Jump to content

ବିସ୍ମୟ ମହାନ୍ତି

ଉଇକିପିଡ଼ିଆ‌ରୁ
ବିସ୍ମୟ ମହାନ୍ତି
ଜନ୍ମ
ବିସ୍ମୟ ମହାନ୍ତି

(1997-02-26) ୨୬ ଫେବୃଆରୀ ୧୯୯୭ (ବୟସ ୨୯)
ଜାତୀୟତାଭାରତୀୟ
ପିତାମାତାବିଜୟ କୁମାର ମହାନ୍ତି (ବାପା)
ପୁଷ୍ପିତା ମହାନ୍ତି (ମାଆ)
ୱେବସାଇଟbismaymohanty.blogspot.in

ବିସ୍ମୟ ମହାନ୍ତି (ଜନ୍ମ: ୨୬ ଫେବୃଆରୀ ୧୯୯୭) ଜଣେ ଇଂରାଜୀ କବିତାକାର । ସେ ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ । ୨୦୧୫ରେ ଆମେରିକାରୁ ପ୍ରକାଶିତ ପୁସ୍ତକ ଦି ଇୟର ଅଫ୍ ଦି ପୋଏଟ୍‌ର ଦ୍ୱିତୀୟ ଭାଗର ଜାନୁଆରୀ ମାସ ସଂସ୍କରଣରେ ତାଙ୍କର କବିତା ପ୍ରକାଶିତ ହୋଇଥିଲା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବିସ୍ମୟ ମହାନ୍ତି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ୨୬ ମଇ ୧୯୯୭ରେ ଜନ୍ମଗ୍ରହଣ କରିଥିଲେ । ବିସ୍ମୟଙ୍କର ପିତାମାତାଙ୍କ ନାମ ହେଉଛି ବିଜୟ କୁମାର ମହାନ୍ତି ଏବଂ ପୁଷ୍ପିତା ମହାନ୍ତି । ବିସ୍ମୟଙ୍କର ଅଜା ଭୂପେନ ଦାସ ମହାପାତ୍ର ହେଉଛନ୍ତି ରାଉରକେଲାର ଜଣେ ସାହିତ୍ୟିକ । ବିସ୍ମୟଙ୍କର ପିତା ବଡ଼ବିଲଠାରେ କଳିଙ୍ଗ ୱାର୍କସ୍‌ରେ ପରିଚାଳକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କୁ ୬ ବର୍ଷ ହୋଇଥିବା ବେଳେ ସେ ବଡ଼ବିଲରେ କୌଣସି ସାଙ୍ଗ ନ ପାଇ ବ‌ହିକୁ ନିଜର ସାଥିଭାବରେ ଗ୍ରହଣ କରିନେଇଥିଲେ ଏବଂ ସବୁବେଳେ ବ‌ହି ପଠାରେ ମନୋନିବେଶ କରୁଥିଲେ ।[]

ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ଲେଖାଲେଖି ଆରମ୍ଭ କରିଥିଲେ । କାଳକ୍ରମେ ସେ କବିତା ଲେଖିବା ଆରମ୍ଭ କରିଥିଲେ । ବଡ଼ବିଲର ସେଣ୍ଟ ମେରି ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଠ ଶେଷ କରିବା ପରେ ବିସ୍ମୟ ରାଉରକେଲାର ଚିନ୍ମୟ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଥିଲେ । ସେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର କବିତାଗୁଡ଼ିକୁ ବିଭିନ୍ନ ୱେବସାଇଟ୍, ବ୍ଲଗ ଏବଂ ଫେସବୁକ ଭଳି ସୋସିଆଲ ମିଡ଼ିଆରେ ଲେଖୁଥିଲେ । ୨୦୧୫ ମସିହାରେ ଆମରିକାରୁ ପ୍ରକାଶିତ ପୁସ୍ତକ ଦି ଇୟର ଅଫ୍ ଦି ପୋଏଟ୍ ପାଇଁ ସେ ତାଙ୍କର କବିତା ପଠାଇଥିଲେ ଏବଂ ସେହି ପୁସ୍ତକରେ ତାଙ୍କର ଏକ କବିତା ପ୍ରକାଶ ପାଇଥିଲା ।[] ଏହି ପୁସ୍ତକରେ ତାଙ୍କର ତିନୋଟି କବିତା ପ୍ରକାଶିତ ହୋଇଥିଲା ।[] ୨୦୧୬ ମସିହାରେ ୱାରଲ୍ଡ ହିଲିଂ ୱାରଲ୍ଦ ପିସ୍‌ର ୨୦୧୬ ସଂସ୍କରଣରେ ବିସ୍ମୟଙ୍କର ଏକ କବିତା ପ୍ରକାଶିତ ହୋଇଥିଲା ।[] ବିସ୍ମୟ ଏବେ ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡିରେ କମ୍ପ୍ୟୁଟର ବିଜ୍ଞାନର ଛାତ୍ର ।

କବିତା ପ୍ରକାଶିତ ହୋଇଥିବା ପୁସ୍ତକ

[ସମ୍ପାଦନା]
  • ଦି ଇୟର ଅଫ୍ ଦି ପୋଏଟ୍- ୨୦୧୫
  • ୱାରଲ୍ଡ ହିଲିଂ ୱାରଲ୍ଦ ପିସ୍- ୨୦୧୬
  1. Panda, Namita (20 August 2015). "Poetry marked with a tinge of philosophy - Bismay Mohanty's poems published in American journal The Year of the Poet". The Telegraph. Retrieved 13 April 2021.
  2. 1 2 "ଛାତ୍ର ଜୀବନରୁ ସାହିତ୍ୟାନୁରାଗୀ ହେବା ବିସ୍ମୟଙ୍କ କ୍ଷେତ୍ରରେ ବିସ୍ମୟ". ସମ୍ବାଦ (in ଓଡ଼ିଆ). ରାଉରକେଲା. 13 August 2015.{{cite news}}: CS1 maint: unrecognized language (link)
  3. The Year of Poet II (PDF). USA: Inner Child Press. November 2015. p. 121. ISBN 978-0692569849.
  4. Wold Healing World Peace (PDF). USA: Inner Child Press. 2016. p. 89. ISBN 978-0692678459.