ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ
ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ | |
|---|---|
| ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୦ – ୨୦୧୪ | |
| ପୂର୍ବ ଅଧିକାରୀ | ଶରତ ରାଉତ |
| ପର ଅଧିକାରୀ | ପ୍ରୀତିରଞ୍ଜନ ଘଡ଼ାଇ |
| ନିର୍ବାଚନ ମଣ୍ଡଳୀ | ସୁକିନ୍ଦା |
| ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୭ – ୧୯୭୩ | |
| ନିର୍ବାଚନ ମଣ୍ଡଳୀ | ଯାଜପୁର ପଶ୍ଚିମ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୫ ଡିସେମ୍ବର ୧୯୪୦ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ, ଜନ କଂଗ୍ରେସ, କଂଗ୍ରେସ (ଆର୍) |
| ଜୀବନ ସାଥୀ | ପ୍ରତିମା ଘଡ଼ାଇ |
| ସନ୍ତାନ | ପ୍ରୀତିରଞ୍ଜନ ଘଡ଼ାଇ |
| ବାପା/ବୋଉ | କୁଞ୍ଜ ବିହାରୀ ଘଡ଼ାଇ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ଜନ୍ମ: ୧୫ ଡିସେମ୍ବର ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଫୁଲ୍ଲ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୧୯୬୭ ଓ ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁର ପଶ୍ଚିମରୁ ଯଥାକ୍ରମେ ୪ର୍ଥ, ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ୧୯୪୦ ମସିହାର ଡିସେମ୍ବର ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କୁଞ୍ଜ ବିହାରୀ ଘଡ଼ାଇ ଏବଂ ପତ୍ନୀଙ୍କ ନାମ ପ୍ରତିମା ଘଡ଼ାଇ ।[୧] ପ୍ରଫୁଲ୍ଲଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧] ପ୍ରଫୁଲ୍ଲଙ୍କର ପୁଅ ପ୍ରୀତିରଞ୍ଜନ ଘଡ଼ାଇ ଜଣେ ରାଜନୀତିଜ୍ଞ ଏବଂ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ୭ଥର ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୬୧ | ୧୯୬୭ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ପଶ୍ଚିମ ଯାଜପୁର | ଜନ କଂଗ୍ରେସ |
| ୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ପଶ୍ଚିମ ଯାଜପୁର | କଂଗ୍ରେସ (ଆର୍) |
| ୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ସୁକିନ୍ଦା | ଜନତା ଦଳ |
| ୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ସୁକିନ୍ଦା | ଜନତା ଦଳ |
| ୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ସୁକିନ୍ଦା | ବିଜୁ ଜନତା ଦଳ |
| ୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ସୁକିନ୍ଦା | ବିଜୁ ଜନତା ଦଳ |
| ୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ସୁକିନ୍ଦା | ବିଜୁ ଜନତା ଦଳ |