ବିଭୂତି ଭୂଷଣ ହରିଚନ୍ଦନ

ଉଇକିପିଡ଼ିଆ ରୁ
Jump to navigation Jump to search
ବିଭୂତି ଭୂଷଣ ହରିଚନ୍ଦନ
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୦୦ – ୨୦୦୯
ପୂର୍ବ ଅଧିକାରୀଦେବେନ୍ଦ୍ର ନାଥ ମାନସିଂହ
ପର ଅଧିକାରୀରଘୁନାଥ ସାହୁ
ନିର୍ବାଚନ ମଣ୍ଡଳୀଚିଲିକା
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୧୪ – ୨୦୧୯
ପୂର୍ବ ଅଧିକାରୀରଘୁନାଥ ସାହୁ
ପର ଅଧିକାରୀପ୍ରଶାନ୍ତ କୁମାର ଜଗଦେବ
ନିର୍ବାଚନ ମଣ୍ଡଳୀଚିଲିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1943-02-03) ୩ ଫେବୃଆରୀ ୧୯୪୩ (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁଧଙ୍ଗିନୀ ହରିଚନ୍ଦନ
ବାପା/ମା'ପର୍ଶୁରାମ ହରିଚନ୍ଦନ (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ବିଭୂତି ଭୂଷଣ ହରିଚନ୍ଦନ (ଜନ୍ମ: ୩ ଫେବୃଆରୀ ୧୯୪୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ବିଭୂତି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୦, ୨୦୦୪ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଭୂତି ଭୂଷଣ ହରିଚନ୍ଦନ ୧୯୪୩ ମସିହାର ଫେବୃଆରୀ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ପର୍ଶୁରାମ ହରିଚନ୍ଦନ ଏବଂ ପତ୍ନୀଙ୍କ ନାମ ସୁଧଙ୍ଗିନୀ ହରିଚନ୍ଦନ ।[୧] ବିଭୂତି ପେଶାରେ ପେଶାରେ ଜଣେ ଡାକ୍ତର ।[୧] ତାଙ୍କ ଭାଇ ବିଶ୍ୱ ଭୂଷଣ ହରିଚନ୍ଦନ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଏବେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ବିଭୂତି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Bibhuti Bhusan Harichandan". odishaassembly.nic.in. Odisha Assembly. Retrieved 21 May 2020.