ବୋନାଜ

ଉଇକିପିଡ଼ିଆ‌ରୁ
ବୋନାଜ
ସମୁଦାୟ ଜନସଂଖ୍ୟା
୪,୪୦୦
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
ଶ୍ରୀମଙ୍ଗଳ (ବଙ୍ଗଳାଦେଶ) - ୪୦୦୦
ତ୍ରିପୁରା - ୪୦୦
ଭାଷାସମୂହ
ବଙ୍ଗଳାଓଡ଼ିଆ
ଧର୍ମ
ହିନ୍ଦୁ ଧର୍ମ (ଅଧିକାଂଶ), ଖ୍ରୀଷ୍ଟ ଧର୍ମ (ଅଳ୍ପ)

ବୋନାଜ ( ବଙ୍ଗଳା: বোনাজ , English: Bonaz ) ବଙ୍ଗଳାଦେଶର ଶ୍ରୀମଙ୍ଗଳ ଏବଂ ତ୍ରିପୁରାରେ ବାସ କରୁଥିବା ଏକ ଓଡ଼ିଆ ଗୋଷ୍ଠୀ ।

ଉନବିଂଶ ଶତାବ୍ଦୀରେ ବ୍ରିଟିଶମାନେ ସେମାନଙ୍କୁ ଓଡ଼ିଶାରୁ ଆଣି ସିଲହେଟ ଅଞ୍ଚଳରେ ଚା ବଗିଚା ଶ୍ରମିକ ଭାବରେ କାମ କରାଉଥିଲେ ।[୧] ଏହି ଗୋଷ୍ଠୀର ଅଧିକାଂଶ ଲୋକ ହିନ୍ଦୁ ଧର୍ମାବଲମ୍ବୀ ଅଟନ୍ତି । ସାଂସ୍କୃତିକ, ଭାଷା, ଭୌଗଳିକ ଓ ଐତିହାସିକ କାରଣରୁ ଏମାନେ ନିଜର ବଙ୍ଗଳାଦେଶୀ ପରିଚୟ ବ୍ୟତୀତ ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖନ୍ତି । ଅନେକ ବଙ୍ଗାଳୀ ଭାଷା ଗ୍ରହଣ କରିଛନ୍ତି; ଯଦିଓ ସମ୍ପ୍ରଦାୟର କେବଳ ୧୦% ବଙ୍ଗାଳୀ ଭାଷାରେ ସାକ୍ଷର ଅଟନ୍ତି । ସେମାନେ ଫାଗୱା(ହୋଲି) ଏବଂ ଦୁର୍ଗା ପୂଜା ପାଳନ କରନ୍ତି । ନିଜର କିଛି ଲୋକକଥାକୁ, ଏମାନେ ମୌଖିକ ଭାବରେ ତଥା ସାଂସ୍କୃତିକ ପର୍ବ ପାଳନ କରି ସଂରକ୍ଷଣ କରିବାରେ ସଫଳ ହୋଇଛନ୍ତି । ଏମାନଙ୍କ ଦଳପତି ବେହେରା ନାମରେ ପରିଚିତ । ଏମାନେ ୮ଟି ଭିନ୍ନ ଜାତୀରେ ବିଭକ୍ତ ହୋଇଛନ୍ତି । ସେଗୁଡିକ ନାଗ, ଖଣ୍ଡା, ତାନିଡିଆ, ଦୁଧୁଶା, ରକ୍ତ କୁଶୀଳା, ସୂର୍ଯ୍ୟବଂଶ, ବାଘବଂଶ ଏବଂ ମହାନନ୍ଦିଆ । ତ୍ରିପୁରାରେ ରହୁଥିବା ଅଳ୍ପସଂଖ୍ୟକ ବୋନାଜ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି ।[୨]

ଆଧାର[ସମ୍ପାଦନା]

  1. Mazharul Islam, Altaf Parvez. "Dalit Initiatives in Bangladesh" (PDF). idsn.org. Archived (PDF) from the original on 25 June 2020. Retrieved 25 June 2020.
  2. Joshua Project. "Bonaj in India Ethnic People Profile". legacy.joshuaproject.net. Retrieved 17 March 2020.