ବ୍ରହ୍ମାନନ୍ଦ ବିଶ୍ୱାଳ
ବ୍ରହ୍ମାନନ୍ଦ ବିଶ୍ୱାଳ | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | କୈଳାଶ ଚନ୍ଦ୍ର ମହାପାତ୍ର |
ପର ଅଧିକାରୀ | ପ୍ରଫୁଲ୍ଲ କୁମାର ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | କାମାକ୍ଷାନଗର |
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ପୂର୍ବ ଅଧିକାରୀ | ବୃନ୍ଦାବନ ତ୍ରିପାଠୀ |
ପର ଅଧିକାରୀ | ପ୍ରସନ୍ନ କୁମାର ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | କାମାକ୍ଷାନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ଡିସେମ୍ବର ୧୯୩୪ |
ମୃତ୍ୟୁ | ୨୩ ଅଗଷ୍ଟ ୨୦୧୪ | (ବୟସ ୭୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପ୍ରେମଲତା ବିଶ୍ୱାଳ |
ବାପା/ବୋଉ | ନିତ୍ୟାନନ୍ଦ ବିଶ୍ୱାଳ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବ୍ରହ୍ମାନନ୍ଦ ବିଶ୍ୱାଳ (୨୫ ଡିସେମ୍ବର ୧୯୩୪ - ୨୩ ଅଗଷ୍ଟ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ବ୍ରହ୍ମାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୩ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବ୍ରହ୍ମାନନ୍ଦ ୧୯୩୪ ମସିହାର ଡିସେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନିତ୍ୟାନନ୍ଦ ବିଶ୍ୱାଳ ଓ ପତ୍ନୀଙ୍କ ନାମ ପ୍ରେମଲତା ବିଶ୍ୱାଳ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ବ୍ରହ୍ମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | କାମାକ୍ଷାନଗର | କଂଗ୍ରେସ (ଆର୍) |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | କାମାକ୍ଷାନଗର | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | କାମାକ୍ଷାନଗର | ବିଜୁ ଜନତା ଦଳ |
ମୃତ୍ୟୁ
[ସମ୍ପାଦନା]ବ୍ରହ୍ମାନନ୍ଦ ବିଶ୍ୱାଳ ୨୦୧୪ ମସିହାର ଅଗଷ୍ଟ ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Ex-minister Biswal Dead". The New Indian Express. 25 August 2014. Retrieved 30 July 2020.
- ↑ "Shri Brahmananda Biswal". odishaassembly.nic.in. Odisha Assembly. Retrieved 30 July 2020.
- ↑ "Former Odisha minister passes away | Sambad English". Sambad English. 23 August 2014. Retrieved 30 July 2020.