ଉଇକିପିଡ଼ିଆ:ଉଇକି ଲଭ୍ସ୍ ଲିଟେରେଚର୍ ୨୦୨୨
ଉଇକି ଲଭ୍ସ୍ ଲିଟେରେଚର୍ ହେଉଛି ଏକ ଗଣ-ସମ୍ପାଦନା, ଯେଉଥିରେ ଉଇକିପିଡ଼ିଆରେ ସାହିତ୍ୟ ସମ୍ବନ୍ଧୀୟ ପ୍ରସଙ୍ଗମାନ ଗଢ଼ାଯିବ କିମ୍ବା ଉନ୍ନତ କରାଯିବ । ଏହି ଗଣସମ୍ପାଦନାଟି ପ୍ରଥମେ ୨୦୨୧ ମସିହାରେ ପଞ୍ଜାବୀ ଉଇକିମିଡ଼ିଆ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସାନ୍ତାଳୀ ଓ ଆସାମୀ ସମେତ ଓଡ଼ିଆ ଉଇକିଆଳୀମାନେ ଯୋଗ ଦେଇଥିଲେ । ଏହି ଗଣ-ସମ୍ପାଦନାରେ ଜଣାଶୁଣା ପୁସ୍ତକ, ସାହିତ୍ୟିକ ତଥା ତତ୍ ସମ୍ବନ୍ଧୀୟ ପ୍ରସଙ୍ଗ ଗଢ଼ିବା ସହିତ ସାହିତ୍ୟ ସମ୍ବନ୍ଧୀୟ ତଥ୍ୟ (ଫଟୋ, ଅଡ଼ିଓ, ଦସ୍ତଖତ, ଇତ୍ୟାଦି) କମନ୍ସରେ ଅପ୍ଲୋଡ଼୍ କରାଯିବ । ଏହି ଗଣ-ସମ୍ପାଦନାଟି ଯେହେତୁ ଖାଲି ସାହିତ୍ୟ ବିଷୟରେ ହେଉଛି, କେବଳ ଓଡ଼ିଆ ସାହିତ୍ୟ ବିଷୟରେ ଯୋଡ଼ିବା ବାଞ୍ଛନୀୟ ନୁହେ, ଅନ୍ୟ ଭାଷାର ସାହିତ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଆପଣ ନିଜେ ଲେଖିପାରିବେ କିମ୍ବା ଅନୁବାଦ ମଧ୍ୟ କରିପାରିବେ ।
ଏହି ଗଣସମ୍ପାଦନାରେ ସମୁଦାୟ ୫୫ଟି ପ୍ରସଙ୍ଗ ଗଢ଼ାଯାଇଛି ବା ଉନ୍ନତ ହୋଇଛି ।
ଗଣ-ସମ୍ପାଦନା ଅବଧି
[ସମ୍ପାଦନା]- ୧ ଜୁଲାଇ ୨୦୨୨ ରୁ ୩୧ ଜୁଲାଇ ୨୦୨୨
ନିୟମ
[ସମ୍ପାଦନା]- ପ୍ରସଙ୍ଗଟି ସାହିତ୍ୟ ସମ୍ବନ୍ଧୀୟ ହେବା ଆବଶ୍ୟକ ।
- ଜଣାଶୁଣା ସାହିତ୍ୟିକ କିମ୍ବା ପୁସ୍ତକ ଉପରେ ପ୍ରସଙ୍ଗ ଗଢ଼ି ହେବ ।
- ପ୍ରସଙ୍ଗ ଲେଖିବାବେଳେ ଆବଶ୍ୟକୀୟ ଆଧାର ଦେବା ନିତ୍ୟାନ୍ତ ଆବଶ୍ୟକ ।
- ଆଧାର ଦେବା ସମୟରେ ସଠିକ୍ ନିୟମ ପାଳନ କରିବା ଆବଶ୍ୟକ ଏବଂ ଆଧାରର ରୂପରେଖ ଠିକ୍ ହେବା ନିତ୍ୟାନ୍ତ ଆବଶ୍ୟକ ।
- ପୂର୍ବରୁ ଲେଖାଥିବା ପ୍ରସଙ୍ଗକୁ ଉନ୍ନତ କରାଯାଇପାରିବ, ମାତ୍ର ଉନ୍ନତ କରୁଥିବା ପ୍ରସଙ୍ଗଗୁଡ଼ିକ ଫାଉଣ୍ଟେନ୍ ଟୁଲ୍ରେ ଯୋଡ଼ା ଯାଇପାରିବ ନାହିଁ, ତାକୁ ଏହି ପ୍ରକଳ୍ପ ପୃଷ୍ଠାରେ ହିଁ ଯୋଡ଼ାଯିବ ।
- ନିର୍ଦ୍ଧାରିତ ସମୟ ଅବଧି ଭିତରେ ହିଁ ଗଢ଼ାଯାଇଥିବା କିମ୍ବା ଉନ୍ନତ ହୋଇଥିବା ପ୍ରସଙ୍ଗଗୁଡ଼ିକ ଏହି ଗଣ-ସମ୍ପାଦନାରେ ଅନ୍ତର୍ଭୁକ୍ତ ହେବ ।
ପୁରସ୍କାର
[ସମ୍ପାଦନା]ଏହି ଗଣ-ସମ୍ପାଦନାର ଶ୍ରେଷ୍ଠ ୩ ପ୍ରତିଯୋଗୀମାନଙ୍କୁ ପୁରୁସ୍କାର ପ୍ରଦାନ କରାଯିବା ସହିତ ଭବିଷ୍ୟତରେ ଭାଗ ନେଇଥିବା ଚାରୋଟି ଗୋଷ୍ଠୀର ଶ୍ରେଷ୍ଠ କେତେଜଣ ଉଇକିଆଳୀଙ୍କୁ ନେଇ ଏକ ଛୋଟ କର୍ମଶାଳାର* ଯୋଜନା କରାଯାଉଛି ।
- ଏହି କର୍ମଶାଳା ବିଷୟରେ କିଛି ନିର୍ଦ୍ଧିଷ୍ଟ ସୂଚନା ନାହିଁ, କେବଳ ମାତ୍ର ଯୋଜନା ଚାଲିଛି ।
ଫାଉଣ୍ଟେନ୍ ଟୁଲ୍
[ସମ୍ପାଦନା]ପ୍ରସଙ୍ଗ ଗଢ଼ିସାରିବା ପରେ ଏହାକୁ ଫାଉଣ୍ଟେନ୍ ଟୁଲ୍ରେ ଯୋଡ଼ନ୍ତୁ ।
ଅଂଶଗ୍ରହଣକାରୀ
[ସମ୍ପାଦନା]- ଗପୁ (ମୋ ଆଲୋଚନା) ୧୯:୫୫, ୧୩ ଜୁନ ୨୦୨୨ (IST)
- Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୩୧, ୧୪ ଜୁନ ୨୦୨୨ (IST)
- --ସୁଭ (ଆଳାପ) ୦୩:୧୩, ୨୯ ଜୁନ ୨୦୨୨ (IST)
- --Aliva Sahoo (ମୋ ଆଲୋଚନା) ୨୨:୦୨, ୨୯ ଜୁନ ୨୦୨୨ (IST)
- --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୪:୨୨, ୨ ଜୁଲାଇ ୨୦୨୨ (IST)
- ସୌମେନ୍ଦ୍ର (ମୋ ଆଲୋଚନା) ୨୩:୩୮, ୪ ଜୁଲାଇ ୨୦୨୨ (IST)
ଫଳାଫଳ
[ସମ୍ପାଦନା]ଏହି ଗଣ-ସମ୍ପାଦନାରେ ୪ ଜଣ ବ୍ୟବହାରକାରୀ ଭାଗ ନେଇଥିବାବେଳେ ସମୁଦାୟ ୫୫ଟି ପ୍ରସଙ୍ଗ ଗଢ଼ାଯାଇଥିଲା । ଅଲିଭା ସାହୁ ସର୍ବାଧିକ ୨୫ଟି ପ୍ରସଙ୍ଗ ଲେଖିଥିବାବେଳେ ସଂଗ୍ରାମ କେଶରୀ ସେନାପତି ୨୦ଟି, ପ୍ରିତିରଞ୍ଜନ ତ୍ରିପାଠୀ ୮ଟି ଓ ସୁଭାସିସ ପାଣିଗ୍ରାହୀ ୨ଟି ଲେଖାଏଁ ପ୍ରସଙ୍ଗ ଲେଖିଥିଲେ ।