ବ୍ୟବହାରକାରୀଙ୍କ ଆଲୋଚନା:Bgwikirns

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Bgwikirns, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୦:୧୦, ୧୦ ନଭେମ୍ବର ୨୦୨୩ (IST)[reply]

ରୁଦ୍ର ନାରାୟଣ ସାହୁ ପ୍ରସଙ୍ଗରେ ଆପଣଙ୍କ ସମ୍ପାଦନା[ସମ୍ପାଦନା]

ଆପଣ‌ ନିକଟରେ‌ ମୁଁ ରୁଦ୍ର ନାରାୟଣ ସାହୁ ପ୍ରସଙ୍ଗରେ ଯୋଡ଼ିଥିବା ପରିଚାଳନା ଛାଞ୍ଚ କାଢ଼ିଦେଇଛନ୍ତି । ଏ ମେସେଜଟି ଆଗକୁ‌ ବିନା ଆଲୋଚନାରେ କୌଣସି ପୁରୁଖା ଉଇକିଆଳିଙ୍କ ସମ୍ପାଦନା ଏଭଳି ନ କାଢ଼ିବାକୁ ଅନୁରୋଧ । ଦ୍ୱିତୀୟରେ ଉକ୍ତ ପ୍ରସଙ୍ଗଟି‌ ସମ୍ଭବତଃ ଏବେ ଉଇକିପିଡ଼ିଆରେ ରହିପାରିବ ନାହିଁ । ମୁଁ କିଛି ସମୟ ଧରି ଖୋଜିବାକୁ ଚେଷ୍ଟାକଲି ହେଲେ ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ଆପଣଙ୍କୁ ଏ ପ୍ରସଙ୍ଗ ପାଇଁ ଆବଶ୍ୟକ ଆଧାର ନିମନ୍ତେ ଆଉ କିଛି ବର୍ଷ‌ ହୁଏତ ଅପେକ୍ଷା କରିବାକୁ ପଡ଼ିପାରେ । ସେ ସମୟ ଭିତରେ ଅନ୍ୟାନ୍ୟ ପ୍ରସଙ୍ଗ ତିଆରି ଓ ଉନ୍ନତୀକରଣ ପାଇଁ ଆପଣ ଉପର ଲିଙ୍କରୁ ଅଧିକ‌ ତଥ୍ୟ ପାଇପାରିବେ ।

Psubhashish (ମୋ ଆଲୋଚନା) ୦୧:୫୯, ୧୪ ନଭେମ୍ବର ୨୦୨୩ (IST)[reply]

ଆପଣ ଏହି ପୃଷ୍ଠା ବିଲୋପ କରିବାର ଉପଯୁକ୍ତ କାରଣ ବିଷୟରେ ଉଲ୍ଲେଖ କରୁନାହାଁନ୍ତି | ଏହି ପୃଷ୍ଠାର ଉନ୍ନତି ପାଇଁ ଆପଣ କେଉଁ ପ୍ରକାରର ସନ୍ଦର୍ଭ ଆବଶ୍ୟକ କରନ୍ତି? ସମ୍ଭବତଃ ସମ୍ଭବତଃ ଏବେ ଉଇକିପିଡ଼ିଆରେ ରହିପାରିବ ନାହିଁ ଲେଖିବାର ମାନେ କ'ଣ? ଖୋଜିବାକୁ ଚେଷ୍ଟାକଲି-> କ'ଣ ଖୋଜିଲେ? ଆଉ କିଛି ବର୍ଷ‌ କ'ଣ ଆଧାର ଆବଶ୍ୟକ? ଆପଣଙ୍କ ପରାମର୍ଶ ପାଇଁ ଧନ୍ୟବାଦ। ମୁଁ ପଢ଼ିବି ଓ ଯତ୍ନ ନେବି। Bgwikirns (ମୋ ଆଲୋଚନା) ୦୩:୧୨, ୧୪ ନଭେମ୍ବର ୨୦୨୩ (IST)[reply]
ଜଣେ ସ୍ୱେଚ୍ଛାସେବୀ ଭାବେ ମୋ ପାଖେ ଓ ବାକୁ ପୁରୁଖା ଉଇକିଆଳିଙ୍କ ପାଖେ ସମୟ ସୀମିତ । ତେବେ ଆପଣଙ୍କୁ ଅନୁରୋଧ ଆଗାମୀ ଦୁଇ ସପ୍ତାହ (ନଭେମ୍ବର ୧୩-୨୫) ରୁଦ୍ର ନାରାୟଣ ସାହୁ ପ୍ରସଙ୍ଗଟିକୁ ନ ବଦଳାଇବା ପାଇଁ । ସେତେକ ଦିନ କିଛି ପୁରୁଖା ଉଇକିଆଳି ପରଖିବେ ପ୍ରସଙ୍ଗଟି ରହିପାରିବ କି ନାହିଁ । ଆପଣ ସେତକ ଦିନ ଭିତରେ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପାଦନା କରିପାରନ୍ତି । ଆପଣ ସେ ସମୟ ଭିତରେ ଉଇକିପିଡ଼ିଆ:ନିୟମାବଳୀରୁ ଉଇକିପିଡ଼ିଆର ଲିଖନ/ସମ୍ପାଦନାଶୈଳୀ ବାବଦରେ ଅଧିକ ଦେଖିପାରିବେ । ମୁଁ ଯେତେଦୂର ଦେଖିଲି ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ରହିପାରିବ ନାହିଁ କାରଣ ପ୍ରସଙ୍ଗରେ ଦିଆଯାଇଥିବା ଆଧାର ଆଧାରଯୋଗ୍ୟ ନୁହେଁ (ଯଥା: ଜଣେ ବ୍ୟକ୍ତିଙ୍କ ନିଜ ରଚନା) । ଉକିପିଡ଼ିଆରୁ ଆପଣ ଉଇକିପିଡ଼ିଆ:ଜୀବିତ ବ୍ୟକ୍ତିଙ୍କ ଜୀବନୀରୁ ଅଧିକ ଜାଣିପାରିବେ କାହା ଉପରେ ପ୍ରସଙ୍ଗ ରହିପାରିବ ଓ କାହା ଉପରେ ରହିପାରିବ ନାହିଁ । Psubhashish (ମୋ ଆଲୋଚନା) ୦୯:୨୮, ୧୪ ନଭେମ୍ବର ୨୦୨୩ (IST)[reply]