Topic on ଉଇକିପିଡ଼ିଆ:ଆଲୋଚନା ସଭା

Ssgapu22 (ଆଲୋଚନାଅବଦାନ)

ଗତ ବର୍ଷ ପଞ୍ଚାବୀ ଉଇକିପିଡ଼ିଆରେ ୧୫ ଦିନ ଧରି ଉଇକି ଲଭ୍‌ସ୍ ଲିଟେରେଚର୍ ନାମରେ ଏକ ଗଣ-ସମ୍ପାଦନା କରାଯାଇଥିଲା, ଯେଉଁଥିରେ ପଞ୍ଚାବୀ ସାହିତ୍ୟିକ ତଥା ପୁସ୍ତକଗୁଡ଼ିକ ବିଷୟରେ ପ୍ରସଙ୍ଗ ଲେଖାଯାଇଥିଲା । ଏଥର ଏହାକୁ ଅନ୍ୟ କମ୍ୟୁନିଟି ସହ ମିଶି କରିବାକୁ ପ୍ରସ୍ତାବ ଦେଇଥିଲେ । ପୂର୍ବରୁ ଏହି ବିଷୟରେ ମୁଁ ପ୍ରୀତି ଭାଇଙ୍କ ସହିତ କଥା ହେଇଥିଲି । ସେ ବି ଏହି ପ୍ରସ୍ତାବରେ ରାଜି ଥିଲେ । ଏଥର ସାନ୍ତାଳୀ ଓ ଆସାମୀ ଉଇକିଆଳୀମାନେ ମଧ୍ୟ ଯୋଗ ଦେଉଛନ୍ତି । ଏହି ଗଣ-ସମ୍ପାଦନା ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଯୋଜନା କରାଯାଇଛି । ସମ୍ଭବତଃ ଏହି ଗଣ-ସମ୍ପାଦନାରେ ପୁରସ୍କାର କିଛି ରହିପାରେ ।


ଏହି ଗଣ-ସମ୍ପାଦନା ଉପରେ ଆପଣମାନଙ୍କର ମତ ଆଶା କରୁଛି ।

ଧନ୍ୟବାଦ ।

Hellohappy (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ । ଆମେ ଅନ୍ୟ ଭାଷାର ସାହିତ୍ୟ ଓ ସେମାନେ ଆମ ଭାଷାର ସାହିତ୍ୟ ବିଷୟରେ ଲେଖିଲେ ଏପରି ଗଣ ସମ୍ପାଦନାର ମର୍ଯ୍ୟଦା ବଢ଼ନ୍ତା। ଏମିତି ବି ହେଇପାରନ୍ତା ଯେ, ଜଣେ ଉଇକିଆଳି ନିଜ ମାତୃଭାଷା କଥା ନଲେଖି କେବଳ ଅନ୍ୟ ଭାଷାର ସାହିତ୍ୟି କଥା ଲେଖନ୍ତା । ଏମିତିରେ ଭାଷାର ଭଲ ଆଦାନ-ପ୍ରଦାନ ହେଇପାରନ୍ତା ।

Ssgapu22 (ଆଲୋଚନାଅବଦାନ)

ଏହା ଏକ ଉତ୍ତମ ପ୍ରସ୍ତାବ । ଯଦିଓ ଏଥର ଏହି ନିୟମ ଲାଗୁ ହେବନି । ହେଲେ ଯେ କୌଣସି ଭାଷାର ସାହିତ୍ୟ ବିଷୟରେ ଲେଖି ପାରିବା ଆମେ ।

Soumendrak (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ

Jnanaranjan sahu (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ । ଓଡ଼ିଆ କମ୍ୟୁନିଟି ବି କଲେ ଭଲ ହେବ ।

Ssgapu22 (ଆଲୋଚନାଅବଦାନ)
"ଉଇକି ଲଭ୍‌ସ୍ ଲିଟେରେଚର୍ ଗଣ-ସମ୍ପାଦନା ବିଷୟରେ"ଙ୍କୁ ଉତ୍ତର