ବୃନ୍ଦାବନ ନାୟକ

ଉଇକିପିଡ଼ିଆ‌ରୁ
ବୃନ୍ଦାବନ ନାୟକ
ବିଧାୟକ: ୨ୟ, ୩ୟ, ୪ର୍ଥ, ୫ମ, ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୦ ଅକ୍ଟୋବର ୧୯୮୪
ପର ଅଧିକାରୀଉଦୟନାଥ ନାୟକ
ନିର୍ବାଚନ ମଣ୍ଡଳୀହିଞ୍ଜିଳି
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର (ଉପ)
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୦ ଅକ୍ଟୋବର ୧୯୮୪(୧୯୮୪-୧୦-୧୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ
ଜୀବନ ସାଥୀସତ୍ୟଭାମା ନାୟକ
ବାପା/ବୋଉଦାମୋଦର ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ବୃନ୍ଦାବନ ନାୟକ (ମୃତ୍ୟୁ: ୧୦ ଅକ୍ଟୋବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଆଠଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧, ୧୯୭୪, ୧୯୭୭, ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ଓ ହିଞ୍ଜିଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ, ୫ମ, ୬ଷ୍ଠ, ୭ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବୃନ୍ଦାବନ ନାୟକଙ୍କ ବାପାଙ୍କ ନାମ ଦାମୋଦର ନାୟକ ଓ ପତ୍ନୀଙ୍କ ନାମ ସତ୍ୟଭାମା ନାୟକ ।[୧] ତାଙ୍କ ପୁଅ ଉଦୟନାଥ ନାୟକ ମଧ୍ୟ ଜଣେ ରାଜନେତା ଥିଲା, ଯିଏକ ଓଡ଼ିଶା ବିଧାନ ସଭାକୁ ୨ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ବୃନ୍ଦାବନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ କିଛିବର୍ଷ ଉତ୍କଳ କଂଗ୍ରେସରେ ମଧ୍ୟ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଆଠଥର କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ୧୯୫୯ରୁ ୧୯୬୧, ୧୯୬୩ରୁ ୧୯୬୫, ୧୯୭୧ରୁ ୧୯୭୨, ୧୯୭୮ରୁ ୧୯୭୯, ୧୯୭୯ରୁ ୧୯୮୦ ମସିହାଯାଏଁ ବିଭିନ୍ନ ସମୟରେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ବ୍ରହ୍ମପୁର (ଉପ) ଭାରତୀୟ ଜାତୀୟ କଂଗ୍ରେସ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ହିଞ୍ଜିଳି ଭାରତୀୟ ଜାତୀୟ କଂଗ୍ରେସ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ହିଞ୍ଜିଳି ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ହିଞ୍ଜିଳି ଭାରତୀୟ ଜାତୀୟ କଂଗ୍ରେସ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ହିଞ୍ଜିଳି ଉତ୍କଳ କଂଗ୍ରେସ
୧୯୭୩ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ହିଞ୍ଜିଳି ଉତ୍କଳ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ହିଞ୍ଜିଳି ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୦ ଅକ୍ଟୋବର ୧୯୮୪ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ହିଞ୍ଜିଳି ଜନତା (ଏସ୍)

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Brundaban Nayak". odishaassembly.nic.in. Odisha Assembly. Retrieved 21 February 2021.