ଫାଇଟୋମେନାଡିଓନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଫାଇଟୋମେନାଡିଓନ
Vitamin K1.png
Clinical data
Trade names Mephyton, others
AHFS/Drugs.com monograph
Pregnancy
category
  • US: C (Risk not ruled out)
Routes of
administration
by mouth, subQ, IM, IV
ATC code
Identifiers
Synonyms Vitamin K1, phytonadione, phylloquinone
CAS Number
PubChem CID
DrugBank
ChemSpider
UNII
ChEBI
ChEMBL
ECHA InfoCard 100.001.422
Chemical and physical data
Formula C31H46O2
Molar mass 450.70 g/mol
3D model (Jmol)

ଫାଇଟୋମେନାଡିଓନ (ଇଂରାଜୀ ଭାଷାରେ Phytomenadione, ଅନ୍ୟ ନାମ ଭିଟାମିନ କେ) ଓ ଫାଇଲୋକୁଇନୋନ) ଏକ ଭିଟାମିନ ବା ଜୀବସାରର ନାମ ଯାହା ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ ।[୧][୨] କେତେକ ରକ୍ତସ୍ରାବ ବେମାରୀରେ (bleeding disorders) ଏହା ଅନୁପୂରକ ଭାବରେ ଦିଆଯାଏ । ମାତ୍ରାଧିକ ୱାରଫାରିନ (warfarin overdose), ନବଜାତର ରକ୍ତସ୍ରାବ ବେମାରୀ (hemorrhagic disease of the newborn), ଭିଟାମିନ କେ ଅଭାବ (vitamin K deficiency) ଓ ଅବସ୍ଟ୍ରକ୍ଟିଭ ଜଣ୍ଡିସ (obstructive jaundice) ଆଦି ଏହି ବେମାରୀ ଦଳର ଅନ୍ତର୍ଭୁକ୍ତ । ଏହା ପାଟିରେ ବା ଚର୍ମତଳ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ । ଏହି ମାଧ୍ୟମରେ ଦେବା ସମ୍ଭବ ନ ହେଲେ ଶିରାଭ୍ୟନ୍ତର ବା ମାଂସପେଶୀ ଇଞ୍ଜେକସନ ଆକାରରେ ଦିଆଯାଏ । ଇଞ୍ଜେକସନ ଆକାରରେ ଦେଲେ ୨ଘଣ୍ଟା ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇଯାଏ ।[୨]

ଇଞ୍ଜେକସନ ଆକାରରେ ଫାଇଟୋମେନାଡିଓନ ଦେକେ ସାଧାରଣତଃ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ପ୍ରତିକ୍ରିୟା ହୋଇ ଯନ୍ତ୍ରଣା ହୋଇପାରେ ଓ ସ୍ୱାଦ ବଦଳିଯାଇପାରେ । ଶିରା ବା ମାଂସପେଶୀରେ ଇଞ୍ଜେକସନ ଦେଲେ ସାଂଘାତିକ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ କିନ୍ତୁ ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[୩] ଏହା ଅନେକ ଗୁଡ଼ିଏ ରକ୍ତ ଜମାଟ ଉତ୍ପାଦକ (blood clotting factors) ଯୋଗାଇ କାର୍ଯ୍ୟକ୍ଷମ ହୁଏ । [୨] ସବୁଜ ପରିବା (green vegetables), ପରିବା ତେଲ ଓ କେତେକ ଫଳରେ ଏହାର ଉତ୍ସ ଥାଏ ।[୪]

ଫାଇଟୋମେନାଡିଓନ ପ୍ରଥମେ ସନ ୧୯୩୯ରେ ପୃଥକ କରାଯାଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୦ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ୦.ରୁ ୧.୨୭ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୮] ଏହାର ଆବିଷ୍କାର ନିମନ୍ତେ ସନ ୧୯୪୩ରେ ଏଡ଼‌ୱାର୍ଡ ଡଏସି (Edward Doisy) ଓ ହେନରିକ ଡାମଙ୍କୁ (Henrik Dam) ନୋବେଲ ପୁରସ୍କାର (Nobel Prize) ଦିଆଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. Watson, Ronald Ross (୨୦୧୪). Diet and Exercise in Cystic Fibrosis. Academic Press. p. ୧୮୭. ISBN ୯୭୮୦୧୨୮୦୦୫୮୮୦. 
  2. ୨.୦ ୨.୧ ୨.୨ ୨.୩ "Phytonadione". The American Society of Health-System Pharmacists. Retrieved 8 December 2016. 
  3. "Phytonadione Use During Pregnancy". Drugs.com. Retrieved 29 December 2016. 
  4. "Office of Dietary Supplements – Vitamin K". ods.od.nih.gov. 11 February 2016. Retrieved 30 December 2016. 
  5. ୫.୦ ୫.୧ Sneader, Walter (୨୦୦୫). Drug Discovery: A History. John Wiley & Sons. p. ୨୪୩. ISBN ୯୭୮୦୪୭୧୮୯୯୭୯୨. 
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016. 
  7. "Vitamin K1". International Drug Price Indicator Guide. Retrieved 8 December 2016. 
  8. Hamilton, Richart (୨୦୧୫). Tarascon Pocket Pharmacopoeia ୨୦୧୫ Deluxe Lab-Coat Edition. Jones & Bartlett Learning. p. ୨୨୯. ISBN ୯୭୮୧୨୮୪୦୫୭୫୬୦.