ଫ୍ଲୁଟିକାସୋନ ଫୁରୋଏଟ/ଭିଲାଣ୍ଟେରୋଲ
Combination of | |
---|---|
Fluticasone furoate | Corticosteroid |
Vilanterol | Long-acting β2 agonist |
Clinical data | |
Trade names | Breo Ellipta, Relvar Ellipta |
AHFS/Drugs.com | entry |
data | |
Routes of administration | Inhalation |
Legal status | |
Legal status |
ଅନ୍ୟମାନଙ୍କ ମଧ୍ୟରେ ବ୍ରେଓ ଏଲିପଟା ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଫ୍ଲୁଟିକାସୋନ୍ ଫୁରୋଏଟ/ଭିଲାଣ୍ଟେରୋ ( FF / VI ) ହେଉଛି ଏକ ଔଷଧ ମିଶ୍ରଣ ଯାହା କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ (COPD) ଏବଂ ଆଜମା ରୋଗର ଦୀର୍ଘକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ୟୁରୋପରେ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା ମାନ୍ୟତା ପାଇଛି ।[୫] ଏହା ପାଟି ବାଟେ ପ୍ରଶ୍ୱାସ ନେଇ ବ୍ୟବହୃତ ହୁଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବିସ୍ଫୋଟକ ଦାଗ, ମୁଣ୍ଡବିନ୍ଧା, ଉପର ଶ୍ୱାସନଳୀ ସଂକ୍ରମଣ, କାଶ ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ବ୍ରୋଙ୍କୋସ୍ପାଜ୍ମ, ଗ୍ଲକୋମା ଏବଂ କମ୍ ପୋଟାସିୟମ୍ ଅନ୍ତର୍ଭୁକ୍ତ ହୋଇପାରେ ।[୪] ଏଥିରେ ଫ୍ଲୁଟିକାସୋନ ଫୁରୋଏଟ, କର୍ଟିକୋଷ୍ଟେରଏଡ୍ ଏବଂ ଭିଲାଣ୍ଟେରୋଲଯାହା ଏକ ଦୀର୍ଘକାଳୀନ କାର୍ଯ୍ୟ କରୁଥିବା β<sub>2</sub> ଆଗୋନିଷ୍ଟ (ଲାବା/ LABA) ଥାଏ | [୪] ବେଳେ ବେଳେ ଆଜମା ରୋଗର ଫଳାଫଳକୁ କେବଳ ଲାବା ଖରାପ କରିଦେଇପାରେ । [୪]
ଏହି ଔଷଧ ମିଶ୍ରଣକୁ ଆମେରିକା ଏବଂ ୟୁରୋପରେ ୨୦୧୩ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[୪] [୨] ବୁଡେସୋନାଇଡ/ଫର୍ମୋଟରୋଲର ବିକଳ୍ପ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୭] ଯୁକ୍ତରାଷ୍ଟ୍ରରେ ୨୦୨୩ ମସିହା ସୁଦ୍ଧା ୬୦ ମାତ୍ରା ପାଇଁ ଏହାର ମୂଲ୍ୟ ୧୬୦ ଡଲାର ଥିଲା ।[୭] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୪୪ ପାଉଣ୍ଡ ଥିଲା ।[୮] ୨୦୨୦ ରେ, ଏହା ଯୁକ୍ତରାଷ୍ଟ୍ରରେ ୧୧୫ ତମ ସାଧାରଣ ଔଷଧ ଥିଲା ଯାହାର ୫ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ଥିଲା ।[୯] [୧୦]
ଆଧାର
[ସମ୍ପାଦନା]- ↑ "Prescription medicines: registration of new chemical entities in Australia, 2014". Therapeutic Goods Administration (TGA). 21 June 2022. Archived from the original on 10 April 2023. Retrieved 10 April 2023.
- ↑ ୨.୦ ୨.୧ "Relvar Ellipta EPAR". European Medicines Agency (EMA). 17 September 2018. Archived from the original on 5 February 2020. Retrieved 23 March 2021.
- ↑ "Relvar Ellipta 92 micrograms/22 micrograms inhalation powder, pre-dispensed - Summary of Product Characteristics (SmPC)". (emc). 7 December 2020. Archived from the original on 5 February 2020. Retrieved 23 March 2021.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Breo Ellipta- fluticasone furoate and vilanterol trifenatate powder". DailyMed. Archived from the original on 26 May 2020. Retrieved 23 March 2021.
- ↑ "Summary of opinion: Relvar Ellipta" (PDF). European Medicines Agency. 19 September 2013. Archived (PDF) from the original on 24 September 2015. Retrieved 28 May 2023.
- ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
- ↑ ୭.୦ ୭.୧ "Generic Breo Ellipta". GoodRx. Archived from the original on 25 April 2020. Retrieved 9 September 2023.
- ↑ "Fluticasone with vilanterol Medicinal forms". NICE. Archived from the original on 10 September 2023. Retrieved 9 September 2023.
- ↑ "The Top 300 of 2020". ClinCalc. Archived from the original on 12 February 2021. Retrieved 7 October 2022.
- ↑ "Fluticasone; Vilanterol - Drug Usage Statistics". ClinCalc. Archived from the original on 10 October 2022. Retrieved 7 October 2022.