ଜନମ ଭୂଇଁ
  7. ପିଲାଙ୍କ ଅନାବନା ଗୀତ
  8. କହିଲ ଦେଖି କିଏ
  9. ଝିଅ ନୁହେଂ ସେ ତ ଖଣ୍ଡିଏ ହୀରା

ଇତ୍ୟାଦି । ଲେଖକଙ୍କ ଡାଆଣୀ ନାଟକ ରାଜ୍ୟ ଓ ରାଜ୍ୟ ବାହାରେ ପରିବେଶିତ ହୋଇ ଆଦୃତ ହୋଇଛି । ଏହାବ୍ୟତିତ "ହରିବୋଲ ନୁହେଁ ଟଙ୍କାବୋଲ" ନାମରେ ଏକ ଚଳଚ୍ଚିତ୍ରର ସେ ସଂଳାପ ମଧ୍ୟ ଲେଖିଛନ୍ତି । ତାଙ୍କ ସାରସ୍ୱତ ଜୀବନ ଆହୁରି ଆନେକ ସଫଳ ସୃଷ୍ଟିର ଉନ୍ମେଷକୁ ଅପେକ୍ଷା ରଖେ ।

ଆଧାର[ସମ୍ପାଦନା]