ବ୍ୟବହାରକାରୀଙ୍କ ଆଲୋଚନା:Bibekanand Biswal

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Bibekanand Biswal, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୧୫, ୧୩ ମାର୍ଚ୍ଚ ୨୦୧୬ (IST)[reply]

ଧନ୍ୟବାଦ ଓଡିଆ ଉଇକିପିଡିଆ[ସମ୍ପାଦନା]

ହେ ସ୍ରଷ୍ଟା.. ଏହା ନିଶ୍ଚିତ ରୂପେ ଏକ ମହତ୍ ଯୋଜନା,ଯାହା ପାଇଁ ଆଜି ଓଡିଆ ଜାତି ଗର୍ବିତ । ଯେଉଁ ଓଡିଆ ବନ୍ଧୁବୃନ୍ଦ ଏହି କାର୍ଯ୍ୟରେ ସହାୟତା କରିଛନ୍ତି ଅବା ସେମାନଙ୍କ ବହୁମୂଲ୍ୟ ସମୟ ପ୍ରଦାନ କରି ଏ ପ୍ରକାର ଗୋଟିଏ ଯୁଗାନ୍ତକାରୀ ସୃଷ୍ଟିକୁ ସାକାର କରିଛନ୍ତି, ସେମାନଙ୍କୁ ମୋର ଅଶେଷ ଧନ୍ୟବାଦ । ଜଣେ ଓଡିଆ ହିସାବରେ ଆଜି ଏହି ୱେବସାଇଟ୍ ଟିକୁ ଖୋଲି ଦେଖିବା ପରେ ମୁଁ ଯଥେଷ୍ଟ ଖୁସି ।

ଆଜି ଓଡିଶାର ଯୁବସମାଜ ଆଉ ଶୃଙ୍ଖଳିତ ନାହିଁ । କେତେ ଜଣ ଯୁବକ ଆଜି ଖବରକାଗଜ ପଢୁଛନ୍ତି .. ଯୁବକ ଟିଏ ବହି,ପୁସ୍ତକ କିମ୍ବା ପତ୍ରିକାଟିଏ ପଢିବା ଅପେକ୍ଷା ଫେସବୁକ, ହ୍ବାଟସ ଆପ କିମ୍ବା ଟ୍ବିଟରକୁ ଶ୍ରେୟ ମଣୁଛି । ସୋସିଆଲ ମିଡିଆ ସମସ୍ତ ମାନବ ସମାଜକୁ ଗ୍ରାସ କରିସାରିଲାଣି , ଏହାହିଁ ବୋଧହୁଏ ମାନବ ସମାଜଙ୍କ ଭାଗ୍ୟରେ ଲେଖା । କିଛି ଲେଖିବା, କିଛି ପଢିବା ଆଜି ସମସ୍ତେ ଭୁଲିଗଲେଣି । ପିଲାବେଳେ ଆମେ ଜହ୍ନମାମୁଁ, କୁନିରାଇଜ ପରି ଅନେକ ମାସିକ ଓ ସାପ୍ତାହିକ ପତ୍ରିକା ପଢିବାକୁ ପାଉଥିଲୁ । ସେଥିରୁ ଅନେକ ନୂଆ କଥା ଶିଖିବାକୁ ମିଳୁଥିଲା । ଆଜି କିନ୍ତୁ ଆଉ ପରୀ ରାଇଜ ର ସେ ଗପ ନାହିଁ କି ବୁଢୀମାର କାହାଣୀ ଶୁଣିବାକୁ ମିଳୁନି । ଆଜି ସହରାଞ୍ଚଳରେ ଲାଇବ୍ରେରୀରେ ଭୀଡ ଦେଖିବାକୁ ମିଳୁନି , ବରଂ ମାଗଣାରେ ୱାଇଫାଇ ମିଳୁଥିବା କୌଣସି ୟୁନିଭର୍ସିଟିର କ୍ୟାମ୍ପସ ଭିତରେ ଭୀଡ ଜମୁଛି । ଏସବୁ କଣ ଠିକ୍ .. ସେ ଯାହା ହେଉ,ଏ ଇଣ୍ଟରନେଟ ଯୁଗରେ ଜଣେ ଯୁବକ ଅତି କମ୍ ରେ ଥରେ ତ ଏହି ଉଇକିପିଡିଆକୁ ଦେଖିବ ଏବଂ ଓଡିଆ ଜାତିର ଇତିହାସ ସଂପର୍କରେ କିଛି ଜ୍ଞାନ ଆହରଣ କରିବ । କିଛି ନୂଆ କଥା ଜାଣିବ । କିଛି ଲେଖିବ.. କିଛି ପଢିବ ... ଯେମିତି ମୁଁ ଲେଖୁଛି ..

ମୁଁ ବିବେକାନନ୍ଦ ବିଶ୍ବାଳ ପୁଣି ଥରେ ଧନ୍ୟବାଦ ହେଉଛି ଏହି ଯୁଗାନ୍ତକାରୀ ସୃଷ୍ଟିର ସୃଷ୍ଟିକର୍ତ୍ତାଙ୍କୁ । ଅନୁରୋଧ କରିବି, ଯଥା ସମ୍ଭବ ଏହି ୱେବସାଇଟ ଟିର ରକ୍ଷଣାବେକ୍ଷଣ କରିବେ, ସମୟାନୁରୂପ ଏହାର ରୂପ,ବେଶ ବଦଳାଇବେ, ଭାଷା ଉପରେ ଟିକେ ଧ୍ୟାନ ଦେବେ । ଓଡିଆ ଜାତିର ନିଛକ କଥାଗୁଡିକ ସ୍ଥାନ ଦେବେ । ମୁଁ ଆଶା କରୁଛି, ଏହି ଉଇକିପିଡିଆରେ ଆମ ଓଡିଶା ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ ନିଶ୍ଚୟ । ଏହା ସହିତ ଏକ ସୁସ୍ଥ ଓଡିଆ ମାନବ ସମାଜ ଗଠନରେ ଦୃଢ ପଦକ୍ଷେପ ନେବ ଏଇ ଉଇକିପିଡିଆ..

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୦:୧୫, ୮ ମାର୍ଚ୍ଚ ୨୦୧୬ (IST)[reply]