ବଉଳା କୁମ୍ଭୀର

ଉଇକିପିଡ଼ିଆ‌ରୁ

ବଉଳା କୁମ୍ଭୀର
ଜୀବାଶ୍ମ କାଳ: 4.5–0 Ma
Early Pliocene – Recent
ଫ୍ଲୋରିଡାର ସେଣ୍ଟ୍ ଅଗଷ୍ଟିନ୍ କୁମ୍ଭୀର ପ୍ରଜନନ କେନ୍ଦ୍ରର ଏକ ବଉଳା କୁମ୍ଭୀର
LR/lc (IUCN ୨.୩)[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Reptilia
ଗଣ: Crocodilia
କୁଳ: Crocodylidae
ପ୍ରଜାତି: Crocodylus
ଜାତି: C. porosus
ବାଇନୋମିଆଲ ନାମ
Crocodylus porosus
ୟୋହାନ୍ ସ୍ନାଇଡର୍, ୧୮୦୧
ବଉଳା କୁମ୍ଭୀରଙ୍କ ଭୌଗୋଳିକ ବ୍ୟାପ୍ତି କଳା ରଙ୍ଗଦ୍ୱାରା ଚିହ୍ନିତ

ବଉଳା କୁମ୍ଭୀର ବା ଲୁଣା କୁମ୍ଭୀର (ଈଂରାଜୀରେ The Saltwater Crocodile, ଜୀବବିଜ୍ଞାନ ନାମ Crocodylus porosus) ଅନ୍ୟ ସମସ୍ତ ଜଳଚର ମାଂସଭୋଜୀ ଶିକାରୀ ଜୀବଙ୍କ ମଧ୍ୟରେ ଆକାରରେ ବୃହତ୍ତମ । ବର୍ତ୍ତମାନ ସମୟରେ ଦେଖାଯାଉଥିବା ସମସ୍ତ ସରୀସୃପଙ୍କ ମଧ୍ୟରେ ବି ଏହା ବଡ଼ । ବ୍ୟବହାରିକ ଈଂରାଜୀ ଭାଷାରେ ଏହାର ଅନେକ ଗୁଡ଼ିଏ ନାମ ରହିଛି, ଯଥା : estuarine crocodile (ମୁହାଣୁଆ କୁମ୍ଭୀର), Indo-Pacific crocodile (ଭାରତ-ପ୍ରଶାନ୍ତ ମହାସାଗରୀୟ କୁମ୍ଭୀର), marine crocodile (ସାମୁଦ୍ରିକ କୁମ୍ଭୀର), sea crocodile (ସମୁଦ୍ର କୁମ୍ଭୀର) ଅଥବା saltie (ଲୁଣା)[୨] ଏହି ପ୍ରଜାତିର ଅଣ୍ଡିରା କୁମ୍ଭୀରମାନେ ବଢ଼ି ପ୍ରାୟ ୭ ମିଟର୍ (୨୩ ଫୁଟ୍) ପର୍ଯ୍ୟନ୍ତ ଲମ୍ବା ହୋଇପାରନ୍ତି ।[୩] କିନ୍ତୁ ଏକ ବୟସ୍କ ବଉଳା କୁମ୍ଭୀର ୬ ମିଟର୍ (୧୯.୭ ଫୁଟ୍) ଟପିବା ଉଦାହରଣ କ୍ୱଚିତ୍ ଦେଖାଯାଏ ଓ ଏମାନଙ୍କ ଓଜନ ୧୦୦୦ରୁ ୧୨୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇପାରେ ।[୪] ମାଈ ବଉଳା କୁମ୍ଭୀରମାନେ ଆକାରରେ ଛୋଟ ଓ ପ୍ରାୟ ୩ ମିଟର୍ (୯.୮ ଫୁଟ୍) ପର୍ଯ୍ୟନ୍ତ ଲମ୍ବା ହୁଅନ୍ତି ।[୪]

ବଉଳା କୁମ୍ଭୀରମାନେ ସମୁଦ୍ରର ଲୁଣିଆ ପାଣିରେ ରହିପାରନ୍ତି । ତେବେ ଏହି ପ୍ରଜାତିର କୁମ୍ଭୀର ମୁଖ୍ୟତଃ ହେନ୍ତାଳ ବଣ ବା ଲୁଣା ଜଙ୍ଗଲର ନଦୀ ପାଣିରେ, ତ୍ରିକୋଣଭୂମି ଅଞ୍ଚଳରେ, ଲୁଣ ଓ ମଧୁର ପାଣି ମିଶା ହ୍ରଦରେ, ନଦୀ ମୁହାଣରେ ଦୃଶ୍ୟମାନ ହୁଅନ୍ତି । ବିଶ୍ୱର ସମସ୍ତ କୁମ୍ଭୀର ପ୍ରଜାତିମାନଙ୍କ ମଧ୍ୟରେ ଏହି ପ୍ରଜାତିର ଭୌଗୋଳିକ ବ୍ୟାପ୍ତି ସର୍ବାଧିକ । ଭାରତର ପୂର୍ବ ତଟରୁ ନେଇ, ଦକ୍ଷିଣ-ପୂର୍ବ ଏସିଆ, ଉତ୍ତର ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବଉଳା କୁମ୍ଭୀର ବସବାସ କରନ୍ତି । ପ୍ରାଚୀନ ସମୟରେ ଦକ୍ଷିଣ ଚୀନରେ ମଧ୍ୟ ବଉଳା କୁମ୍ଭୀର ବସବାସ କରୁଥିଲେ ।

ବଉଳା କୁମ୍ଭୀର ଏକ ବୃହତ୍ ଓ ସୁବିଧାବାଦୀ ଶିକାରୀ ଜୀବ । ନିଜ ପରିବାସରେ ଏହା ଖାଦ୍ୟ ଶୃଙ୍ଖଳର ଶୀର୍ଷରେ ରହିଥାଏ । ଛକି ରହି ଶିକାର ଉପରେ ଅତର୍କିତ ଭାବେ ଆକ୍ରମଣ କରି ଶିକାରକୁ ପାଣିରେ ବୁଡ଼ାଇ ମାରିଦେବା ପରେ ବଉଳା କୁମ୍ଭୀର ନିଜ ଶିକାରକୁ ଗୋଟା ଗିଳି ପକାଇଥାଏ । ବଉଳା କୁମ୍ଭୀର ନିଜ ଶିକାର କ୍ଷେତ୍ରର ପ୍ରାୟ ସମସ୍ତ ପ୍ରକାରର ଜୀବଙ୍କ ଶିକାର କରିପାରେ । ବଡ଼ ସାର୍କ୍ ମାଛ, ବିଭିନ୍ନ ଛୋଟ ବଡ଼ ମାଛ, ସରୀସୃପ, ପକ୍ଷୀ, ସ୍ତନ୍ୟପାୟୀ, ଅମେରୁଦଣ୍ଡୀ ସାମୁଦ୍ରିକ ଜୀବ ଏପରିକି ସମୟେ ସମୟେ ଏମାନେ ମଣିଷମାନଙ୍କୁ ମଧ୍ୟ ଆକ୍ରମଣ କରିବା ଦେଖାଯାଇଛି ।[୫][୬] ବଡ଼ ଆକାର, ଆକ୍ରମଣାତ୍ମକ ମନୋଭାବ ଓ ଭୌଗୋଳିକ ଦୃଷ୍ଟିରୁ ସର୍ବବ୍ୟାପ୍ତି ପାଇଁ ବଉଳା କୁମ୍ଭୀରମାନଙ୍କୁ ମନୁଷ୍ୟ ପାଇଁ ବିପଦ ବୋଲି ବିବେଚନା କରାଯାଏ । (ନୀଳ ନଦୀ କୁମ୍ଭୀରକୁ ମଧ୍ୟ ମନୁଷ୍ୟଙ୍କ ପାଇଁ ବିପଜ୍ଜନକ ବୋଲି କୁହାଯାଏ) ।[୭][୮]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Crocodile Specialist Group (1996). "Crocodylus porosus". The IUCN Red List of Threatened Species. 1996: e.T5668A11503588. doi:10.2305/IUCN.UK.1996.RLTS.T5668A11503588.en. Retrieved 24 November 2018.
  2. Allen, G. R. (1974). "The marine crocodile, Crocodylus porosus, from Ponape, Eastern Caroline Islands, with notes on food habits of crocodiles from the Palau Archipelago". Copeia. 1974 (2): 553. doi:10.2307/1442558. JSTOR 1442558.
  3. Britton, Adam R. C.; Whitaker, Romulus; Whitaker, Nikhil (2012). "Here be a Dragon: Exceptional Size in Saltwater Crocodile (Crocodylus porosus) from the Philippines". Herpetological Review. 43 (4): 541–546.
  4. ୪.୦ ୪.୧ "Crocodylus porosus". Animal Diversity Web. Retrieved 3 June 2015.
  5. Callaway, J. M., & Nicholls, E. L. (Eds.). (1997). Ancient marine reptiles. Academic Press.
  6. Blaber, S. J. (2008). Tropical estuarine fishes: ecology, exploration and conservation. John Wiley & Sons.
  7. "Saltwater Crocodile facts". Aquaticcommunity.com. Retrieved 22 June 2013. In Australia, one or two fatal attacks are reported on average per year.
  8. Ross, Charles A; Garnett, Stephen, eds. (1989). Crocodiles and Alligators. Checkmark Books. ISBN 978-0816021741.

ବାହାର ଲିଙ୍କ[ସମ୍ପାଦନା]