ବିଞ୍ଜମୁରି ଅନସୂୟା ଦେବୀ

ଉଇକିପିଡ଼ିଆ‌ରୁ
ବିଞ୍ଜମୁରି ଅନସୂୟା ଦେବୀ
ଜନ୍ମ(1920-05-12)୧୨ ମଇ ୧୯୨୦
ମୃତ୍ୟୁ୨୩ ମାର୍ଚ୍ଚ ୨୦୧୯(2019-03-23) (ବୟସ ୯୮)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • କଣ୍ଠଶିଳ୍ପୀ
  • ହାରମୋନିଅମ୍ ବାଦକ
  • ସଙ୍ଗୀତକାର

ବିଞ୍ଜମୁରି ଅନସୂୟା ଦେବୀ (୧୨ ମଇ ୧୯୨୦ – ୨୩ ମାର୍ଚ୍ଚ ୨୦୧୯) ଜଣେ ତେଲୁଗୁ-ଭାଷାଭାଷୀ ଭାରତୀୟ କଣ୍ଠଶିଳ୍ପୀ, ହାରମୋନିଅମ୍ ବାଦକ, ସଙ୍ଗୀତକାର ଥିଲେ ।[୧][୨][୩] ସେ ମୁଖ୍ୟତଃ ଲୋକଗୀତ ଗାୟିକା ଥିଲେ ।

ଜୀବନୀ[ସମ୍ପାଦନା]

ସେ ତେଲୁଗୁ-ସଂସ୍କୃତ ପଣ୍ଡିତ, ଲେଖକ, ମଞ୍ଚ କଳାକାର ବିଞ୍ଜମୁରି ଭେଙ୍କଟ ଲକ୍ଷ୍ମୀ ନରସିଂହ ରାଓଙ୍କ ଝିଅ ।[୨] କଣ୍ଠଶିଳ୍ପୀ ବିଞ୍ଜମୁରି ସୀତାଦେବୀ ତାଙ୍କ ଭଉଣୀ ।[୪]

ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏବଂ ସୁବାସ ଚନ୍ଦ୍ର ବୋଷଙ୍କ ଉପସ୍ଥିତିରେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ସମୟରେ ସଙ୍ଗୀତ ପରିବେଷଣ କରିଥିଲେ ।[୫]

ତାଙ୍କ ଲିଖିତ ଦୁଇଟି ବହି 'ବାଭା ଗୀତାଲୁ' ଏବଂ 'କମ୍ପାଇଲେସନ୍ ଅଫ୍ ଫୋକ୍ ସଙ୍ଗ୍‌ସ୍' ପ୍ରକାଶିତ ହୋଇଛି । ୧୯୭୭ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟଦ୍ୱାରା ତାଙ୍କୁ ଡକ୍ଟରେଟ ଉପାଧୀରେ ଭୂଷିତ କରାଯାଇଥିଲା । ପ୍ୟାରିସ୍‌ରେ ତାଙ୍କୁ କୁଇନ୍ ଅଫ୍ ଫୋକ୍ ଆୱାର୍ଡ଼ ଏବଂ ଆମେରିକାରେ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ଼ ପ୍ରଦାନ କରାଯାଇଥିଲା ।[୬]

ଆଧାର[ସମ୍ପାଦନା]

  1. "Queen of folk music - HYDB". The Hindu. Retrieved 2018-06-03.
  2. ୨.୦ ୨.୧ "With many firsts to her credit - MADS". The Hindu. Retrieved 2018-06-03.
  3. "Space across new horizons - MADS". The Hindu. Retrieved 2018-06-03.
  4. Srihari, Gudipoodi "An Era of Light Music", The Hindu June 11, 2018
  5. Mayabrahma, Roja (2019-03-24). "KCR condoles death of radio commentator Dr Vinjamuri Anasuya Devi". www.thehansindia.com (in ଇଂରାଜୀ). Retrieved 2020-03-06.
  6. "KCR condoles Anasuya Devi's demise". ANI News (in ଇଂରାଜୀ). Retrieved 2020-03-06.

ବାହାର ଆଧାର[ସମ୍ପାଦନା]