ବିଞ୍ଜମୁରି ସୀତାଦେବୀ

ଉଇକିପିଡ଼ିଆ‌ରୁ
ବିଞ୍ଜମୁରି ସୀତାଦେବୀ
Background information
ଜନ୍ମକାକିନାଡ଼ା, ଭାରତ
ମୃତ୍ୟୁ୧୭ ମଇ ୨୦୧୬
ଯୁକ୍ତରାଷ୍ଟ୍ର ଆମେରିକା
ଶୈଳୀତେଲୁଗୁ ଲୋକଗୀତ

ବିଞ୍ଜମୁରି ସୀତାଦେବୀ (ମୃତ୍ୟୁ: ୧୭ ମଇ ୨୦୧୬) ଜଣେ ଭାରତୀୟ ସଙ୍ଗୀତକାର ଏବଂ ଗାୟିକା ଥିଲେ । ସେ ତେଲୁଗୁ ଭାଷାର ଲୋକଗୀତ ଉପରେ ଗବେଷଣା କରୁଥିଲେ ।

ପେଷା[ସମ୍ପାଦନା]

ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।[୧] ତାଙ୍କ ଭଉଣୀ ବିଞ୍ଜମୁରି ଅନସୂୟା ଦେବୀଙ୍କ ସହିତ ସେ ଆନ୍ଧ୍ର ପ୍ରଦେଶର ଅନେକ ଜଣାଶୁଣା କବିଙ୍କ ପାଇଁ ସଙ୍ଗୀତ ସଂଯୋଜନା କରିଥିଲେ, ଯେଉଁମାନଙ୍କ ମଧ୍ୟରେ ଶ୍ରୀରଙ୍ଗମ୍ ଶ୍ରୀନିବାସ ରାଓ, ଶ୍ରୀ ଶ୍ରୀ ଆଦି ଅନ୍ୟତମ ।[୨] ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ମାଆ ଭୂମି କଥାଚିତ୍ରରେ ସେ ସଙ୍ଗୀତ ସଂଯୋଜନା କରିଥିଲେ । ସେ "ଫୋକ୍ ମ୍ୟୁଜିକ୍ ଅଫ୍ ଆନ୍ଧ୍ର ପ୍ରଦେଶ" ନାମକ ଏକ ପୁସ୍ତକ ରଚନା କରିଥିଲେ ।

ମୃତ୍ୟୁ[ସମ୍ପାଦନା]

୨୦୧୬ ମସିହାର ମଇ ୧୭ ତାରିଖରେ ସେ ଯୁକ୍ତରାଷ୍ଟ୍ର ଆମେରିକାରେ ମୃତ୍ୟୁବରଣ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. Zadi, Ameer (December 1996). "Interview with Chandrakantha Courtney". New Twain. Archived from the original on 4 May 2011. Retrieved 6 August 2018 – via Chandra and David Courtney's Homepage.
  2. Srihari, Gudipoodi "An Era of Light Music", The Hindu 11 March 2011
  3. "Folk singer Vinjamuri Seetha Devi passes away". The New Indian Express. 19 May 2016. Archived from the original on 20 May 2016. Retrieved 20 May 2016.