ପ୍ରଫୁଲ୍ଲ ମାଝୀ

ଉଇକିପିଡ଼ିଆ‌ରୁ
ପ୍ରଫୁଲ୍ଲ ମାଝୀ
ବିଧାୟକ: ୧୩ଶ, ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨ ନଭେମ୍ବର ୨୦୦୬ – ୨୦୧୯
ପୂର୍ବ ଅଧିକାରୀଗଜଧର ମାଝୀ
ପର ଅଧିକାରୀଭବାନୀ ଶଙ୍କର ଭୋଇ
ନିର୍ବାଚନ ମଣ୍ଡଳୀତଳସରା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-02-01) ୧ ଫେବୃଆରୀ ୧୯୫୦ (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀତ୍ରିବେଣୀ ମାଝୀ
ସମ୍ପର୍କଗଜଧର ମାଝୀ (ଶଶୁର)
ବାପା/ବୋଉନଟବର ମାଝୀ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରଫୁଲ୍ଲ ମାଝୀ (ଜନ୍ମ: ୧ ଫେବୃଆରୀ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୬ ଉପ ନିର୍ବାଚନର, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରଫୁଲ୍ଲ ମାଝୀ ୧୯୫୦ ମସିହାର ଫେବୃଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନଟବର ମାଝୀ ଓ ପତ୍ନୀଙ୍କ ନାମ ତ୍ରିବେଣୀ ମାଝୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ବି.ଏସ୍. ।[୨] ରାଜନୀତିଜ୍ଞ ଗଜଧର ମାଝୀ ତାଙ୍କର ଶଶୁର ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରଫୁଲ୍ଲ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୨]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨ ନଭେମ୍ବର ୨୦୦୬ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ତଳସରା ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ତଳସରା ଭାରତୀୟ ଜାତୀୟ କଂଗ୍ରେସ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ତଳସରା ଭାରତୀୟ ଜାତୀୟ କଂଗ୍ରେସ

ଆଧାର[ସମ୍ପାଦନା]

  1. "ODISHA LEGISLATIVE ASSEMBLY" (PDF). Odish Bio Profile. Retrieved 6 October 2020.
  2. ୨.୦ ୨.୧ "Shri Prafulla Majhi". odishaassembly.nic.in. Odisha Assembly. Retrieved 6 October 2020.
  3. "Congress, a divided house in Sundargarh". The New Indian Express. 17 February 2019. Retrieved 6 October 2020.