ପ୍ରବୀଣ କୁମାର କବି

ଉଇକିପିଡ଼ିଆ‌ରୁ
ପ୍ରବୀଣ କୁମାର କବି
Prabina Kumar Kabi
୨୦୨୩ ମସିହାରେ ପ୍ରବୀଣ
ଜନ୍ମ (1994-04-25) ୨୫ ଅପ୍ରେଲ ୧୯୯୪ (ବୟସ ୩୦)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ବୃତ୍ତିସମୂହ
  • ଅଧ୍ୟାପକ
  • କବି
  • ଗାଳ୍ପିକ
  • ସମ୍ପାଦକ

ପ୍ରବୀଣ କୁମାର କବି ଜଣେ ଓଡ଼ିଆ କବି, ଗାଳ୍ପିକ, ପତ୍ରିକା ସମ୍ପାଦକ ତଥା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା । ପେଶାରେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିବା କବିଙ୍କ ପୁସ୍ତକ ଇନ୍ଦ୍ରଧନୁଶତାବ୍ଦୀର ଶେଷ ଚିଠି ପ୍ରକାଶିତ ହୋଇଛି ଏବଂ ସ୍ନାତକ ପଢ଼ିବା ସମୟରେ ସେ ବଣମଲ୍ଲୀ ନାମକ ଏକ ପତ୍ରିକା ପ୍ରକାଶ କରୁଥିଲେ ।

ଜୀବନୀ[ସମ୍ପାଦନା]

କବି ୧୯୯୪ ମସିହାର ଅପ୍ରେଲ ୨୫ ତାରିଖରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅଜୟ କୁମାର କବି ଓ ମାଆଙ୍କ ନାମ ପ୍ରତିମା କବି । ତାଙ୍କ ଜେଜେବାପା ସଦାଶିବ କବି ଜଣେ କବି ଥିଲେ, ଯାହାଙ୍କ କବିତା ଜଣାଶୁଣା ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା ।[୧] ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ କରିବା ପରେ ସିକ୍କିମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି । ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ପ୍ରଶିକ୍ଷଣ ନେଇଛନ୍ତି ।[୨]

ସାହିତ୍ୟ ସର୍ଜନା[ସମ୍ପାଦନା]

କବି ପିଲାଦିନରୁ ସାହିତ୍ୟ ସର୍ଜନା ପ୍ରତି ଆକର୍ଷିତ ହୋଇଥିଲା ଏବଂ ଅଳ୍ପ ବୟସରେ ତାଙ୍କ ରଚିତ କବିତା ଓଡ଼ିଆରେ ଖବର କାଗଜରେ ପ୍ରକାଶିତ ହୋଇଥିଲା । ସମାଜ, ଧରିତ୍ରୀ, ସମ୍ବାଦ, ନିତିଦିନ, ସଂଚାର, ସର୍ବସାଧାରଣ, ନିର୍ଭୟ, ସମ୍ବାଦକଳିକା, ଦିନଲିପି, ଧ୍ୱନି ପ୍ରତିଧ୍ୱନି ଆଦି ଖବର କାଗଜ ସହିତ ରେବତୀ, ସାହିତ୍ୟ ଦର୍ପଣ, ପାହାଚ, ସାହିତ୍ୟ ଗୋଧୂଳି, ପଶ୍ଚିମା ମହାପୂଜା, ଶୁଭପଲ୍ଲବ ଆଦି ପତ୍ରିକାରେ ତାଙ୍କ ରଚିତ ଗପ ଓ କବିତା ଆଦି ପ୍ରକାଶିତ ହୋଇଛି ।

ସ୍ନାତକ ପଢ଼ିବାବେଳେ ସେ ବଣମଲ୍ଲୀ ନାମକ ଏକ ପତ୍ରିକାର ପ୍ରତିଷ୍ଠା କରିବା ସହିତ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ, ଯାହାକି ବାର୍ଷିକ ପତ୍ରିକା ଭାବରେ ପ୍ରକାଶିତ ହେଉଥିଲା ।[୩] ମାତ୍ର କରୋନାଭୂତାଣୁ ରୋଗ ୨୦୧୯ ପରେ ଏହାର ପ୍ରକାଶନ ବନ୍ଦ ହୋଇଯାଇଛି । ସେ ସମ୍ବାଦ ସାହିତ୍ୟଘର, ଘସିପୁରା ଶାଖାର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି ।[୪] ୨୦୨୩ରେ ଭାରତ ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ବିଭାଗଦ୍ୱାରା ଆୟୋଜିତ କେନ୍ଦ୍ର ସାହିତ୍ୟ ଏକାଡେମୀର ସାହିତ୍ୟ ଉତ୍ସବ ଫେଷ୍ଟିଭାଲ ଅଫ ଲେଟର୍ସରେ ଯୋଗ ଦେଇଥିଲେ ।

ରଚନାବଳୀ[ସମ୍ପାଦନା]

  • ଇନ୍ଦ୍ରଧନୁ (୨୦୧୨, କସ୍‌ମୋପୋଲିଟାନ୍ ପବ୍ଲିକେଶନ)[୫]
  • ଶତାବ୍ଦୀର ଶେଷ ଚିଠି (୨୦୨୦, ପଶ୍ଚିମା ପ୍ରକାଶନୀ)[୬]
  • ଅଦୃଶ୍ୟ ଅନ୍ଧାର (୨୦୨୨, ଅନ୍ୱେଷଣ)

ଚଳଚ୍ଚିତ୍ର ନିର୍ମାଣ[ସମ୍ପାଦନା]

କବି ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ କିଛି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ଯାହାକି ଇଣ୍ଡିଆନ୍ କ୍ରିଏଟିଭ୍ ମାଇଣ୍ଡ ଫିଲ୍ମ ଫେଷ୍ଟିଭାଲ୍, କଲ୍ଟ ସିନେମ୍ ଫିଲ୍ମ ଫେଷ୍ଟିଭାଲ୍, ସର୍ଟ ଇଣ୍ଡର୍‌ନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍, ସିନେ ଫେୟାର୍ ଫିଲ୍ମ ଫେଷ୍ଟିଭାଲ୍ ଆଦିରେ ପ୍ରିମିୟର୍ ହେବା ସହିତ ଶଙ୍ଖଦାଦ ଫିଲ୍ମ ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି ।

ନିର୍ମିତ ଚଳଚ୍ଚିତ୍ର[ସମ୍ପାଦନା]

  • ପେନ୍‌ସିଲ୍
  • ଟୋପାଏ ଜୀବନ
  • ଓହଳ

ପୁରସ୍କାର[ସମ୍ପାଦନା]

  • ଗୀତିଝର ସମ୍ମାନ ୨୦୧୮
  • ଉଦୟରାଗ ସମ୍ମାନ ୨୦୧୯
  • ୟୁଥ୍ ଉତ୍କଳ ଲିଟରେଚର୍ ଆୱାର୍ଡ଼ ୨୦୧୯
  • ଭାଷା ଯୋଦ୍ଧା ସମ୍ମାନ ୨୦୨୦
  • ଗୀତିକେଶରୀ ସମ୍ମାନ ୨୦୨୦
  • ନିହାରକନ୍ୟା ଯୁବ ପ୍ରତିଭା ସମ୍ମାନ ୨୦୨୩

ଆଧାର[ସମ୍ପାଦନା]

  1. "'I LOVE WRITING'". OrissaPost. 10 April 2019. Retrieved 1 April 2024.
  2. Network, Post News (2019-04-11). "'I love writing' - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2024-04-01.
  3. "'ଫେଷ୍ଟିଭାଲ ଅଫ୍ ଲେଟର୍ସ'ରେ ଯୋଗ ଦେବେ ଯୁବ କବି ପ୍ରବୀଣ କୁମାର କବି". ଓଡ଼ିଶା ସାହିତ୍ୟ (in ଆମେରିକୀୟ ଇଂରାଜୀ). 2023-03-11. Retrieved 2024-04-01.
  4. "'ଯୁବପିଢ଼ିଙ୍କୁ ସାହିତ୍ୟ ପ୍ରତି ଆକର୍ଷିତ କରିବାରେ ସାହିତ୍ୟଘରର ଭୂମିକା ଗୁରୁତ୍ବପୂର୍ଣ୍ଣ'". Sambad (in ଆମେରିକୀୟ ଇଂରାଜୀ). 2023-03-19. Retrieved 2024-04-01.
  5. "ପ୍ରଥମ ବହି". ଧରିତ୍ରୀ. 26 June 2019. Retrieved 1 April 2024.
  6. "ସୂକ୍ଷ୍ମ ଅନୁଭବ ଓ ଲାଳିତ୍ୟର ସମାହାର କବିତା, ପୃଥିବୀର ଶ୍ରେଷ୍ଠତମ ସୌନ୍ଦର୍ଯ୍ୟ : ପ୍ରବୀଣ କୁମାର କବି". Odisha Sambad (in ଆମେରିକୀୟ ଇଂରାଜୀ). 2022-12-11. Retrieved 2024-04-01.