ବୃନ୍ଦାବନ ତ୍ରିପାଠୀ (ରାଜନେତା)
ବୃନ୍ଦାବନ ତ୍ରିପାଠୀ | |
|---|---|
| ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୧ – ୧୯୭୩ | |
| ପୂର୍ବ ଅଧିକାରୀ | ହଳଧର ମିଶ୍ର |
| ପର ଅଧିକାରୀ | ଶ୍ରୀବତ୍ସ ନାୟକ |
| ନିର୍ବାଚନ ମଣ୍ଡଳୀ | ଗୋନ୍ଦିଆ |
| ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୧ – ୧୯୭୧ | |
| ପର ଅଧିକାରୀ | ବ୍ରହ୍ମାନନ୍ଦ ବିଶ୍ୱାଳ |
| ନିର୍ବାଚନ ମଣ୍ଡଳୀ | କାମାକ୍ଷାନଗର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ମାର୍ଚ୍ଚ ୧୯୧୧ |
| ମୃତ୍ୟୁ | ୨୦ ସେପ୍ଟେମ୍ବର ୧୯୯୮ (ବୟସ ୮୭) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | କଂଗ୍ରେସ (ଆର୍) |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱତନ୍ତ୍ର ପାର୍ଟି |
| ଜୀବନ ସାଥୀ | ପ୍ରମୋଦିନୀ ତ୍ରିପାଠୀ |
| ବାପା/ବୋଉ | ଭାଗୀରଥି ତ୍ରିପାଠୀ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ବୃନ୍ଦାବନ ତ୍ରିପାଠୀ (୧ ମାର୍ଚ୍ଚ ୧୯୧୧ - ୨୦ ସେପ୍ଟେମ୍ବର ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ବୃନ୍ଦାବନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କାମାକ୍ଷାନଗର ଓ ଗୋନ୍ଦିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବୃନ୍ଦାବନ ୧୯୧୧ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭାଗୀରଥି ତ୍ରିପାଠୀ ଓ ପତ୍ନୀଙ୍କ ନାମ ପ୍ରମୋଦିନୀ ତ୍ରିପାଠୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ ଓ ପେଶାରେ ସେ ଜଣେ ଶିକ୍ଷକ ଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବୃନ୍ଦାବନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | କାମାକ୍ଷାନଗର | ସ୍ୱତନ୍ତ୍ର ପାର୍ଟି |
| ୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | କାମାକ୍ଷାନଗର | ସ୍ୱତନ୍ତ୍ର ପାର୍ଟି |
| ୧୯୭୧ | ୧୯୭୨ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ଗୋନ୍ଦିଆ | କଂଗ୍ରେସ (ଆର୍) |
ମୃତ୍ୟୁ
[ସମ୍ପାଦନା]ବୃନ୍ଦାବନ ତ୍ରିପାଠୀ ୧୯୮୮ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Brundaban Tripathy". odishaassembly.nic.in. Odisha Assembly. Retrieved 28 July 2020.