Topic on ଉଇକିପିଡ଼ିଆ:ଆଲୋଚନା ସଭା

ଗାନ୍ଧୀ ଜୟନ୍ତୀ ଗଣ-ସମ୍ପାଦନା ବାବଦରେ

7
Ssgapu22ଙ୍କ ଲିଖିତ ସାରାଂଶ

ଗଣ-ସମ୍ପାଦନା ଶେଷ ହୋଇସାରିଛି ଓ ଫଳାଫଳ ଲେଖାସରିଛି ।

Ssgapu22 (ଆଲୋଚନାଅବଦାନ)

ଗତ ୨୪ ତାରିଖରେ ଆୟୋଜିତ ଅନ୍‍ଲାଇନ୍ କଲ୍‍‍ରେ ଗାନ୍ଧୀ ଜୟନ୍ତୀ ସମୟରେ ଦୁଇ/ତିନି ଦିନିଆ ଗଣ-ସମ୍ପାଦନାଟିଏ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଅକ୍ଟୋବର ୨ ତାରିଖ ସୋମବାର ଦିନ ପଡ଼ୁଥିବାରୁ, ଏହି ଗଣ-ସମ୍ପାଦନାଟି ସେପ୍ଟେମ୍ବର ୩୦, ଅକ୍ଟୋବର ୧ ଓ ୨ରେ କରିଲେ ଭଲ ହେବ ବୋଲି ମୋ ମତ । ପୂର୍ବରୁ ଏହା ଉପରେ CIS-A2K ଦ୍ୱାରା ୨୦୨୦ ଓ ୨୦୨୧ରେ ମଧ୍ୟ ଦୁଇଦିନିଆ ଗଣ-ସମ୍ପାଦନା ଆୟୋଜନ କରାଯାଇଥିଲା, ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆ ମଧ୍ୟ ଭାଗ ନେଇଥିଲା । ତେବେ ଗଣ-ସମ୍ପାଦନା ବିଷୟରେ ଆପଣଙ୍କତ ମତାମତକୁ ନେଇ ଆଗକୁ ବଢ଼ିବା ।

cc @Jnanaranjan sahu @Psubhashish @Hellohappy @Soumendrak @Aliva Sahoo @Subas Chandra Rout @Hpsatapathy @MKar

Soumendrak (ଆଲୋଚନାଅବଦାନ)

କ୍ଷମା କରିବେ 🙏🏼 , ଏହି ସପ୍ତାହାନ୍ତ ତାରିଖଗୁଡ଼ିକରେ ମୁଁ ହାଇଦ୍ରାବାଦ ଯାଉଥିବାରୁ ମୁଁ କିଛି ଅବଦାନ କରିପାରିବି ନାହିଁ ।

Ssgapu22 (ଆଲୋଚନାଅବଦାନ)

ଆପଣ ଥିଲେ ଆମର ସାହା ଭରସା; ଆପଣଙ୍କୁ ମିସ୍ କରିବୁ ଆମେ ।

Aliva Sahoo (ଆଲୋଚନାଅବଦାନ)

ସମ୍ପୂର୍ଣ୍ଣ ଭାବେ ସହମତ

Jnanaranjan sahu (ଆଲୋଚନାଅବଦାନ)

ଭଲ କଥା । ଗଣ-ସମ୍ପାଦନା ହେଉ ।

Ssgapu22 (ଆଲୋଚନାଅବଦାନ)

ଗଣ-ସମ୍ପାଦନା ପୃଷ୍ଠାଟି ଗଢ଼ା ସରିଛି । ସଭିଙ୍କୁ ଭାଗ ନେବାକୁ ଅନୁରୋଧ ।

Psubhashish (ଆଲୋଚନାଅବଦାନ)

ମୁଁ ନିଜେ ରହିପାରିବିନି ଆଉ ଅକ୍ଟୋବର ୧୨ ଯାଏ ଖୁବ କମ ସମୟ‌ ମୋଟାମୋଟି ଭାବେ ଉଇକି କାମ ପାଇଛ ଦେଇପାରିବି ତେବେ ସମର୍ଥନ