ବାସୁଦେବ ମହାପାତ୍ର (ଭାରତୀୟ ସାମ୍ବାଦିକ)

ଉଇକିପିଡ଼ିଆ‌ରୁ
ବାସୁଦେବ ମହାପାତ୍ର
ଜନ୍ମ
ମୃତ୍ୟୁ୧ ମଇ ୨୦୨୩[୨]
ଜାତୀୟତା ଭାରତୀୟ
ବୈବାହିକ-ସାଥୀସୁଜାତା ମହାପାତ୍ର[୧]

ବାସୁଦେବ ମହାପାତ୍ର ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ସାମ୍ବାଦିକ ଓ ଫିଲ୍ମ ସମ୍ପାଦକ ଥିଲେ । ସେ ପରିବେଶ ସାମ୍ବାଦିକତା କ୍ଷେତ୍ରରେ ତୃଣମୂଳ ସ୍ତରର ବିକାଶ ରିପୋର୍ଟ ଓ ବିଶ୍ଳେଷଣ ପାଇଁ ଜଣାଶୁଣା ଥିଲେ ।[୧] ସେ ୧୯୯୮ ମସିହାରେ ନିର୍ମିତ ଭୁବନେଶ୍ୱରର ଖଣି କର୍ମଚାରୀମାନଙ୍କ ଜୀବନ ଉପରେ ପର୍ଯବସିତ ବୃତ୍ତଚିତ୍ର The burning minesର ସମ୍ପାଦନା କରିଥିଲେ ।[୩]

୨୦୨୩ ମସିହା ମଇ ୧ ତାରିଖରେ ଭୁବନେଶ୍ୱରର ରାଜଧାନୀ ଡାକ୍ତରଖାନା (କ୍ୟାପିଟାଲ ହସ୍ପିଟାଲ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୫୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୨]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ବାସୁଦେବ ମହାପାତ୍ର ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାସ୍ଥିତ ବାଲୁଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ସେଠାକାର ଗୋଦାବରୀଶ ବିଦ୍ୟାପୀଠରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ ।

ବୃତ୍ତି[ସମ୍ପାଦନା]

ଶିକ୍ଷା ପରେ ସେ ଛପା ମିଡିଆରେ ଜଣେ ସାମ୍ବାଦିକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ଉଭୟ ଇଂରାଜୀ ଓ ଧରିତ୍ରୀ ତଥା ଅନ୍ୟାନ୍ୟ ଓଡ଼ିଆ ଖବରକାଗଜ ପାଇଁ କାମ କରୁଥିଲେ । ପରେ ସେ ପ୍ରସାରଣ ମାଧ୍ୟମରେ ଯୋଗ ଦେଇଥିଲେ । ସେ ନକ୍ଷତ୍ର ନିଉଜ୍‌ର ସମ୍ପାଦକ ଭାବରେ ମଧ୍ୟ କିଛି ସମୟ କାର୍ଯ୍ୟ କରିଥିଲେ । ଏହା ପରେ ସେ OdishaofMyTime.com ନାମରେ ନିଜର ୱେବ ଖବର ଚ୍ୟାନେଲ ଚଳାଉଥିଲେ ଏବଂ ସ୍ଥାନୀୟ ନ୍ୟୁଜ୍ ପ୍ଲାଟଫର୍ମ ସହିତ ଫ୍ରିଲାନ୍ସ କରୁଥିଲେ ।

ମୃତ୍ୟୁ[ସମ୍ପାଦନା]

ସେ କିଛି ଦିନ ଧରି ଅସୁସ୍ଥ ଥିଲେ ଓ ୨୦୨୩ ମସିହା ମଇ ୧ ତାରିଖ ସକାଳେ ଛାତିରେ କଷ୍ଟ ଅନୁଭବ କରୁଥିଲେ । ତାଙ୍କୁ ତାଙ୍କ ଘର ଲୋକେ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ପରୀକ୍ଷା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Senior journalist & author Basudev Mahapatra breathes his last" (in Indian English). 2023-05-01. Retrieved 2023-05-01.
  2. ୨.୦ ୨.୧ Nayak, Subadh (2023-05-01). "Noted Odisha Journalist Basudev Mohapatra dies, CM Naveen condoles". KalingaTV (in Indian English). Retrieved 2023-05-01.
  3. Congress, The Library of. "Mahapatra, Basudev - LC Linked Data Service: Authorities and Vocabularies | Library of Congress, from LC Linked Data Service: Authorities and Vocabularies (Library of Congress)". id.loc.gov. Retrieved 2023-05-01.
  4. "Senior Odisha Journalist Basudev Mahapatra Passes Away". odishabytes (in Indian English). 2023-05-01. Retrieved 2023-05-01.

ବାହାର ଲିଙ୍କ[ସମ୍ପାଦନା]