ବୈକୁଣ୍ଠ ନାଥ ମହାନ୍ତି
ବୈକୁଣ୍ଠ ନାଥ ମହାନ୍ତି | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ବିପିନ ବିହାରୀ ଦାସ |
ପର ଅଧିକାରୀ | ବାସୁଦେବ ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ବାଲିକୁଦା |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ପ୍ରାଣକୃଷ୍ଣ ପରିଜା |
ପର ଅଧିକାରୀ | ବିପିନ ବିହାରୀ ଦାସ |
ନିର୍ବାଚନ ମଣ୍ଡଳୀ | ବାଲିକୁଦା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଅପ୍ରେଲ ୧୯୧୭ |
ମୃତ୍ୟୁ | ୧୫ ଅକ୍ଟୋବର ୧୯୯୫ | (ବୟସ ୭୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ଶରତ କୁମାରୀ ଦେବୀ |
ବାପା/ବୋଉ | ପୁରୁଷୋତ୍ତମ ମହାନ୍ତି (ବାପା) |
ବୃତ୍ତି | ରାଜନୀତିଜ୍ଞ, ଗୀତିକାର |
ବୈକୁଣ୍ଠ ନାଥ ମହାନ୍ତି (୧୨ ଅପ୍ରେଲ ୧୯୧୭ - ୧୫ ଅକ୍ଟୋବର ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ଗୀତିକାର ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଗୀତିକାର ଭାବରେ ମଥୁରା ବିଜୟ ଓ ଅକ୍ଷି ତୃତୀୟା କଥାଚିତ୍ରର ଗୀତ ରଚନା କରିଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବୈକୁଣ୍ଠ ନାଥ ମହାନ୍ତି ୧୯୧୭ ମସିହାର ଅପ୍ରେଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୁରୁଷୋତ୍ତମ ମହାନ୍ତି ଓ ପତ୍ନୀଙ୍କ ନାମ ଶରତ କୁମାରୀ ଦେବୀ ।[୧]
ରଚନାବଳୀ
[ସମ୍ପାଦନା]- ଭାରତର ବାଟେଘାଟେ
- ଲାଲରେଖା (ହିନ୍ଦୀରୁ ଅନୁବାଦ)
- ଧୃବ
- ସାବିତ୍ରୀ
- ଭକ୍ତ ବନ୍ଧୁ ମହାନ୍ତି
କଥାଚିତ୍ରରେ ଅବଦାନ
[ସମ୍ପାଦନା]- ମଥୁରା ବିଜୟ (ଗୀତିକାର)
- ଅକ୍ଷି ତୃତୀୟା (ଗୀତିକାର)
ରାଜନୈତିକ ଜୀବନ
[ସମ୍ପାଦନା]ବୈକୁଣ୍ଠ ନାଥ ମହାନ୍ତି ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବୈକୁଣ୍ଠ ନାଥ ମହାନ୍ତି ୧୯୯୫ ମସିହାର ଅକ୍ଟୋବର ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Baikunthanath Mohanty". odishaassembly.nic.in. Odisha Assembly. Retrieved 12 May 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବୈକୁଣ୍ଠ ନାଥ ମହାନ୍ତି