ବିଜୟାନନ୍ଦ ସିଂହ
ବିଜୟାନନ୍ଦ ସିଂହ | |
---|---|
ଜନ୍ମ | ୧୯୫୯ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଓଡ଼ିଆ), ପିଏଚଡ଼ି, ଡିଲିଟ୍[୧] |
ଶିକ୍ଷାନୁଷ୍ଠାନ | ସାଲେପୁର ମହାବିଦ୍ୟାଳୟ |
ଦସ୍ତଖତ | |
ବିଜୟାନନ୍ଦ ସିଂହ (ଜନ୍ମ: ୧୯୫୯) ଜଣେ ଓଡ଼ିଆ ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ସଂକଳକ ଓ ଅଧ୍ୟାପକ । ତାଙ୍କର ଏଯାବତ ୫୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ସେ ଓଡ଼ିଶାର ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ । ବର୍ତ୍ତମାନ ସେ ଓଡ଼ିଆ ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ କମିଟି ସଦସ୍ୟ[୨], କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଏବଂ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ କାର୍ଯ୍ୟରତ ।[୩][୪] ଉତ୍କଳ ସାହିତ୍ୟ ସମାଜର ଏଯାବତ ସମସ୍ତ ସଭାପତିମାନଙ୍କୁ ମଧ୍ୟରୁ ସେ ସର୍ବକନିଷ୍ଠ ।
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ବିଜୟାନନ୍ଦ ସିଂହ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ମାହାଙ୍ଗାରେ ୧୯୫୯ ମସିହାରେ ଜନ୍ମ ନେଇଥିଲେ । ସେ ସ୍କୁଲରେ ଛାତ୍ରାବସ୍ଥାରେ ସାହିତ୍ୟ ରଚନା ଓ ବିଭିନ୍ନ ସଙ୍ଗଠନାତ୍ମକ କାମରେ ଜଡ଼ିତ ଥିଲେ । ନବମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ କବିତା ଶିଶୁ ପତ୍ରିକା "ପବନ ସୂତ"ରେ ପ୍ରକାଶ ପାଇଥିଲା । ସେ ସ୍କୁଲରେ "ଲଳିତ ସାହିତ୍ୟ ସଂସଦ" ପ୍ରତିଷ୍ଠା କରିଥିଲେ ।
କଲେଜ
[ସମ୍ପାଦନା]ସେ ଆ.ଏ. ପଢ଼ିବା ବେଳେ "ସ୍ରୋତସ୍ୱତୀ" ନାମରେ ଏକ କଲେଜ ପତ୍ରିକା ସମ୍ପାଦନା କରୁଥିଲେ । ଆ.ଏ. ପରେ ସେ ସାଲେପୁର ମହାବିଦ୍ୟାଳୟରେ ସ୍ନାତକ ପାଇଁ ନାମ ଲେଖାଇଥିଲେ । ସେଠାରେ ସେ ଛାତ୍ର ୟୁନିୟନର ସଭାପତି ଥିଲେ । ପରେ ସେ ସ୍ନାତକତ୍ତୋର ପଢ଼ିବା ପାଇଁ କଟକ ଯାଇଥିଲେ । ସେଠାରେ ସେ ଫତୁରାନନ୍ଦଙ୍କ ଡଗର ପତ୍ରିକାରେ ସହ-ସମ୍ପାଦକ ଭାବରେ କାର୍ଯ୍ୟ ଆରମ୍ଭକରିଥିଲେ । "ଫତୁରାନନ୍ଦଙ୍କ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗ" ଥିଲା ତାଙ୍କର ପିଏଚଡ଼ି ଗବେଷଣା ପ୍ରସଙ୍ଗ ।
ଅଧ୍ୟାପନା
[ସମ୍ପାଦନା]ସେ ସାଲେପୁର ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ସେଠାରେ ସେ ସାମୟିକ ବିରତି ନେଇ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନରେ ପଦବୀ ଗ୍ରହଣକରିଥିଲେ । ସେ ମଧ୍ୟରୁ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ (୨୦୦୫-୨୦୦୮), ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ (୨୦୧୦-୧୧), ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ (୨୦୦୯-୨୦୧୧) ଆଦି ଅନ୍ୟତମ ।
ରଚନାବଳୀ
[ସମ୍ପାଦନା]- ମନସ୍ୱୀ ଗଦ୍ୟସ୍ରଷ୍ଟା ପ୍ୟାରୀମୋହନ
- ଫତୁରାନନ୍ଦଙ୍କ ସୃଷ୍ଟିରେ ହାସ୍ୟ
- ସାରସ୍ୱତ ସାକ୍ଷାତକାର
- ଭିନ୍ନ ଭୂମି
- ସମୟ ଓ ସମାଲୋଚନା
- ସମ୍ପର୍କ ଓ ସମୀକ୍ଷା
- ଅନେକ ଜୀବନ(ଗଳ୍ପ)
- ନିରବ ଆଳାପ(ଗଳ୍ପ)
- ତଥାପି ଅପେକ୍ଷା କରାଯାଉ(ଗଳ୍ପ)
- କିଶୋରୀ ଚରଣ ଅନନ୍ତ ପ୍ରସାଦ ଜୀବନୀ
- ମୁଁ କାହିଁକି ଲେଖେ
- ଓଡ଼ିଆ କ୍ଲାସିକ ଉପନ୍ୟାସ[୫]
- ତମସାର ହୃଦୟ(ଅନୁବାଦ)
ସମ୍ପାଦନା
[ସମ୍ପାଦନା]ପତ୍ରିକା ସମ୍ପାଦନା
[ସମ୍ପାଦନା]- କୋଣାର୍କ ପତ୍ରିକା
- ଡଗର
- ଏଷଣା
- ଗ୍ରନ୍ଥ ତରଙ୍ଗ
- ସାହିତ୍ୟ ଯାତ୍ରା
- ବାଲିଯାତ୍ରା ସ୍ମରଣିକା
ସାହିତ୍ୟ ସଂକଳନ ସମ୍ପାଦନା
[ସମ୍ପାଦନା]- ମୁଁ କାହିଁକି ଲେଖେ
- ଫତୁରାନନ୍ଦଙ୍କ ଦୁଷ୍ପ୍ରାପ୍ୟ ରଚନା
- ଶତାବ୍ଦୀର ସପ୍ତ ସାରଥୀ
- କାଳିଚରଣ ଗ୍ରନ୍ଥାବଳୀ
- ବିଣାପାଣୀ ମହାନ୍ତିଙ୍କ ଶ୍ରେଷ୍ଠ ଗଳ୍ପ ସଂକଳନ
- ବୈଷ୍ଣବ ପାଣୀଙ୍କ ଗ୍ରନ୍ଥାବଳୀ
- କୃଷ୍ଣଚରଣଙ୍କ କୃତି ଓ କୃତିତ୍ୱ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଜ୍ଞାନମଣ୍ଡଳ ଫାଉଣ୍ଡେସନ ପୁରସ୍କାର
- ସୁବ୍ରତ ସ୍ମୃତି ପୁରସ୍କାର
- ଭଞ୍ଜଭୂମି ସମ୍ମାନ
- ସଦଭାବନା ପୁରସ୍କାର
- ପୁନର୍ନବା ସାହିତ୍ୟ ସମ୍ମାନ
- କଳିଙ୍ଗ ସାହିତ୍ୟ ଏକାଡେମୀ ସମ୍ମାନ[୬]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2016-12-30. Retrieved 2018-08-20.
{{cite web}}
: Cite has empty unknown parameter:|1=
(help) - ↑ Correspondent (2010-08-28). "Appointed Sahitya Akademi secretary". The Hindu (in Indian English). ISSN 0971-751X. Retrieved 2019-02-21.
- ↑ http://sahitya-akademi.gov.in/sahitya-akademi/aboutus/executive_board_member.jsp
- ↑ "Utkal Sahitya Samaja". utkalsahityasamaj.com. Retrieved 2019-02-21.
- ↑ "କଥା ଝରକା". କଥା ପତ୍ରିକା (in Odia). No. ଅଗଷ୍ଟ ୨୦୧୮. Odisha: ସମ୍ବାଦ. 1 August 2018. p. 40. Archived from the original on 21 February 2019. Retrieved 21 February 2019.
{{cite news}}
: CS1 maint: unrecognized language (link) - ↑ "ମାହାଙ୍ଗାର ମହକ" (PDF). No. ନିତିଦିନ ୦୪/୦୯/୨୦୧୬ ପୃଷ୍ଠା ୮. Retrieved 22 February 2019.[permanent dead link]