ପ୍ରଥମ ତ୍ରିଭୁବନ ମହାଦେବୀ

ଉଇକିପିଡ଼ିଆ‌ରୁ

ଲେଖା ଚାଲିଛି...

ପ୍ରଥମ ତ୍ରିଭୁବନ ମହାଦେବୀ
ପରମବୈଷ୍ଣବୀ, କାତ୍ୟାୟାନୀ

ଶାସନକାଳ ୮୪୫-୮୫୦ AD[୧]
ପୂର୍ବାଧିକାରୀ ଶୁଭକର-ଦେବ ତୃତୀୟ
ଉତ୍ତରାଧିକାରୀ ସାନ୍ତିକାରା ଦେବ ଦ୍ୱିତୀୟ (ନାତି)
ଜୀବନସାଥୀ ସାନ୍ତିକାରା ଦେବ ପ୍ରଥମ
ବଂଶ ଭୌମ-କର ରାଜବଂଶ
ଧର୍ମ ହିନ୍ଦୁ ଧର୍ମ

ପରମବୈଷ୍ଣବୀ ଗୋସ୍ୱାମିନୀ ଦେବୀ କିମ୍ବା ତ୍ରିଭୁବନ ମହାଦେବୀ ପ୍ରଥମ ପ୍ରାଚୀନ ଓଡ଼ିଶାରେ ଭୌମ-କର ରାଜବଂଶର ପ୍ରଥମ ମହିଳା ଶାସକ ତଥା ରାଜା ସାନ୍ତିକାରା ପ୍ରଥମଙ୍କର ବିଧବା ଥିଲେ । ସେ ୮୪୩ ଖ୍ରୀଷ୍ଟାବ୍ଦରୁ ୮୪୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ତୋସାଳୀ ଏବଂ ଉତ୍କଳର ସିଂହାସନ ଗ୍ରହଣ କରିଥିଲେ । ତାଙ୍କ ଶାସକ ପୁତ୍ର ସୁଭକର ତୃତୀୟଙ୍କର ଅକାଳ ମୃତ୍ୟୁ ପରେ ୮୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେ ଶାସନ କରିଥିଲେ । କେତେକ ଐତିହାସିକ ବିଶ୍ୱାସ କରନ୍ତି ଯେ ସେ ହୁଏତ ଖ୍ରୀଷ୍ଟାବ୍ଦ ୮୬୩ ପର୍ଯ୍ୟନ୍ତ ଶାସନ କରିଥଲେ ଏବଂ ତାଙ୍କ ନାତି ସାନ୍ତିକାରା ଦେବ ଦ୍ୱିତୀୟଙ୍କ ପାଇଁ ସିଂହାସନ ଛାଡିଥିଲେ । ସେ ଜଣେ ଅତି ଶକ୍ତିଶାଳୀ ମହିଳା ଶାସକ ଥିଲେ ଏବଂ ଆରବ ଓ ପାର୍ସୀ ଭୂଗୋଳଶାସ୍ତ୍ର ବିଶାରଦ ଇବ୍ନ ଖୋରଦାଦବେହ ଏବଂ ଅନୁସନ୍ଧାନକାରୀ ଅହମ୍ମଦ ଇବ୍ନ ରୁସ୍ତହଙ୍କଦ୍ୱାରା ତାଙ୍କୁ ମହାନ ଶକ୍ତି ଏବଂ ସମ୍ମାନର ଅଧିକାରୀ ଭାବରେ ଉଲ୍ଲେଖ କରାଯାଇଥିଲା ।[୨] ଯେତେବେଳେ ସେ ଗୁହେଶ୍ୱରପତାକାରେ ସିଂହାସନ ଆରୋହଣ କଲେ, ସେତେବେଳେ ସେ ନିଜକୁ ଦେବୀ କାତ୍ୟାୟିନୀଙ୍କ (ଦେବୀ ଶକ୍ତିର ଏକ ରୂପ) ସହିତ ତୁଳନା କରିଥିଲେ । ଏହାର ଉଲ୍ଲେଖ ଢେଙ୍କାନାଳ ଜିଲ୍ଲା ସନନ୍ଦରେ ଉଲ୍ଲେଖ କରାଯାଇଛି । ତାଙ୍କୁ ବଇତାଳ ଦେଉଳ ନିର୍ମାଣର ଶ୍ରେୟ ମଧ୍ୟ ଦିଆଯାଇଛି, ଯାହା ପୁରୁଣା ଭୁବନେଶ୍ୱରରେ ଆଜିପର୍ଯ୍ୟନ୍ତ ଉପସ୍ଥିତ ସବୁଠାରୁ ପୁରୁଣା ଜୀବିତ ମନ୍ଦିର ମଧ୍ୟରୁ ଗୋଟିଏ ଅଟେ ଏବଂ ଖାକରା ଶୈଳୀରେ ନିର୍ମିତ ଓଡ଼ିଶାର କେତେକ ମନ୍ଦିର ମଧ୍ୟରୁ ଗୋଟିଏ ଅଟେ ।

ରାଣୀଙ୍କ ଉତ୍ପତ୍ତି ଏବଂ ବ୍ୟକ୍ତିତ୍ୱ[ସମ୍ପାଦନା]

  1. Experts, Arihant (4 June 2019). Know Your State Odisha. p. 16. ISBN 978-9313193272.
  2. "KINGDOM OF THE BHAUMA-KARAS" (PDF). www.shodhganga.inflibnet.ac.in. Retrieved 8 March 2018.